ମହିମା-ଧର୍ମ୍ମ ପ୍ରତିପାଦକ - ଅଷ୍ଟମୋଲ୍ଲାସ-ପ୍ରାରମ୍ଭ

ମହିମା-ଧର୍ମ୍ମ ପ୍ରତିପାଦକ ଅଷ୍ଟମୋଲ୍ଲାସ-ପ୍ରାରମ୍ଭ

ମହିମା-ଧର୍ମ୍ମ ପ୍ରତିପାଦକ

ଅଷ୍ଟମୋଲ୍ଲାସ-ପ୍ରାରମ୍ଭ

 

ଅଧୁନା ଏହି ଅଷ୍ଟମ ଉଲ୍ଲାସରେ ଅବଧୂତ ସନ୍ୟାସୀମାନଙ୍କର ଶୁଭନୀତି ବ୍ୟବହାର ବିବୃତ ହେଉଅଛି ଯଥା :-

 

ବିଶ୍ୱପୂଜ୍ୟ ଅବଧୂତ ଗରୁମହିମା ଗୋସାଇଁ ଆଜ୍ଞା କରିଅଛନ୍ତି ଯେ, ସନ୍ୟାସୀବ୍ୟକ୍ତି ଦଣ୍ଡ ବଲ୍କଳ କୌପୀନ ଗ୍ରହଣପୂର୍ବ୍ବକ ବ୍ରହ୍ମସୂତ୍ର ବ୍ୟତିତ ଜାତୀୟ ଚିହ୍ନ, ବାହ୍ୟଉପବୀତ, ମାଳା ଓ ତିଳକ ଧାରଣ କରିବେ ନାହିଁ । ଆଉମଧ୍ୟ ପାଦୁକା, କନ୍ଥା, କମଣ୍ଡଳୁ ଆଦି ଗ୍ରହଣ କରିବେ ନାହିଁ । କୌଣସି ସ୍ଥାନରେ ଏକ ସ୍ଥାନୀୟ ହୋଇ ନିଜେ ମଠ ନିର୍ମାଣ ନ କରି ଅତିଥିଭାବେ ଏକ ଗ୍ରାମରେ ଏକଦିବସ ମାତ୍ର ଅତିବାହିତପୂର୍ବ୍ବକ ଅପର ଦିବସ ପ୍ରାତଃସମୟରେ ଧୂନି ଛପାଇ, ଭିକ୍ଷା ଶେଷରେ ଗ୍ରାମର ମଙ୍ଗଳ ବାଞ୍ଛା କରି ଅପର ସ୍ଥାନକୁ ପ୍ରସ୍ଥାନ କରିବେ । ଅଯାଚଞ୍ଜ ବା ଯାଚଞ୍ଜାପୂର୍ବ୍ବକ ଏକ ଗୃହ ଏକ ବଖତ ପକ୍ୱାନ୍ନ ବ୍ୟଞ୍ଜନ ସହିତ ଭଲମନ୍ଦ ନ ଭାବି ସନ୍ତୋଷରେ ଭୋଜନ କରିବେ । ଭିକ୍ଷାଶେଷରେ ଦାତାର ମଙ୍ଗଳ ବାଞ୍ଛା କରି ସେ ସ୍ଥାନରୁ ବିଦାୟ ହେବେ । ଲବ୍ଧ ଭିକ୍ଷାଦ୍ରବ୍ୟ ଅପର ଦିବସ ପର୍ଯ୍ୟନ୍ତ ସଞ୍ଚୟ ରଖିବେ ନାହିଁ । ଏବଂ ସ୍ଵହସ୍ତରେ ପାକ କରିବେ ନାହିଁ ବା କରାଇବେ ନାହିଁ ଓ କୌଣସି ଗୃହରେ ବସି ଭୋଜନ କରିବେ ନାହିଁ । ଧର୍ମଦାଣ୍ଡରେ ବା ଗ୍ରାମାନ୍ତର ସ୍ଥାନରେ ବସି ଭିକ୍ଷା କରିବେ, ନୂତନ ମୃତ୍ତିକାପାତ୍ରରେ ବା ପତ୍ରାଦିରେ ଭୋଜନ କରିବେ, ଅନ୍ୟ ଧାତୁ ପାତ୍ରାଦିରେ ବା ବଟ ଅଶ୍ଵତ୍ଥ ପତ୍ରରେ ଭୋଜନ କରିବେ ନାହିଁ । ଏହି ରୂପ ଭିକ୍ଷା ଗ୍ରହଣପୂର୍ବ୍ବକ ବିଚରଣ କରିବେ । ଗମନ ସମୟରେ ଅନ୍ୟଆଡ଼େ ଦୃଷ୍ଟି ନ ଦେଇ ପାଦାଗ୍ରେ ଦୃଷ୍ଟିରଖି ଗମନ କରିବେ । ଖରା ବରଷା ନିବାରଣପାଇଁ ତାଳ ବୃକ୍ଷର ବରଡ଼ା ପଙ୍ଖା ଧାରଣ କରିବେ । ଅନ୍ୟ କୌଣସି ଛତ୍ର ଧରିବେନାହିଁ । ଭୂତଳ ଶଯ୍ୟାରେ ଆସନ ଓ ଶୟନ କରିବେ । ଅନ୍ୟ ଶଯ୍ୟା ତ୍ୟାଗ କରିବେ । ଶୂନ୍ୟଗୃହରେ ଅର୍ଥାତ୍‌ କାମିନୀକାଞ୍ଚନ ନ ଥିବା ସ୍ଥଳେ ବା ଗୋଶାଳା, ଧର୍ମ୍ମଶାଳା ଓ ବୃକ୍ଷମୂଳାଦି ସ୍ଥାନମାନଙ୍କରେ ଅବସ୍ଥାନପୂର୍ବ୍ବକ ଧୂନି (ସତ୍ମାଧାଗ୍ନି) ସ୍ଥାପନ କରି ତତ୍‌ ସମୀପରେ ଜଳଭାଣ୍ଡ ରଖି ରାତ୍ର ଅତିବାହିତ କରିବେ । କାମିନୀ ସଙ୍ଗ ବା ସ୍ପର୍ଶ କରିବେ ନାହିଁ ଓ ତାମ୍ବୁଳ ଭକ୍ଷଣ କରିବେ ନାହିଁ । ସ୍ଵର୍ଣ୍ଣ ରୌପ୍ୟାଦି ଧାତୁପଦାର୍ଥ ସ୍ପର୍ଶ କରିବେ ନାହିଁ । ଯାନ ବାହନ ଆରୋହଣ ନ କରି ସ୍ଵପଦରେ ଗମନ କରିବେ । ଅର୍ଥ ସଂଗ୍ରହ କରିବେ ନାହିଁ, ଯଦି ଅର୍ଥପ୍ରାପ୍ତ ହୁଏ ତାହା ସଞ୍ଚୟ ନ କରି ସର୍ବ୍ବଜନ ହିତାର୍ଥେ ବ୍ୟୟ କରିବେ ।

 

ପୂର୍ବ୍ବୋକ୍ତ ଜନ୍ମସ୍ଥାନକୁ ଗମନ କରିବେ ନାହିଁ ଏବଂ ସେମାନଙ୍କ କୁଳସମ୍ଭନ୍ଧୀୟ ବ୍ୟକ୍ତିମାନଙ୍କ ଗୃହରେ ଭିକ୍ଷା ଗ୍ରହଣ କରିବେ ନାହିଁ । ଜଗଜ୍ଜନଙ୍କୁ ପିତାମାତାତୁଲ୍ୟ ମନେ କରିବେ । ସନ୍ୟାସୀ ଏକାକୀ ବିଚରଣ କରିବେ ବା ସମାନ ସ୍ୱଭାବଶାଳୀ ହେଲେ ଅଧିକ ବ୍ୟକ୍ତି ମିଳିତ ହୋଇ ଭ୍ରମଣ କରିବେ । ସଂସାର ବିଷୟୀ ଜନ ସଙ୍ଗରେ ରତ ହେବେନାହିଁ । ଗ୍ରାମ୍ୟଗୀତ ନଟ ନାଟ୍ୟାଦି ପ୍ରଭ୍ୟତି ଶବ୍ଦାଦି ବିଷୟରେ ଚିତ୍ତ ନ ଦେଇ ବ୍ରହ୍ମ ସ୍ମରଣରେ ଚିତ୍ତ ସ୍ଥିରତା ରଖିବେ । ମୁକ୍ତ ସନ୍ୟାସୀ ଜଗଜ୍ଜନଙ୍କର ଉପକାରରେ ନିଯୁକ୍ତ ହୋଇ ଶାନ୍ତ ବିବେକୀଜନ ଦେଖି ‘‘ବ୍ରହ୍ମଜ୍ଞାନ ଭକ୍ତିଯୋଗ’’ର ଉପଦେଶ ପ୍ରଦାନ କରିବେ । ଆଉମଧ୍ୟ ବ୍ରାହ୍ମାଣ୍ଡ ମଙ୍ଗଳାର୍ଥେ ପ୍ରଭୁଙ୍କୁ ଜଣାଇବେ ଓ ଶୂନ୍ୟପ୍ରଭୁଙ୍କ ବ୍ୟତୀତ ଅନ୍ୟ କାହାରିକୁ ପ୍ରଣାମ କରିବେ ନାହିଁ । ସନ୍ୟାସୀ ଓ ବ୍ରହ୍ମୋପାସକମାନେ ଯାଜକବ୍ରାହ୍ମଣାଦି ଗୃହରରେ ଓ ଗୃହୀ ବୈଷ୍ଣବ, ନୃପଗଣ, ଗଣିକା, ନାପିତ, ରଜକ; ଦେବଳ, ମାଳାକାର, ଭାଟ, ଭିକ୍ଷାଜୀବୀ ରୋଗୀ (ବିସୂଚିକା ଆଦି ରୋଗାକ୍ରାନ୍ତ ବ୍ୟକ୍ତି) ଏମାନଙ୍କ ଗୃହରେ ଭିକ୍ଷା ଓ ଦ୍ରବ୍ୟ ଗ୍ରହଣ କରିବେ ନାହିଁ । ବହୁମେଳି ଅନ୍ନ, ଘୋଷଣାନ୍ନ, ଯଜ୍ଞାନ୍ନ, ଶ୍ରାଦ୍ଧାନ୍ନ, ବିବାହାଦି ସଂକଳ୍ପାନ୍ନ ଗ୍ରହଣ କରିବା ନିଷେଧ । ଉକ୍ତ ସ୍ଥାନମାନଙ୍କୁ ଗମନ ମଧ୍ୟ ନିଷେଧ ଆଉ ମଧ୍ୟ ଅସତ୍ ଶାସ୍ତ୍ର ଆଲୋଚନା ଓ କୌଣସି ଜୀବିକା ଆଚରଣ ଏବଂ ବାଦତର୍କ ପ୍ରଭୃତି ପରିତ୍ୟାଗ କରିବେ ।

 

ଉପରୋକ୍ତ ଗୁରୁବାକ୍ୟ ସହ ଶାସ୍ତ୍ରର ଐକ୍ୟ ସମ୍ପାଦନ କରାଯାଉଅଛି । ସନ୍ୟାସୀଜାତୀୟ ଚିହ୍ନ, ବାହ୍ୟଉପବୀତ, ମାଳା ଓ ତିଳକ ପ୍ରଭୃତି ଗ୍ରହଣ ନିଷିଦ୍ଧର ବିବରଣ :-

 

ସତ୍ୟଧର୍ମ୍ମରତାଃ ଶାନ୍ତଃ ସର୍ବ୍ବଲିଙ୍ଗ ବିବର୍ଜ୍ଜିତାଃ ।

ନାଧର୍ମ୍ମେଣ ନ ଧର୍ମ୍ମେଣ ବଧ୍ୟନ୍ତେ ଚ୍ଛିନ୍ନସଂଶୟାଃ ।

ବ୍ରହ୍ମ ପୁ: ୨୨୪ । ୫

ଯେଉଁମାନେ ସର୍ବ୍ବ ସଂଶୟ ଚ୍ଛେଦନପୂର୍ବ୍ବକ ସର୍ବ୍ବ ଜାତୀୟ ଚିହ୍ନପରି ହାର କରତଃ ସନ୍ୟାସ ଗ୍ରହଣ କରିଅଛନ୍ତି, ସେହି ସତ୍ୟଧର୍ମ୍ମରତ ଶାନ୍ତ ବ୍ୟକ୍ତିମାନେ ଧର୍ମ ବା ଅଧର୍ମଦ୍ୱାରା ବଦ୍ଧ ହୁଅନ୍ତି ନାହିଁ-

ତ୍ୟଜେତ୍ ସ୍ୱଜାତି ଚିହ୍ନାନି କର୍ମ୍ମାଣି ଗୃହମେଧିନାମ୍ ।

ତୁରୀୟୋ ବିଚରେତ୍ କ୍ଷୌଣୀଂ ନିଃସଙ୍କଳ୍ପୋ ନିରୁଦ୍ୟମଃ ।

ମହାନି: ୧୪ । ୧୬୯

ଏହି ତୁରୀୟ ପରମହଂସ (ବ୍ରହ୍ମାବଧୂତ) ସ୍ୱଜାତି ଚିହ୍ନ, ଶିଖା, ସୂତ୍ର, ତିଳକ ପ୍ରଭୃତି ପରିତ୍ୟାଗ କରିବେ । ସେ ଗୃହସ୍ଥର କର୍ମ ମଧ୍ୟ କରିବେ ନାହିଁ । ସେ ସଂକଳ୍ପ ରହିତ ଓ ଶରୀର ପୋଷଣାର୍ଥ ଉଦ୍ୟମ ରହିତ ହୋଇ ଭୂତଳରେ ବିଚରଣ କରିବେ ।

କୁଣ୍ଡିକାଂ ଚମସଂ ଶିକ୍ୟଂ ତ୍ରିବିଷ୍ଟପମୁପାନହୌ ।

ଶୀତୋପଘାତିନୀଂ କନ୍ଥାଂ କୋପୀନାଚ୍ଛାଦନନ୍ତଥା ।

ପବିତ୍ରଂ ସ୍ନାନଶାଟୀଞ୍ଚ ଉତ୍ତରାସଙ୍ଗମେବତ ।

ଯଜ୍ଞୋପବୀତଂ ବେଦାଂଶ୍ଚ ସର୍ବ୍ବଂ ତଦ୍ୱର୍ଜ୍ଜୟେଦ୍ ଯତିଃ ।

କଠଶ୍ରୁତ୍ଵୁପନିଷତ୍ ଖ: ୫ । ୧ । ୨ ।

 

ପରମହଂସ ଅବଧୂତ ସନ୍ୟାସୀମାନଙ୍କର କୁଣ୍ଡିକାଦି ନିଷେଧ । ଅତଏବ କହୁଅଛୁଁ ଯତିମାନେ କମଣ୍ଡଳୁ, ଚମସ, (କାଷ୍ଠନିର୍ମିତ ପାତ୍ର ବିଶେଷ) ଶୂଳରେ ତଣ୍ଡୁଳରକ୍ଷାର୍ଥ ଶିକ୍ୟ (ଶିକା) କୁଶାସନ, ଉପାନହ ( ଚର୍ମପାଦୁକାଦି ) ଶୀତନିବାରିଣୀ କନ୍ଥା, କୌପୀନ ପର ଆଚ୍ଛାଦନୀ, ପବିତ୍ର ସ୍ନାନ ଶାଟୀ ଅର୍ଥାତ୍ ଜଳ ଶୋଧନାର୍ଥ ବସ୍ତ୍ରଖଣ୍ଡ, ଉତ୍ତରୀୟ ବସ୍ତ୍ର ଯଜ୍ଞୋପବୀତ ଓ ବେଦ ଏହି ସମୁଦାୟ ତ୍ୟାଗ କରିବେ ।

 

ଅଥ ସନ୍ୟାସୀ ବ୍ରହ୍ମସୂତ୍ରଧାରଣ ପୂର୍ବ୍ବକ ବାହ୍ୟ ଉପବୀତ ପ୍ରଭୃତି ତ୍ୟାଗ କରିବା ବିବରଣ,-

ଖଲ୍ୱହଂ ବ୍ରହ୍ମ ସୂଚନାତ୍ ସୂତ୍ରଂବ୍ରହ୍ମ ସୂତ୍ରମହମେବ ବିଦ୍ୱାନ୍‌ତ୍ରିବୃତ୍ ସୂତ୍ରଂତ୍ୟଜେଦ୍ୱିଦ୍ୱାନ୍ ଯ ଏବଂ ବେଦ ।

 

ସଂନ୍ନ୍ୟ ସ୍ତଂ ମୟା ସଂନ୍ନ୍ୟସ୍ତଂ ମୟା

ସଂନ୍ନଂସ୍ତଂ ମୟା ଇତି ତ୍ରିଃ କୃତ୍ୱୋର୍ଦ୍ଧଂ-

ବୈଣବଂ ଦଣ୍ଡଂ କୌପୀନଞ୍ଚ ପ୍ରରିଗ୍ରହେତ୍ ।

ଆରୁଣେୟୋପନିଷତ୍ । ଖ ୩ ।

 

ସନ୍ନ୍ୟାସ ଗ୍ରହଣେ ‘ସତ୍ୟ ଜ୍ଞାନମନନ୍ତ ବ୍ରହ୍ମ’ ଏହି ମହାବାକ୍ୟ ପାଠ କରା କର୍ତ୍ତବ୍ୟ । ସତ୍ୟାଦିର ନ୍ୟାୟ ଆମ୍ଭେ ଅର୍ଥାତ୍ ଅହଂକାର ଉପଲକ୍ଷି ଶୋଧିତ ଜୀବ ଚୈତନ୍ୟ ହିଁ ବ୍ରହ୍ମ । ଏହିରୂପ ଜ୍ଞାନ କରିବେ । ବ୍ରହ୍ମ ଭିନ୍ନ ଅନ୍ୟ କିଛି ସତ୍ୟ ନୁହେଁ । ବ୍ରହ୍ମହିଁ ଜଗତର ସୂଚନା କରନ୍ତି, ଏହି ନିମିତ୍ତ ତାହାଙ୍କୁ ସୂତ ବୋଲାଯାଏ । ଯେ ଉକ୍ତରୂପ ଜ୍ଞାନଲାଭ କରିଅଛନ୍ତି, ସେ ତ୍ରିବୁତ୍ ସୂତ୍ର ପରିତ୍ୟାଗ କରିବେ । ଅତଏବ ଜ୍ଞାନୀବ୍ୟକ୍ତିର ସନ୍ନ୍ୟାସହିଁ କର୍ତ୍ତବ୍ୟ । ‘‘ଆମ୍ଭେ ସକଳ ପରିତ୍ୟାଗ କଲୁ’’ ଏହିରୂପ ତ୍ରିବାର ଉଚ୍ଚାରଣ କରି ସନ୍ନ୍ୟାସ ଗ୍ରହଣ କରିବେ । ଲୋକତ୍ରୟର ଶ୍ରବଣାର୍ଥେ ଯାହା ପରିତ୍ୟାଗ କରିବେ ତାହା ପୁନର୍ବ୍ବାର ଗ୍ରହଣ କଲେ ସେହି ବ୍ୟକ୍ତି ନିନ୍ଦାଭାଜନ ଓ ବଧ୍ୟ ହୁଏ ।

 

ଉକ୍ତ ପ୍ରକାର ତିନିବାର ଅଙ୍ଗୀକାର କରତଃ ଉର୍ଦ୍ଧ୍ୱ ବାହୁ ହୋଇ ବୈଷ୍ଣବ ଦଣ୍ଡ ଓ କୌପୀନ ପରିଗ୍ରହଣ କରିବେ ।

 

ଯ ଏବଂ କ୍ରମେଣ ସ୍ୟନ୍ନସ୍ୟତି

ଯୋ ବା ବ୍ୟୁତ୍ତିଷ୍ଠତି କିମସ୍ୟ-

ଯଜ୍ଞୋପବୀତଂ ? କାବାସ୍ୟ ଶିଖା ?

କଥଂବାସ୍ୟୋପସ୍ପର୍ଶନମିତି ।

ତାନ୍ ହୋବାଚ ଇଦମେବାସ୍ୟ

ତଦ୍‌ଯଜ୍ଞୋପବୀତଂ ଯ ଦାତ୍ମ ଧ୍ୟାନଂ-

ବିଦ୍ୟା ସାଶିଖା ନୀରୈଃ ସର୍ବ୍ବତ୍ରା-

ବସ୍ଥିତୈଃ କାର୍ଯ୍ୟଂ ନିର୍ବ୍ବର୍ତ୍ତୟନୁଦ-

ପାତ୍ରୈ ଜଳତୀରେ ନିକେତନଂ

ହି ବ୍ରହ୍ମବାଦିନୋ ବଦନ୍ତି ।

କଠଶ୍ରୁତ୍ୟୁପନିଷତ୍ ୨ । ୩ । ୪

 

ଯେ ପୂର୍ବ୍ବୋକ୍ତ ପ୍ରକାରରେ ଅର୍ଥାତ୍ ମାତା ପିତା ପ୍ରଭୃତି ପରିତ୍ୟାଗ କରି ବ୍ରହ୍ମଚର୍ଯ୍ୟାଦି ଅନୁକ୍ରମରେ ଅଥବା ବ୍ରହ୍ମଚର୍ଯ୍ୟାଦି କର୍ମ ଅବଲମ୍ୱନ ନ କରି ସନ୍ନ୍ୟାସ ଗ୍ରହଣ କରିନ୍ତି, ସେମାନଙ୍କର ଯଜ୍ଞୋପବୀତ କଅଣ ହେବ ? ଶିକ୍ଷା କି ହେବ ? ଏବଂ ସେମାନଙ୍କର ଆଚମନାଦି କି ହେବ ? ଅର୍ଥାତ୍ ସନ୍ନ୍ୟାସୀମାନଙ୍କର ଯଜ୍ଞୋପବୀତ ଧାରଣ ଶିକ୍ଷାଗ୍ରହଣ ଓ ଆଚମନାଦି ବ୍ୟତିରେକେ କିରୂପେ କାର୍ଯ୍ୟ ସିଦ୍ଧ ହୋଇପାରେ ? ପୂର୍ବ୍ବଶ୍ରୁତିର କଥିତ ପ୍ରଶ୍ନ ସକଳର ଉତ୍ତର କଥିତ ହେଉଅଛି :- ପ୍ରଜାପତି ଦେବଗଣଙ୍କ ବାକ୍ୟ ଶ୍ରବଣ କରି ସେମାନଙ୍କୁ କହୁ ଅଛନ୍ତି- ସନ୍ନ୍ୟାସୀମାନେ ଯେ ଆତ୍ମାଧ୍ୟାନ କରନ୍ତି ତାହାହିଁ ସେମାନଙ୍କର ଯଜ୍ଞୋପବୀତ । ସେମାନଙ୍କର ଆତ୍ମାଜ୍ଞାନହିଁ ଶିଖା, ଆଉ ସନ୍ନ୍ୟାସୀମାନେ ସର୍ବ୍ବତ୍ର ଅବସ୍ଥିତ ଜଳଦ୍ୱାରା କାର୍ଯ୍ୟ ସମ୍ପାଦନ କରିବେ । ଏବଂ ଜଳତୀରରେ ବାସ କରିବେ, ବ୍ରହ୍ମବାଦିଗଣ ଉକ୍ତ ପ୍ରକାର ସନ୍ନ୍ୟାସୀମାନଙ୍କର ଆଚାର କୀର୍ତ୍ତନ କରିଅଛନ୍ତି ।

 

ପୁନଶ୍ଚ :-

ତଂଶାନ୍ତମଚଳମଦ୍ୱୟାନନ୍ଦ ବିଜ୍ଞାନଘନ ଏବାସ୍ମିତ ଦେବମେ,

ପରମଂ ଧାମ ତଦେବ ଶିଖାଚ ତଦେବୋପବୀତଞ୍ଚ ଯଦା

ପଦେନିତ୍ୟ ପୂତସ୍ଥଃ ତଦେବାବସ୍ଥାନମ୍‌ ।

                  ପରମହଂସୋପନିଷତ୍‌ ୯ ।

 

ଯେ ପରମାତ୍ମା ଶାନ୍ତ ଅର୍ଥାତ୍‌ କ୍ରୋଧାଦି ବିକ୍ଷେପରହିତ ଅଚଳ, ଅର୍ଥାତ୍‌ ଗମନାଗମନାଦି କ୍ରିୟାରହିତ ଏବଂ ଅଦ୍ୱୟ ଅର୍ଥାତ୍‌ ସ୍ୱଗତ, ସ୍ୱଜାତୀୟ ଓ ବୀଜାତୀୟ ଭେଦ ରହିତ, ସେହି ସଚ୍ଚିଦାନନ୍ଦହିଁ ଏକରସସ୍ୱରୂପ । ଆମ୍ଭେ ସେହି ପରମତ୍ମା ଏବଂ ସେହି ବ୍ରହ୍ମହିଁ ଆମ୍ଭର ପରମଧାମ, ପରମହଂସଗଣ ଏହିରୂପ ଭାବନା କରିବେ । ବର୍ତ୍ତମାନ ପରମହଂସମାନଙ୍କର ଆଚାରତ୍ୟାଗ ଆଶଙ୍କା କରି ତାହା ନିରାଶ କରୁଅଛନ୍ତି :- ଜ୍ଞାନହିଁ ପରମହଂସମାନଙ୍କର ଶିଖା, ଜ୍ଞାନହିଁ ଯଜ୍ଞୋପବୀତ, ଏବଂ ଜ୍ଞାନହିଁ କର୍ମାଙ୍ଗ ମନ୍ତ୍ର ଓ ବ୍ରହ୍ମଜ୍ଞାନ ଉତ୍ପନ୍ନ ହେଲେ ଯୋଗୀମାନେ ନିତ୍ୟପୁତସ୍ଥ ଅର୍ଥାତ୍‌ ବ୍ରହ୍ମନିଷ୍ଠ ହୋଇ ଯେ ଅବସ୍ଥିତି କରନ୍ତି ତାହାହିଁ ଜ୍ଞାନୀମାନଙ୍କର ଅବସ୍ଥାନ ।

 

ପୁନଶ୍ଚ :-

ସଶିଖଂ ବପନଂ କୃତ୍ୱା ବହିଃସୂତ୍ରଂ ତ୍ୟଜେତ୍‌ ବୁଧଃ ।

ଯଦକ୍ଷରଂ ପରଂବ୍ରହ୍ମ ତତ୍‌ସୂତ୍ର ମିତିଧାରୟେତ୍‌ ।

ସୂଚନାତ୍‌ ସୂତ୍ରମିତ୍ୟାହୁଃ ସୂତ୍ରଂନାମ ପରଂପଦମ୍‌ ।

ତତ୍‌ସୂତ୍ରଂ ବିଦିତ୍ୟ ଯେନ ସବିପ୍ରୋ ବେଦପାରଗଃ ।

 

ତେନ ସର୍ବ୍ବମିଦଂ ପ୍ରୋତଂ ସୂତ୍ରେ ମଣିଗଣା ଇବ ।

ତତ୍‌ସୂତ୍ରଂ ଧାରୟେଦ୍‌ ଯୋଗୀ ଯୋଗବିତ୍‌ ତତ୍ତ୍ୱଦର୍ଶିବାନ୍‌ ।

ବହିଃସୂତ୍ରଂ ତ୍ୟଜେ ଦ୍ୱିଦ୍ୱାନ୍‌ ଯୋଗମୁତ୍ତମମାସ୍ଥିତଃ

ବ୍ରହ୍ମ ଭାବମୟଂ ସୂତ୍ରଂ ଧାରୟେଦ୍‌ ଯଃ ସ ଚେତନଃ ।

                        ବ୍ରହ୍ମୋପନିଷତ୍‌ ।

 

ସନ୍ନ୍ୟାସୀ ଯୋଗଗ୍ରହଣପୂର୍ବ୍ବକ ଆତ୍ମଜ୍ଞାନୀ, ଶିଖାସହ ମୁଣ୍ଡନକରି ବାହ୍ୟସୂତ୍ର ପରିତ୍ୟାଗ କରିବେ । ଅବିନାଶ ପରଂବ୍ରହ୍ମସ୍ୱରୂପ ଏଇ ସୂତ୍ର ଧାରଣ କରିବେ । ଏହି ପରଂବ୍ରହ୍ମ ବେଦାନ୍ତଦ୍ୱାରା ସୂଚିତ ବା ପ୍ରତିପାଦିତ ହୋଇଅଛନ୍ତି ଏ ହେତୁ ଏହାଙ୍କୁ ସୂତ୍ର କହନ୍ତି । ଏହି ପରମପଦର ନାମହିଁ ସୂତ୍ର ।

 

ଏହି ସୂତ୍ରକୁ ଯେ ଜାଣି ପାରନ୍ତି ସେ ବେଦପାରଗ । ସୂତ୍ରରେ ଯେରୂପ ମଣିସମୂହ ଗୁନ୍ଥା ହୋଇଥାଏ, ତଦ୍ରୂପ ଏହି ବ୍ରହ୍ମସୂତ୍ରରେ ସମସ୍ତ ଗ୍ରଥିତ ଅଛି । ଯୋଗବିତ୍‌ ତତ୍ତ୍ୱଦର୍ଶୀ ବ୍ୟକ୍ତି ଏହି ବ୍ରହ୍ମସୂତ୍ର ଧାରଣ କରନ୍ତି । ବିଦ୍ୱାନ୍‌ ବ୍ୟକ୍ତି ଉତ୍ତମ ଯୋଗାବଲମ୍ୱନ କରି ବହିଃସୂତ୍ର ତ୍ୟାଗ କରିବେ, ଯେ ବ୍ରହ୍ମମୟ ସୂତ୍ର ଧାରଣ କରନ୍ତି ସେ ପ୍ରକୃତ ଚେତନାବାନ୍‌ ବ୍ୟକ୍ତି ।

 

ପ୍ରକୃତ ବ୍ରାହ୍ମଣ ସମ୍ୱନ୍ଧେ ମହର୍ଷି ଯାଜ୍ଞବଲ୍କ୍ୟ ଗାର୍ଗୀଙ୍କୁ କହିଅଛନ୍ତି :-

‘‘ଯ ଏତଦକ୍ଷରଂ ଗାର୍ଗିବିଦିତ୍ୱାଽସ୍ଳାଲ୍ଲୋକାତ୍‌ ପ୍ରୈତିସ ବ୍ରାହ୍ମଣଃ ’’

ବୃହଦାରଣ୍ୟୋପନିଷତ୍‌୪।୮।୧୦

 

ହେ ଗାର୍ଗି ? ଯେ ଏହି ଅବିନାଶୀ ପରମେଶ୍ୱରଙ୍କୁ ଜାଣି ଏହି ଲୋକରୁ ଅପସୃତ ହୁଅନ୍ତି ସେହି ବ୍ରାହ୍ମଣ । ମହାତ୍ମା ନାନକ କହିଅଛନ୍ତି :-

 

ଦଇୟା କପାହୁ ସଂତୋଷ ସୂତ୍ର ଜତ୍ୱ ଗଂଡ଼ି ସତ ବଟ ।

ଏହୁ ଜନେଉ ଜୀଉକା ହଇତ ପଂଡ଼େ ଘତ ।

ନାଏ ହୁ ତୁଟୈ ନାମ ଲଗୈ ନା ଏହୁ ଜଲୈ ନ ଯାଇ

ଧଂନ ସୁମାନସ ନାନକା ଜୋଗଲ ଚଲୈ ପାଇ ।

                        ଶ୍ଳୋକମହଲ୍ଲା । ୧

 

ଦୟା ଯାହାର କାର୍ପାସସ୍ୱରୂପ, ସନ୍ତୋଷ ସୂତ୍ରସ୍ୱରୂପ ଇନ୍ଦ୍ରିୟଦମନ ରୂପ ଯାହାର ଗ୍ରନ୍ଥି, ସତ୍ୟ ଯାହାର ଗଣ୍ଡି, ସେହିପରି ଉପବୀତହିଁ ଜୀବର ନିମିତ୍ତ । ଏହାହିଁ ହେ ବ୍ରାହ୍ମଣ ! ପରିଧାନ କରି-। ଏହା ଚ୍ଛିନ୍ନ ହୁଏ ନାହିଁ, ମିଳନ ହୁଏ ନାହିଁ, ଏହା ଅଗ୍ନିରେ ଜଳିଯାଏ ନାହିଁ । ନାନକ କହନ୍ତି ଧନ୍ୟ ସେହି ମନୁଷ୍ୟ ଯେ ଏହା ପରିଧାନ କରି ସଂସାରରେ ବିଚରଣ କରନ୍ତି ।

ସନ୍ନ୍ୟାସୀ କୌଣସି ଏକସ୍ଥାନୀୟ ହୋଇ ନ ରହିବାର ବିବରଣ :-

‘‘ବିମୁକ୍ତ ମାର୍ଗେ ଭବେଦନିକେତଶ୍ଚରେତ୍‌।’’

                                          କଠଶ୍ରୁତ୍ୱପନିଷତ୍‌

ସନ୍ନ୍ୟାସୀମାନେ ବିମୁକ୍ତ ମାର୍ଗ ହେବେ ଏବଂ କୌଣସି ବାସସ୍ଥାନ ନିଶ୍ଚୟ ନ କରି ବିଚରଣ କରିବେ ।

 

ସଦାତ୍ମଭାବଃ ସନ୍ତୁଷ୍ଟଃ ଶୋକମୋହବିବଜ୍ଜିତଃ ।

ନିର୍ନିକେତ ସ୍ତିତିକ୍ଷୁଃସ୍ୟାତ୍‌ ନିଂଶଙ୍କୋ ନିରୁପଦ୍ରବଃ ।

                        ମହା ନି : ୧୪ ।୧୭୦

 

ଅବଧୂତ ସନ୍ନ୍ୟାସୀ ସର୍ବ୍ବଦା ଆତ୍ମାଭାବେହିଁ ସନ୍ତୁଷ୍ଟ ରହିବେ । ସେ ଶୋକ ଓ ମୋହରେ ଅଭିଭୂତ ହେବେନାହିଁ, ତାହାଙ୍କର କୌଣସି ନିର୍ଦ୍ଧିଷ୍ଟ ବାସ ସ୍ଥାନ ନାହିଁ ।

 

ସେ ତିତିକ୍ଷାଯୁକ୍ତ ( କ୍ଷମାଶୀଳ ) ନିଃଶଙ୍କ ଓ ନିରୁପଦ୍ରବ ହେବେ । ପୁନଶ୍ଚ :-

 

ଅନିକେତଃ କ୍ଷମାବୃତ୍ତୋ ନିଃଶଙ୍କଃ ସଙ୍ଗବର୍ଜ୍ଜିତଃ ।

ନିର୍ମ୍ମମୋ ନିରହଂକାରଃ ସନ୍ନ୍ୟାସୀ ବିହରେତ୍‌କ୍ଷିତୌ ।

 

ସେହି ସନ୍ନ୍ୟାସୀ ଆବାସ ଗୃହ ଶୂନ୍ୟ, କ୍ଷମାଶୀଳ, ନିଃଶଙ୍କ ହୃଦୟ, ସଂସର୍ଗରହିତ, ମମତାରହିତ, ଅହଂକାରପରିଶୂନ୍ୟ, ହୋଇ ଭୂତଳରେ ବିଚରଣ କରିବେ ।

 

ପୁନଶ୍ଚ ଏ ସମ୍ୱନ୍ଧେ ଭଗବାନ୍‌ ପ୍ରିୟଭକ୍ତଙ୍କ ଲକ୍ଷଣରେ ନିର୍ଦ୍ଧିଷ୍ଟ କରିଅଛନ୍ତି :-

‘ଅନିକେତଃ ସ୍ଥିରମତିଃ ଭକ୍ତିମାନ୍‌ ମେ ପ୍ରିୟୋ ନରଃ ।’

                        ଗୀ ୧୨। ୧୮

 

ନିର୍ଦ୍ଦିଷ୍ଟ ବାସଶୂନ୍ୟ, ସ୍ଥିରବୁଦ୍ଧି, ଏବଂ ଭକ୍ତିଯୁକ୍ତ ମନୁଷ୍ୟ ଆମ୍ଭର ପ୍ରିୟ ଅଟନ୍ତି ।

 

ଗୃହାରମ୍ଭୋ ହି ଦୁଃଖାୟ ବିଫଳଶ୍ଚାଧ୍ରୁ ବାତ୍ମନଃ ।

ସର୍ପଃ ପରକୃତଂ ବେଶ୍ମ ପ୍ରବିଶ୍ୟ ସୁଖମେଧତେ ।

                  ଭା ୧୧ । ୯ ।୧୫

ଅବଧୂତ କହିଅଛନ୍ତି, ନଶ୍ୱର ଦେହରେ ମନୁଷ୍ୟର ଗୃହାରମ୍ଭହିଁ ଦୁଃଖର କାରଣ ଓ ନିଷ୍ଫଳ, ସର୍ପ ପରକୃତ ଗୃହରେ ବାସକରି ସୁଖୀ ହୋଇଥାଏ ।

ଅଥ ଅବଧୂତସନ୍ୟାସୀ ଅତିଥିଭାବେ ଏକଗ୍ରାମରେ ଏକରାତ୍ରିବାସ କରିବାର ବିବରଣ ।

ଅତିଥି ଶବ୍ଦାର୍ଥ :-

ଏକ ରାତ୍ରନ୍ତୁନିବସନ୍ନତିଥି ବ୍ରାହ୍ମଣଃ ସ୍ମୃତଃ ।

ଅନିତତ୍ୟଂହିଁ ସ୍ଥିତିର୍ଯସ୍ମାତ୍‌ ତସ୍ମାଦତିଥିରୁଚ୍ୟତେ ।

                  ବଶିଷ୍ଠସଂହିତା । ୮

ଯେ ବ୍ରାହ୍ମଣ ଏକରାତ୍ରୀ ମାତ୍ର ରହେ ତାହାକୁହିଁ ଅତିଥି ବୋଲାଯାଏ । ଅଳ୍ପକାଳସ୍ଥାୟୀ ବୋଲି ଅତିଥିର ନାମ ହୋଇଅଛି ।

ସନ୍ନ୍ୟାସୀ ଏହିରୂପ ଏକଗ୍ରାମରେ ଏକରାତ୍ର ରହିବାର ବିଧି:-

ଶୀତଗ୍ରୀଷ୍ମେ ସମାନଶ୍ଚ ଲୋଭମୋହବିବର୍ଜ୍ଜିତଃ ।

ତତ୍ରସ୍ଥିତୈକରାତ୍ରଂ ଚ ପ୍ରାତରନ୍ୟସ୍ଥଳଂ ବ୍ରଜେତ୍‌।

ବ୍ରହ୍ମବୈବର୍ତ୍ତ ପୁରାଣ ଶ୍ରୀକୃଷ୍ଣ ଜନ୍ମଖଣ୍ଡେ ଅଂ ୭୪ ।

 

ବିଭାଣ୍ଡକ କହିଅଛନ୍ତି-ସନ୍ନ୍ୟାସୀ ଶୀତ, ଗ୍ରୀଷ୍ମରେ ସମଭାବ ଧାରଣପୂର୍ବ୍ବକ ମୋହ ବର୍ଜ୍ଜିତ ହୋଇ ଏକ ଗ୍ରାମରେ ଏକରାତ୍ର ଅବସ୍ଥିତ କରି ପ୍ରାତଃକାଳରେ ଅନ୍ୟ ସ୍ଥଳକୁ ପ୍ରସ୍ଥାନ କରିବେ ।

 

‘ନଗ୍ରାମେଦ୍ୱିତୀୟାଂ ରାତ୍ରୀମାବସେତ୍‌’ ।

                  ବିଷ୍ଣୁ ସଂହିତା । ୬୯।୧୨

 

ଯତି ଗ୍ରାମରେ ଦ୍ୱିତୀୟ ରାତ୍ରୀ ବାସ କରିବେ ନାହିଁ ।

‘ନଦ୍ୱିତୀୟାମୂପହର୍ତ୍ତୂଂ ରାତ୍ରୀଂ ଗ୍ରାମେ ବସେତ୍‌’ ।

                  ଗୌତମ ସଂହିତା ଅ: । ୩

 

ଗୌତମ କହିଅଛନ୍ତି :- ଯତି ଭିକ୍ଷାର୍ଥ କୌଣସି ଗ୍ରାମରେ ଦ୍ୱିତୀୟ ରାତ୍ରୀ ବାସକରିବେ ନାହିଁ ।

ଏକରାତ୍ରଂ ବସେଦ୍‌ ଗ୍ରାମେ

ତ୍ରିରାତ୍ରଂ ପତ୍ତନେ ବସେତ୍‌ ।

ଯୋ ଯାତି ସଯତିଃ ପ୍ରୋକ୍ତୋ

ଯୋଽନ୍ୟୋ ଯୋଗବିଡ଼ମ୍ୱକଃ ।

            ସ୍କନ୍ଦପୁରାଣ ନାଗରଖଣ୍ଡ ୧୮୫ । ୩୩

 

ସୂତ କହି ଅଛନ୍ତି-ଯେ ବ୍ୟକ୍ତି ଏକ ରାତ୍ରିର ଗ୍ରାମରେ ଏବଂ ତ୍ରିରାତ୍ର (ସ୍ଥାନାନ୍ତର ହୋଇ) ପତ୍ତନେ (ନଗରେ) ବାସକରି ପ୍ରସ୍ଥାନ କରନ୍ତି ସେହି ଯତି । ଆଉ ଏତଦନ୍ୟ ବ୍ୟକ୍ତି ଯୋଗ ବିଡ଼ମ୍ୱକ ବୋଲି କଥିତ ।

 

କଳ୍ପସ୍ର୍ଵେବଂ ପରିବ୍ରଜ୍ୟ ଦେହମାତ୍ରାବଶେଷିତଃ ।

ଗ୍ରାର୍ମେକରାତ୍ର ବିଧିନା ନିରପେକ୍ଷଶ୍ଚରେନ୍ନହୀମ୍‌।

                  ଭା ୭ । ୧୩ । ୧

 

ନାରଦ କହିଲେ ହେ ରାଜନ୍‌ ! ଜ୍ଞାନାଭ୍ୟାସ ସମର୍ଥ ବ୍ୟକ୍ତି ଏହିରୂପ ଚିନ୍ତାକରି ସନ୍ନ୍ୟାସାଶ୍ରମ ଅବଲମ୍ୱନପୂର୍ବ୍ବକ ଦେହମାତ୍ରାବଶେଷିତ ହେବେ ଏବଂ ଏକ ଏକ ଗ୍ରାମରେ ଏକ ଏକ ରାତ୍ରୀ ଅବସ୍ଥାନପୂର୍ବ୍ବକ ଏହି ନିୟମରେ ନିରପେକ୍ଷ ହୋଇ ପୃର୍ଥ୍ୱୀ ପର୍ଯ୍ୟଟନ କରିବେ ।

 

ଏକରାତ୍ରସ୍ଥିତିଃ ଗ୍ରାମେ ପଞ୍ଚରାତ୍ରଃ ସ୍ଥିତିଃପୁରେ ।

ତଥା ତିଷ୍ଠେତ୍‌ ଯଥାପ୍ରୀତି ର୍ଦ୍ୱୋଷୋବାସ୍ୟ ନ ଜାୟତେ ।

                   ବିଷ୍ଣୁପୁରାଣ । ୯ । ୨୮

 

ସନ୍ନ୍ୟାସୀ ଗ୍ରାମେ ଏକରାତ୍ରୀ ଓ ନଗରେ ପାଞ୍ଚରାତ୍ରୀ ବାସ କରିବେ । ଏହାର ଅଧିକ କାଳ ରହିବେ ନାହିଁ । ଏହାର ମଧ୍ୟେ ଯେ ସ୍ଥାନରେ ପ୍ରୀତିଜନ୍ମେ ଓ ଦ୍ୱେଷ ନ ହୁଏ; ଏହିରୂପ ସ୍ଥାନରେ ରହିବେ । ପୁନଶ୍ଚ :-

 

‘‘ଏକ ରାତ୍ରସ୍ଥିତି ର୍ଗ୍ରାମେ ପଞ୍ଚରାତ୍ରସ୍ଥିତିଃ ପୁରେ ।

ବ୍ରହ୍ମପୁରାଣ । ୨୨୨ । ୪୯

 

ସନ୍ନ୍ୟାସୀଜନ ଏକ ଗ୍ରାମରେ ଏକରାତ୍ର ଓ ନଗରରେ (ସ୍ଥାନାନ୍ତରିତଭାବେ) ପଞ୍ଚରାତ୍ର ବାସ କରିପାରନ୍ତି !

 

ସନ୍ନ୍ୟାସୀମାନେ ଏକସ୍ଥାନରେ ଏକରାତ୍ରି ରହିବାର କାରଣ ଏହି କି, - ଏକ ସ୍ଥାନରେ ନିବାସ କଲେ ଜଗଜ୍ଜନମାନଙ୍କ ଅଧିକ ଉପକାର କରିପାରିବେ ନାହିଁ । ସତ୍ୟ ଧର୍ମର ପ୍ରଚାର ସମ୍ୱନ୍ଧେ ବାଧାଜନ୍ମେ । ପୁଣି ବହୁକାଳ ଏକସ୍ଥାନରେ ରହିବାଦ୍ୱାରା ନିଜର ଅବନତି ଜନ୍ମେ:- ଉକ୍ତ ସ୍ଥାନପ୍ରତି ବିଶେଷ ଅଭିମାନ ଜାତହୁଏ, ଏବଂ ସେଠା ଲୋକ, ବିଷୟ ପ୍ରତି ରାଗ ଦ୍ୱେଷ ଇତ୍ୟାଦି ଅଧିକ ହୁଏ । ଏହି ନିମିତ୍ତ ନିଜଶରୀର ସୁଖାଭିଳାଷକୁ ଇଚ୍ଛାକରି କଦାଚ ଏକସ୍ଥାନରେ ରହିବା ଉଚିତ୍‌ ନୁହେଁ । ପରନ୍ତୁ ଯଦି କୌଣସି ସ୍ଥାନରେ ଧର୍ମ୍ମୋପଦେଶ ଓ ସଦ୍‌ଶିକ୍ଷା ଦେବାକୁ ବହୁଦିନ ଆବଶ୍ୟକ ହୁଏ, ତାହାହେଲେ ପୂର୍ବ୍ବୋକ୍ତ ନିୟମ ଲଙ୍ଘନ ନ କରି ଗ୍ରାମ ଗ୍ରାମ ପରିବର୍ତ୍ତନ କରି ନିର୍ଦ୍ଧିଷ୍ଟ ସ୍ଥାନମାନଙ୍କୁ ଯିବାକୁ ହେବ ।

 

ଅବଧୂତ ସନ୍ନ୍ୟାସୀ ଏକ ଗୃହରୁ ଏକ ବଖତ ଭିକ୍ଷା ଗ୍ରହଣ କରି ବିଦାୟ ଗ୍ରହଣର ପ୍ରମାଣ:-

ଯସ୍ମିନଗୃହେ ବିଶେଷେଣ ଲଭେଭିକ୍ଷା ତ ବାଶନମ୍‌ ।

ତତ୍ରନଯାତ ଯୋଭୂୟଃ ସ ଯତିର୍ନେ ତରଃ ସ୍ମୃତଃ ।

            ସ୍କନ୍ଦପୁ ନାଗରଖଣ୍ଡ । ୧୮୫।୩୯

 

ଯେ ଗୃହରେ ଏକବାର ଭିକ୍ଷା ବା ଭୋଜନ ଲାଭ କରି ପୁନରାୟ ସେ ଗୃହକୁ ନ ଯାଆନ୍ତି ସେହି ଯତି, ଅନ୍ୟନୁହେଁ ।

 

 

 

 

ଶୁକଦେବ ପୂର୍ବ୍ବେ ଏହିଭାବ ଧାରଣ କରିଥିଲେ:-

 

ନୂନଂ ଭଗବତୋ ବ୍ରହ୍ମନ୍‌

ଗୃହେଷୁ ଗୃହମେଧିନାମ୍‌ ।

ନ ଲକ୍ଷ୍ୟତେ ହ୍ୟବସ୍ଥାନମପି

ଗୋଦୋହନଂ କ୍ୱଚିତ୍‌।

                  ଭା୧ । ୧୯ । ୩୯ ।

 

ପରୀକ୍ଷିତ କହୁ ଅଛନ୍ତି ହେ ବ୍ରହ୍ମନ୍‌ ! ଆପଣଙ୍କ ଦର୍ଶନ ଅତିଦୁର୍ଲ୍ଲଭ, ଆମ୍ଭେ ନିଶ୍ଚୟ ଜାଣୁ ଯେ ସମୟ ମଧ୍ୟେ ଗୋଟିୟେ ଗାଭି ଦୋହନ କରାହୁଏ, ଆପଣ ତତ୍‍କ୍ଷଣ ମଧ୍ୟ ଗୃହିମାନଙ୍କର ଆଶ୍ରମରେ ଅବସ୍ଥିତ କରନ୍ତି ନାହିଁ ।

 

ସନ୍ନ୍ୟାସୀ ଗୃହୀର ଦ୍ୱାରରେ ଭିକ୍ଷା କରି ଲବ୍ଧ ଭିକ୍ଷାରେ ସନ୍ତୁଷ୍ଟ ହେବାର ବିବରଣ :-

 

ଭୈକ୍ଷଂଚରେଦ୍‌ ଗୃହସ୍ଥେଷୁ ଯାଯାବରଗୃହେଷୁତ ।

ଶ୍ରେଷ୍ଠାତୁ ପ୍ରଥମା ଚେତ ବୃତ୍ତିସ୍ୟୋପଦୃଶ୍ୟତେ ।

                        ଯୋଗଚର୍ଯ୍ୟା ।

 

ଦତ୍ତାତ୍ରୟ କହି ଅଛନ୍ତି:-ଗୃହସ୍ଥ ଓ ଯାଯାବର (ବିଦେଶୀ) ଗୃହରେ ! ଯତିମାନେ ଭିକ୍ଷା ଗ୍ରହଣ କରିବେ । ତନ୍ମଧ୍ୟରେ ପ୍ରଥମୋଦିଷ୍ଟ ପଥହିଁ ଶ୍ରେଷ୍ଠ ବୋଲି କଥିତ ହୋଇଅଛି ।

 

 

ସମଃ ଶୁଭାଶୁଭେ ତୁଷ୍ଟୋ ଯଦୃଚ୍ଛା ପ୍ରାପ୍ତବସ୍ତୁନା

ନିସ୍ତ୍ରୈଗୁଣ୍ୟୋନିର୍ଦ୍ଦିକଳ୍ପୋ ନିର୍ଲୋଭଃ ସ୍ୟାଦସଞ୍ଚୟୀ ।

                  ମହାନି । ୮ ୨୭୭ ।

 

ସନ୍ନ୍ୟାସୀ ଯଦୃଚ୍ଛା ଲବ୍ଧ ବସ୍ତୁରେ ପରିତୁଷ୍ଟ ରହିବେ । ଶୁଭ ହେଉ ବା ଅଶୁଭ ହେଉ ଉଭୟ ବିଷୟରେ ସେ ତୁଲ୍ୟ ଜ୍ଞାନ କରିବେ । ସେ ତ୍ରିଗୁଣାତୀତ, ନିର୍ଦ୍ଧିକଳ୍ପା ଲୋଭଶୂନ୍ୟ ଓ ସଞ୍ଚୟ ରହିତ ହେବେ । ପୁନଶ୍ଚ :-

 

ଅଲାଭେ ନ ବିଷାଦୀ ସ୍ୟାଲ୍ଲାଭେ ନୈବ ଚ ହର୍ଷୟେତ୍‌ ।

ପ୍ରାଣ ଯାତ୍ରିକମାତ୍ରଃ ସ୍ୟାନ୍ନାତ୍ରାସଙ୍ଗାଦ୍ୱିନିର୍ଗତଃ ।

ବ୍ରହ୍ମପୁରାଣ ।୨୨୨। ୫୧।

 

ଭିକ୍ଷାଲାଭରେ ତୁଷ୍ଟ ବା ଅଲାଭରେ ଅସନ୍ତୁଷ୍ଟ ହେବ ନାହିଁ । ସୁଖଦୁଃଖ ଏବଂ ସଙ୍ଗବର୍ଜ୍ଜନପୂର୍ବ୍ବକ କେବଳ ପ୍ରାଣଯାତ୍ରା ନିର୍ବ୍ବାହାର୍ଥ ଭିକ୍ଷା କରିବ ।

 

ପୁନଶ୍ଚ ମହାତ୍ମା ଶଙ୍କରାଚାର୍ଯ୍ୟ କହି ଅଛନ୍ତି:-

କ୍ଷୁଦ୍‌ବ୍ୟାଧିଶ୍ଚ ଚିକିତ୍‌ସ୍ୟତାଂ ପ୍ରତି-

ଦିନଂ ଭିକ୍ଷୌଷଧଂ ଭୁଜ୍ୟତାଂ

ସ୍ୱାଦ୍ୱନ୍ନଂ ନ ତୁ ଯାଚ୍ୟତାଂବିଧି-

ବଶାତ୍‌ ପ୍ରାପ୍ତେନ ସନ୍ତୁଷ୍ୟତାମ୍‌।

ସାଧନପଞ୍ଚକ ।

କ୍ଷୁଧାରୂପ ବ୍ୟାଧିର ଚିକିତ୍ସା କର; ପ୍ରତ୍ୟହ ଭିକ୍ଷାରୂପ ଔଷଧ ସେବନ କର । ସୁମିଷ୍ଟ ଭୋଜ୍ୟର ପ୍ରାର୍ଥନା କର ନାହିଁ, ବିଧିବଶରେ ଯାହା ପ୍ରାପ୍ତ ହେବ ତହିଁରେ ସନ୍ତୁଷ୍ଟ ରୁହ ।

ବେଦାନ୍ତବାକ୍ୟେଷୁ ସଦାଭମନ୍ତୋ,

ଭିକ୍ଷାନ୍ନମାତ୍ରେଣ ଚ ତୁଷ୍ଟିମନ୍ତଃ ।

ଅଶୋକମନ୍ତଃକରଣେ ରମନ୍ତଃ

କୌପୀନବନ୍ତଃ ଖଳୁ ଭାଗ୍ୟବନ୍ତଃ ।

କୌପୀନ ପଞ୍ଚକ ।

ବେଦାନ୍ତ ବାକ୍ୟରେ ଯେଉଁମାନେ ନିରନ୍ତର ଆନନ୍ଦ ଲାଭ କରନ୍ତି, ଭିକ୍ଷା-ଲବ୍ଧ ଅନ୍ନଦ୍ୱାରା ଯେଉଁମାନଙ୍କର ତୁଷ୍ଟି ସାଧିତ ହୁଏ, ନିଃଶୋକ ଅନ୍ତରରେ ଯେଉଁମାନେ ବିତରଣ କରନ୍ତି, ସେହି ସକଳ କୌପୀନଧାରୀ ବ୍ୟକ୍ତିମାନେ ଭାଗ୍ୟବନ୍ତ, ଏଥିରେ ସନ୍ଦେହ ନାହିଁ ।

ତତ୍ତ୍ୱବିତ୍‌ ମହାତ୍ମାମାନେ ଭିକ୍ଷା ଦ୍ୱାରା ଜୀବନଯାତ୍ରା ନିର୍ବ୍ବାହ କରି ସୁଖଶାନ୍ତି ଅନୁଭବ କରନ୍ତି :-

ତପଃ-ଶ୍ରଦ୍ଧେ ଯେହ୍ୟୁପବସନ୍ତ୍ୟରଣ୍ୟେ ।

ଶାନ୍ୟା ବିଦ୍ୱାଂସୋ ଭୈକ୍ଷଚର୍ଯ୍ୟାଂ ଚରନ୍ତଃ ।

ସୂର୍ଯ୍ୟଦ୍ୱାରେଣ ତେ ବିରଜାଃ ପ୍ରଯାନ୍ତି ।

ଯତ୍ରଽମୃତଃ ସ ପୁରୁଷୋ ହ୍ୟବ୍ୟୟାତ୍ମା ।

ମୁଣ୍ଡକୋପ ନିଷତ୍‌ ଖ: ମ: ୭ ।

 

ବିଦ୍ୱାନ୍‌, ସତ୍ୟଧର୍ମନିଷ୍ଠ, ଓ ପବିତ୍ର ହୃଦୟ ମହାତ୍ମାମାନେ ଭିକ୍ଷାଦ୍ୱାରା ଜୀବନଯାତ୍ରା ନିର୍ବ୍ବାହ କରି-ସତ୍ୟଜ୍ଞାନ ଲାଭ ଇଚ୍ଛାକରି ଯୋଗ ସାଧନଦ୍ୱାରା ନିତ୍ୟ ଅବିନଶ୍ୱର ସର୍ବ୍ବବ୍ୟାପୀ, ପରମାତ୍ମାଙ୍କୁ ନିଜ ଆତ୍ମାରେ ଅନୁଭବ କରି ସୁଖଶାନ୍ତି ଭୋଗ କରନ୍ତି ।

 

ପୁତ୍ରୈଷଣାୟାଶ୍ଚ ବିତ୍ତୈଷଣାୟାଶ୍ଚ ଲୋକୈଷଣାୟାଶ୍ଚ ବ୍ୟୁଥ୍ମାୟାଥ ଭିକ୍ଷାଚର୍ଯ୍ୟଂ କରନ୍ତି ।

ଶତଂ । କା ୧୪ । ପ୍ର୫ । ବ୍ରାଂ୨ । କଂ୧ ।

 

ଲୋକ ପ୍ରତିଷ୍ଠା, ଧନଲାଭ, ଅପତ୍ୟ ସ୍ନେହ, ତ୍ୟାଗକରି ସନ୍ନ୍ୟାସୀ ଲୋକ ଭିକ୍ଷାଦ୍ୱାରା ଜୀବିକା ନିର୍ବ୍ବାହ କରି ସର୍ବ୍ବଦା ମୋକ୍ଷ ସାଧନେ ତତ୍ପର ରହନ୍ତି ।

 

ସନ୍ନ୍ୟାସିର ଭିକ୍ଷାଦ୍ରବ୍ୟ ସଞ୍ଚୟ ନିଷେଧର କାରଣ :-

 

ସାୟନ୍ତନଂ ଶ୍ୱସ୍ତନଂ ବା ନ ସଂଗୃହୀତ ଭିକ୍ଷିତମ୍‌ ।

ପାଣିପାତ୍ରୋଦରମାତ୍ରୋ ମକ୍ଷିକେବ ନ ସଂଗୃହୀ ।

ସାୟନ୍ତନଂ ଶ୍ୱସ୍ତନଂ ବା ନ ସଂଗୃହୀତ ଭିକ୍ଷୁକଃ ।

ମକ୍ଷିକା ଇବସଂଗୃହ୍‌ଣନ୍‌ ସହତେନ ବିନଶ୍ୟତି ।

ଭା ୧୧।୮।୧୧।୧୨।

 

ଅବଧୂତ ସନ୍ନ୍ୟାସୀ ଭକ୍ଷ୍ୟଦ୍ରବ୍ୟ ସାୟଂକାଳ ବା ପରଦିନ ନିମିତ୍ତ ସଂଗ୍ରହ କରି ରଖିବେ ନାହିଁ । ହସ୍ତ ମାତ୍ର ବା ଉଦର ମାତ୍ର ପାତ୍ର କରିବେ । ମକ୍ଷିକାର ନ୍ୟାୟ ସଂଗ୍ରାହକ ହେବେ ନାହିଁ ।

 

ଭିକ୍ଷୁକ ସନ୍ଧ୍ୟା ବା ପରଦିନ ନିମିତ୍ତ ସଂଗ୍ରହ କଲେ ମକ୍ଷିକା ସଦୃଶ ଏହି ସଂଗୃହୀତ ଦ୍ରବ୍ୟର ସହିତ ନଷ୍ଟ ହୁଏ ।

 

‘‘ଭିକ୍ଷାଶୀ ନ ଦଦ୍ୟାତ୍‌ ଲବୈକଂ ଧାରୟେତ୍‌’’

କଠଶ୍ରୃତ୍ୟୁପନିଷତ୍‌ ।

 

ନ ଦଦ୍ୟାତ ଭିକ୍ଷାନ୍ନଂ ଭିକ୍ଷୁକାନ୍ତରାୟ ଲବୈକଂ ଧାରୟେ-

ଦିତ୍ୟତ୍ର ନ ଇତ୍ୟେବ ଭିକ୍ଷାନ୍ନ-ଲବସ୍ୟ ସଂଗ୍ରହଂ

ନ କୁର୍ଯ୍ୟା ଦିତ୍ୟର୍ଥଃ ଇତି ।

ଶଙ୍କର ଭାଷ୍ୟେ

 

ସନ୍ନ୍ୟାସୀ ଭିକ୍ଷାକରି ଭୋଜନ କରିବେ, ପରନ୍ତୁ ଏକକଣା ଅନ୍ନ ଅପର ଭିକ୍ଷୁକକୁ ପ୍ରଦାନ କରିବେ ନାହିଁ, ଏବଂ ଆପେମଧ୍ୟ କଣା ମାତ୍ର ଅନ୍ନ ସଂଗ୍ରହ କରିବେ ନାହିଁ । ସନ୍ନ୍ୟାସୀଙ୍କ ସ୍ୱୟଂ ପାକ କରିବା ଓ କରାଇବା ନିଷିଦ୍ଧ ଏବଂ କୌଣସି ଗୃହମଧ୍ୟରେ ବସି ଭିକ୍ଷା କରିବେ ନାହିଁ :-

 

ନ ବ୍ୟଥେତ ତଥାଲାଭେ ଯଥାଲବ୍ଧେନ ବର୍ତ୍ତୟେତ୍‌।

ନ ପାଚୟେତ୍ତଥୈବାନ୍ନଂ ନାଶ୍ନୀୟାତ୍‌ କସ୍ୟଚିଦ୍‌ଗୃହେ ।

ଶଙ୍ଖସଂହିତା । ୭ । ୩

 

ସନ୍ନ୍ୟାସୀଗଣ କିଛି ପ୍ରାପ୍ତ ନ ହେଲେ ମଧ୍ୟ କ୍ଷୁର୍ଣ୍ଣ ଚିତ୍ତ ହେବେ ନାହିଁ । ଯାହା ପାଇବେ ତାହାଦ୍ୱାରାହିଁ ଜୀବିକାନିର୍ବ୍ବାହ କରିବେ, ସ୍ୱୟଂ ପାକ କରିବେ ନାହିଁ, ଏବଂ କାହାଦ୍ୱାରାହିଁ ପାକ କରାଇବେ ନାହିଁ, କାହାରି ଗୃହରେ ବସି ଭୋଜନ କରିବେ ନାହିଁ । ଯେହେତୁ

ଅଣସାଧନା ଯୋଗୀଜନ ।

ଗୋପଥେ କରନ୍ତି ଭୋଜନ ।

      ଜନାର୍ଦ୍ଦନଦାସ ବିଷ୍ଣୁ ପୁରାଣ ।

 

ସନ୍ନ୍ୟାସୀ ଯତି ମୃତ୍ତିକାପାତ୍ର ବା ପତ୍ରବ୍ୟତୀତ ଧାତୁମୟ ପାତ୍ର ବା ବଟ ଅଶ୍ୱତ୍ଥପତ୍ରରେ ଭିକ୍ଷା ନିଷେଧର ବିବରଣ :-

ସୌବର୍ଣ୍ଣାୟ ସତାମ୍ରେଷୁ କାଂସ୍ୟରୌପ୍ୟମୟେଷୁତ ।

ଭିକ୍ଷାଦାତୁର୍ନଧର୍ମୋଽସ୍ତି ଭିକ୍ଷୁର୍ଭୁଂକ୍ତୋ ତୁ କିଳ୍ବିଷଂ ।

ନ ଚ କାଂସ୍ୟେଷୁ ଭୁଞ୍ଜୀୟାଦାପଦ୍ୟପି କଦାଚନ ।

ପଳାଶେ ଯତୟୋଽଶ୍ନନ୍ତି ଗୃହସ୍ଥଃ କାଂସ୍ୟଭୋଜନେ ।

କାଂସ୍ୟକସ୍ୟ ଚ ଯତ୍‌ ପାପଂ ଗୃହସ୍ଥସ୍ୟ ତଥୈବଚ ।

କାଂସ୍ୟଭୋଜୀ ଯତିଶ୍ଚୈବ ପ୍ରାପ୍ନୁୟାତ୍‌ ବିଳ୍ୱିଷଂତୟୋଃ ।

ଅତ୍ରିସଂହିତା ୧୫୪ । ୧୫୬ ।

 

ସନ୍ନ୍ୟାସୀ ଓ ଯତିମାନଙ୍କୁ ସୁବର୍ଣ୍ଣମୟ, ଲୌହମୟ, ତାମ୍ୱ୍ରମୟ, କାଂସ୍ୟମୟ ବା ରୌପ୍ୟମୟ ପାତ୍ରରେ ଭିକ୍ଷାଦାନ କଲେ ଦାତାର ଧର୍ମ୍ମ ହୁଏ ନାହିଁ । ଏବଂ ଏହି ଭିକ୍ଷାଲବ୍ଧଦ୍ରବ୍ୟ ଭୋଜୀଭିକ୍ଷୁକ ପାପ ଭୋଜନ କରେ । ଭିକ୍ଷୁକଗଣ କେତେବେଳେ ଏପରି କି ବିପଦ କାଳେ ମଧ୍ୟ କାଂସ୍ୟ ପାତ୍ରରେ ଭୋଜନ କରିବେ ନାହିଁ । କାହିଁକି ନା ଯତିଗଣ ବୃକ୍ଷପତ୍ରରେ ଓ ଗୃହସ୍ଥମାନଙ୍କର କାଂସ୍ୟ ପାତ୍ରରେ ଭୋଜନ ନିୟମ ସିଦ୍ଧ । କାଂସ୍ୟ ପାତ୍ରାଦିରେ ଯେ ଅପବିତ୍ରତା ଏବଂ ଗୃହସ୍ଥର ଯେ ପାପ କାଂସ୍ୟପାତ୍ରରେ ଆହାର କଲେ ଭିକ୍ଷୁକ ସେହି ଦୁଇର ଅଧିକାରୀ ହୁଏ ।

 

ଭୂଞ୍ଜୀତ ପାତ୍ରପୁଟକେ ପାତ୍ରେ ବାବଭ୍ୟତୋଯତିଃ ।

ବଟକାଶ୍ୱତ୍ୱପର୍ଣ୍ଣେଷୁ କୁମ୍ଭୀତେନ୍ଦୁ କପାତ୍ରକେ ।

କୋବିଦାରକଦମ୍ୱେଷୁ ନ ଭୂଞ୍ଜୀୟାତ୍‌ କଦାଚନ ।

ମଳାକ୍ତାଃ ସର୍ବ୍ବଉଚ୍ୟନ୍ତେ ଯତୟଃ କାଂସ୍ୟଭୋଜିନଃ ।

କାଂସ୍ୟଭାଣ୍ଡେଷୁ ଯତ୍‌ପାକୋ ଗୃହସ୍ଥସ୍ୟ ତଥୈବଚ ।

କାଂସ୍ୟ ଭୋଜୟତଃ ସର୍ବ୍ବଂ କିଳ୍ୱିଷଂ ପ୍ରାପ୍ନୁୟାତ୍ତୟୋଃ ।

ହାରିତ ସଂହିତା ୬ । ୧୬ ।୧୮

 

ବଟ କିଂବା ଅଶ୍ୱତ୍ଥ ପତ୍ରରେ ଅଥବା କୁମ୍ଭୀ ଓ ତୈନ୍ଦୁକ ନିର୍ମିତ ପତ୍ରରେ ଯତି କେବେହେଁ ଭୋଜନ କରିବେ ନାହିଁ । କାଂସ୍ୟ ପାତ୍ରରେ ଭୋଜନକାରି ଯତି ଗଣ ମଲାକ୍ତ ବୋଲି କୀର୍ତ୍ତିତ ହୁଅନ୍ତି-। ଏହି ନିମିତ୍ତ କାଂସ୍ୟ ପାତ୍ରାଦିରେ ଯତିମାନଙ୍କର ଭୋଜନ ବିହିତ ନୁହେଁ । ଯେ ବ୍ୟକ୍ତି କାଂସ୍ୟ ପାତ୍ରରେ ପାକ କରନ୍ତି, ଯେ କାଂସ୍ୟପାତ୍ରେ ଭୋଜନ କରାଏ, ତାହାର ଯେ ପାପ ହୁଏ, ସେହି ପାପ କାଂସ୍ୟ ପାତ୍ରରେ ଭୋଜନକାରି ଯତି ଗଣ ପ୍ରାପ୍ତ ହୁଅନ୍ତି ।

 

ମୃନୁୟାଲାବୁପାତ୍ରାଣି ଯତିନାନ୍ତୁ ବିନିର୍ଦ୍ଦି ଶେତ୍‌।

                        ଶଙ୍ଖସଂହିତା ୭ । ୪ ।

 

ଯତିଗଣ ସମ୍ୱନ୍ଧେ ମୃତ୍ତିକା ପାତ୍ର ନିର୍ଦ୍ଦିଷ୍ଟ ହୋଇଅଛି ।

ମୃନ୍ମଣୟେ ଦାରୁପାତ୍ରେ ଽଲାବପାତ୍ରେବା ।

                        ବିଷ୍ଣୁ ସଂହିତା ୬୯ । ୭

 

ସନ୍ନ୍ୟାସୀ ମୃନ୍ମଣୟ ପାତ୍ର, ଦାରୁମୟ ପାତ୍ରରେ, କିଂବା ଅଲାବୁପାତ୍ରରେ ଭିକ୍ଷା କରିବେ ।

ଯତିପାତ୍ରାଣି ମୃଦ୍ବେଣୁଦାର୍ବ୍ବଲାବୁମୟାନି ଚ ।

                  ଯାଜ୍ଞ୍ୟବଲ୍କ୍ୟ ସଂହିତା ୩ । - ୬୦

 

ମୃଣ୍ମୟ, ବେଣୁମୟ, ଦାରୁମୟ ଏବଂ ଅଲାବୁମୟ ପାତ୍ର ଯତିମାନଙ୍କର ବ୍ୟବହାର୍ଯ୍ୟ । ଉପରୋକ୍ତ ଯତିମାନଙ୍କର ମଧ୍ୟରୁ ଅବଧୂତ ସନ୍ନ୍ୟାସୀମାନଙ୍କର ନୂତନ ମୃତ୍ତିକା ପାତ୍ର ବା ପତ୍ର ବ୍ୟବହାର୍ଯ୍ୟ । ଉକ୍ତ ବାକ୍ୟ ଅବଧୂତ ଗୁରୁଙ୍କର ଆଜ୍ଞା ପ୍ରସିଦ୍ଧ ଅଟେ । ଉପରୋକ୍ତ ନିୟମାନୁସାରେ ସନ୍ନ୍ୟାସୀ ଅଲେଖ ବ୍ରହ୍ମ ନାମ ଉଚ୍ଚାରଣପୂର୍ବ୍ବକ ଭିକ୍ଷା ଗ୍ରହଣ କରି ଭ୍ରମଣ କରିବେ:-

 

ବ୍ରହ୍ମକ୍ଷରଂ ପାବନ ମୁଚ୍ଚରନ୍ତୋ ବ୍ରହ୍ମାହମପ୍ମୀତି ବିଭାବୟନ୍ତଃ ।

ଭିକ୍ଷାଶିନୋ ଦିକ୍ଷୁ ପରିଭ୍ରମନ୍ତଃ କୌପୀନବନ୍ତଃ ଖଳୁ ଭାଗ୍ୟବନ୍ତଃ ।

କୌପୀନ ପଞ୍ଚକ ୫

 

ଯେଉଁମାନେ ପବିତ୍ର ‘ବ୍ରହ୍ମ’ ନାମ ଉଚ୍ଚାରଣ କରନ୍ତି, ‘‘ଆମ୍ଭେହିଁ ବ୍ରହ୍ମ’’ ଏହିରୂପ ଯେଉଁମାନେ ଚିନ୍ତା କରନ୍ତି, ଏବଂ ଭିକ୍ଷାଶୀ ହୋଇ ଚତୁର୍ଦ୍ଦିଗରେ ପରିଭ୍ରମଣ କରନ୍ତି ତାଦୃଶ କୋପୀନଧାରୀ ବ୍ୟକ୍ତିମାନେ ଭାଗ୍ୟବାନ୍‌, ସନ୍ଦେହ ନାହିଁ ।

 

ପଥରେ ଗମନ ସମୟରେ ପାଦାଗ୍ରେ ଦୃଷ୍ଟିସ୍ଥାପନ :-

‘‘ଦୃଷ୍ଟିପାତଂ ନ୍ୟସେତ୍‌ ପାଦମ୍‌’’

                                    ମନୁ । ୬ । ୪୬-

 

ସନ୍ନ୍ୟାସୀ ମାର୍ଗରେ ଚାଲିବାକୁ ହେଲେ ଏଣେ ତେଣେ ନ ଚାହିଁ ଭୂମି ଉପରେ ଦୃଷ୍ଟି ରଖି ଚାଲିବାକୁ ହୁଏ ।

 

ପଥ ଚାଲୁଥିଲେ କାହିଁ ନ ଚାହିଁବ

ପାଦଅଗ୍ରେ ଦୃଷ୍ଟି ଥିବ ।

ଜନ୍ମ ମରଣକୁ କାଟି ଯେବେ ପାର

ଯୋଗୀପୁତ୍ତ୍ର ବୋଲାଇବ ।।

                  ସ୍ତୁତିଚିନ୍ତାମଣି । ୮୪ । ୫

 

ଅବଧୂତ ପରମହଂସ ସନ୍ନ୍ୟାସୀମାନେ ଭୂତଳରେ ଆସନ ଓ ଶୟନ କରିବେ । ଅନ୍ୟାନ୍ୟ ଆସନ ପରିତ୍ୟାଗ କରିବାର ବିବରଣ ।

 

‘‘ଅଥାତଃ ପରମହଂସ-ପରିବ୍ରାଜ-

କାନାମାସନ-ଶୟନାଭ୍ୟାଂ ଭୂମୌ’’ ।

                  ଅରୁଣେୟୋପନିଷତ୍‌ ଖ: ୪ ।

 

ଯେ କେବଳ ଆମ୍ଭେହିଁ ହଂସସ୍ୱରୂପ, ତଦ୍‍ଭିନ୍ନ ନୁହେଁ, ଏହିରୂପ ଜ୍ଞାନକରି ଗୃହ ବନ୍ଧ ପରିତ୍ୟାଗପୂର୍ବ୍ବକ ଗମନ କରି ଅଛନ୍ତି, ସେହିମାନେହିଁ ପରମହଂସ ପରିବ୍ରାଜକ । ଏହି ପରମହଂସ ପରିବ୍ରାଜକମାନଙ୍କର ଭୂମିରେ ଆସନ ଓ ଶୟନ କର୍ତ୍ତବ୍ୟ । ସେମାନେ ଦିବା ଭାଗରେ ଭୂମିରେ ଉପବେଶନ ଏବଂ ରାତ୍ରରେ ମଧ୍ୟ ସେହି ଭୂଭାଗେ ଶୟନ କରିବେ ।

 

ଭୂଶଯ୍ୟାସମ୍ୱନ୍ଧେ ଶୁକଦେବ କହି ଅଛନ୍ତି:-

ସତ୍ୟାଂ କ୍ଷିତୌ କିଂ କଶିପୋଃ ପ୍ରୟାସୈ-

ର୍ବ୍ବାହୌସ୍ୱସିଦ୍ଧେହ୍ୟୁପବର୍ହଣୈକିମ୍‌ ।

ଭା । ୨ । ୧ ।- ୪

 

ଭୂମିଶଯ୍ୟା ଥିଲେ ଅନ୍ୟ ଶଯ୍ୟାରେ ଆୟାସ ପାଇବାର କି ପ୍ରୟୋଜନ ? ସ୍ୱତଃସିଦ୍ଧ ବାହୁଦ୍ୱୟ ଥିଲେ ଉପାଧାନେ କି ଆବଶ୍ୟକ ? । ପୁନଶ୍ଚ :-

‘‘ଅଧଃ ଶୟନୋଽବଧୂତଃ’’ ।

ଭା । ୩ । ୧ ।

 

ଅବଧୂତ ସନ୍ନ୍ୟାସୀ ଭୂତଳେ ଶୟନ କରନ୍ତି ।

ଅବଧୂତ ସନ୍ନ୍ୟାସୀ କାମିନୀ କାଞ୍ଚନ ନ ଥିବା ଶୂନ୍ୟ ଗୃହରେ ବା ବୃକ୍ଷମୂଳାଦି ସ୍ଥାନରେ ନିବାସ କରିବାର ବିବରଣ :-

 

‘‘ଶୂନ୍ୟାଗାରେ ସମରସପୂତସ୍ତିଷ୍ଠତ୍ୟେକଃ ସୁଖମବଧୂତଃ ।’’

ଅବଧୂତଗୀତା । ୧

 

ଅବଧୂତ ଶୂନ୍ୟଗୃହେ ସମରସ ଲାଭେ ପବିତ୍ର ହେଇ ବାସ କରନ୍ତି ।

‘‘ଶୂନ୍ୟାଗାରନିକେତଃସ୍ୟାଦ୍‌ ଯତ୍ର ସାୟଂ ଗୃହୋ ମୁନିଃ’’

ଶଙ୍ଖସଂହିତା । ୫।-୫।

 

ସନ୍ନ୍ୟାସୀ ଜନପ୍ରାଣୀଶୂନ୍ୟ ସ୍ଥାନରେ ବାସନ କରିବେ ଏବଂ ଯେ ସ୍ଥାନେ ସାୟଂକାଳ ଉପସ୍ଥିତ ହେବ ସେସ୍ଥାନେ ରାତ୍ରି ଯାପନ କରିବେ ।

 

‘‘ଶୁଦ୍ଧମାନସଃ ପ୍ରାଣସଦ୍ଧାରଣାର୍ଥଂ

ଯଥୋକ୍ତ-କାଳେ ବିମୁକ୍ତୋ ।

ଭୈକ୍ଷମାଚରନ୍‌ ଉଦରପାତ୍ରେଣ

ଲାଭାଲାଭୟୋଃ ସମଭୂତ୍ଵା !

ଶୂନ୍ୟାଗାର * * * ତୃଣ-କୂଟ

* * ବୃକ୍ଷମୂଳ କୁଲାଳ-

ଶାଳଃ * * * ତେଷ୍ୱନିକେତବାସ୍ୟ ।

ଜାବାଲୋପନିଷତ୍‌।

 

ଅବଧୂତ ପରମହଂସ ସନ୍ନ୍ୟାସୀ ଶୁଦ୍ଧଚିତ୍ତ ହୋଇ ପ୍ରାଣ ଧାରଣାର୍ଥ ଯଥା ବିହିତ କାଳେ ଉଦର ପୂରଣୋପଯୋଗୀ ଭିକ୍ଷାଚରଣ କରତଃ ଲାଭାଲାଭେ ସମଜ୍ଞାନୀ ହୋଇ ଶୂନ୍ୟାଗାର (ନିଷ୍କାମଟୁଙ୍ଗି) ପର୍ଣ୍ଣଶାଳା, ବୃକ୍ଷମୂଳ, କୁଲାଳଶାଳା, ଏହି ସକଳସ୍ଥାନେ ବାସ କରିବେ ।

 

ମୂଳଂତରୋଃ କେବଳ ମାଶ୍ରୟନ୍ତଃ,

ପାଦ୍ୱେୟଂ ଭେକ୍ତୁ ମମନ୍ତ୍ରୟନ୍ତଃ ।

କନ୍ଥାମିବ ଶ୍ରୀମପି କୁତ୍‌ସୟନ୍ତଃ,

କୌପୀନବନ୍ତଃ ଖଳୁ ଭାଗ୍ୟବନ୍ତଃ,

କୌପୀନପଞ୍ଚକ । ୨ ।

 

ଯେଉଁମାନେ କେବଳ ମାତ୍ର ତରୁମୂଳ ଆଶ୍ରୟ କରି ଅବସ୍ଥିତ କରନ୍ତି, ଯେଉଁମାନଙ୍କର କର ଯୁଗଳ କେବଳ ଆହାରୀୟ ସଂଗ୍ରହର ନିମିତ୍ତ ସୃଷ୍ଟ ହୁଏ ନାହିଁ, କନ୍ଥାର ନ୍ୟାୟ ଯେଉଁମାନେ ଭୋଗ ବିଳାସକୁ ଘୃଣା କରନ୍ତି ତାଦୃଶ କୌପୀନଧାରୀ ବ୍ୟକ୍ତିମାନେ ଭାଗ୍ୟବାନ୍‌ ସନ୍ଦେହ ନାହିଁ ।-

 

ପୁନଶ୍ଚ:-ମହତ୍‌ ପଦଂ ଜ୍ଞାତ୍ୱା ବୃକ୍ଷମୂଳେ ବସେତ୍‌ ।

ମହାବାକ୍ୟରତ୍ନାବଳୀ ୧। ୪ ।

 

ମହତ୍‌ ପଦ ବ୍ରହ୍ମଙ୍କୁ ଜାଣି କରି ବୃକ୍ଷମୂଳ ଆଶ୍ରୟ କରିବେ ।

ଗୃହେ ଯତ୍ର ନାରୀ ନିବାସଂ କରୋତି

ପ୍ରଶସ୍ତୋ ନ ତତ୍ରାସ୍ତି ବାସୋ ମୁନୀନାଂ ।

ଗୃହାୟାଂ ହରିଯତ୍ର ବାସଂ କରୋତି ।

ପ୍ରଶସ୍ତୋ ନ ତତ୍ରାସ୍ତି ବସୋ ମୃଗାଣାଂ ।

ଉପଦେଶ ସାର । ୧୮

 

ଯେ ଗୃହରେ ସ୍ତ୍ରୀ ନିବାସ କରେ ସେ ଗୃହେ ମୁନିଗଣ ବାସ କରିବେ ନାହିଁ । ଯେ ସ୍ଥାନରେ ସିଂହ ବାସକରେ ସେ ସ୍ଥାନରେ ମୃଗର ସ୍ଥିତି କରିବା ଯୁକ୍ତିସିଦ୍ଧ ନୁହେଁ ।

 

ଅବଧୂତ ସନ୍ୟାସୀ କାମିନୀ ସଙ୍ଗ ସ୍ପର୍ଶ ନ କରିବାର ବିବରଣ, ଯେହେତୁ କାମିନୀ ତ୍ୟାଗ ନ କଲେ ତ୍ୟାଗୀ ହୋଇ ନ ପାରେ ।

 

 

ଯସ୍ୟ ସ୍ତ୍ରୀ ତସ୍ୟ ଭୋଗେଚ୍ଛା ନିସ୍ତ୍ରୀକସ୍ୟ ନ ଭୋଗଭୂଃ ।

ସ୍ତ୍ରିୟଂ ତ୍ୟକ୍ତ୍ୱା ଜଗତ୍ତ୍ୟକ୍ତଂ ଜଗତ୍ତ୍ୟକ୍ତୁ । ସୁଖୀ ଭବେତ୍‌।

ମହାବାକ୍ୟରତ୍ନାବଳୀ ୧।୩୧।୩୨

ଯାହାର ସ୍ତ୍ରୀ ଅଛି ତାହାରହିଁ ସ୍ତ୍ରୀ ସମ୍ଭୋଗେଚ୍ଛା ସମ୍ଭବ, ଯାହାର ସ୍ତ୍ରୀ ନାହିଁ ତାହାର ସ୍ତ୍ରୀ ସମ୍ଭୋଗର ଉତ୍ପତ୍ତି କାହିଁ ? ସ୍ତ୍ରୀ ସମ୍ଭୋଗେଚ୍ଛା ତ୍ୟାଗ କଲେହିଁ ଜଗତ୍‌ ତ୍ୟାଗ କରିବାକୁ ସମର୍ଥ ହୁଏ, ଏବଂ ଜଗତ୍‌ ତ୍ୟାଗ କରିଲେ ମନୁଷ୍ୟ ସୁଖୀ ହୁଏ ।

ଯଥା ଯାତି ସୂର୍ଯ୍ୟାବଲୋକେଽକ୍ଷିତେଜୋ

ତଥା ଯାତି ବାମାବଲୋକେ ଜନାନାଂ ।

ମହାବ୍ରହ୍ମଚର୍ଯ୍ୟାକ୍ଷିତେଜୋ ହି କୈଶ୍ଚିତ୍‌

ନ ସୂର୍ଯ୍ୟେ ନାନାର୍ଯ୍ୟାଞ୍ଚ ଦୃଷ୍ଟି ସ୍ତୁଦେୟା ।

ଉପଦେଶ ସାର । ୧୭

ଯଦ୍ରୁପ ସୂର୍ଯ୍ୟର ପ୍ରତି ଅବଲୋକନ କରି ରହିଲେ ଲୋକର ଚକ୍ଷୁ ନଷ୍ଟ ହୁଏ ତଦ୍ରୂପସ୍ତ୍ରୀମାନଙ୍କ ପ୍ରତି ଅବଲୋକନ କରି ରହିଲେ ତେଜର ହାନି ହୁଏ । ବ୍ରହ୍ମଚର୍ଯ୍ୟ (୬୭)ର ତେଜ ଅକ୍ଷୁର୍ଣ୍ଣ ରଖିବାକୁ ହେଲେ ଓ ଚକ୍ଷୁର ଜ୍ୟୋତି ରକ୍ଷା-କରିବାକୁ ହେଲେ-ନାରୀ ଓ ତିମିରାରୀ ପ୍ରତି ଦୃଷ୍ଟିପାତ କରିବାକୁ ହେବ ନାହିଁ ।

(୬୭)      କର୍ମଣା ମନସା ଦାଚା ସର୍ବ୍ବାବସ୍ଥାସୁ ସର୍ବ୍ବଦା ।

ସର୍ବ୍ବତ୍ର ମୈଥନତ୍ୟାଗଂ ବ୍ରହ୍ମଚର୍ଯ୍ୟଂ ପ୍ରଚକ୍ଷତେ ।

ଶ୍ରୀମଦ୍‌ ଗୀତାସାର । ୧୯

 

ସର୍ବ୍ବଦା ଓ ସର୍ବ୍ବାବସ୍ଥାରେ କାୟମନୋବାକ୍ୟରେ ମୈଥୁନ ପରିତ୍ୟାଗ କରିବେ, ଏହାକୁ ବ୍ରହ୍ମଚର୍ଯ୍ୟ ବୋଲାଯାଏ ।

ବ୍ରହ୍ମଚର୍ଯ୍ୟଂ ସଦାରକ୍ଷେଦଷ୍ଟଧା ମୈଥନଂ ପୃଥକ୍‌।

ସ୍ମରଣଂ କୀର୍ତ୍ତନଂ କେଳିଃ ପ୍ରେଷଣଂ ଗୁହ୍ୟଭାଷଣମ୍‌

ସଂକଳ୍ପୋଽଧ୍ୟବସାୟଶ୍ଚଚ କ୍ରିୟାନିଷ୍ପତ୍ତି ରେବ ଚ ।

ଏତନ୍ମୈଥୁନମଷ୍ଠାଙ୍ଗଂ ପ୍ରବଦନ୍ତି ମନୀଷିଣଃ ।

ନ ଧ୍ୟାତବ୍ୟଂ ନ ବକ୍ତବ୍ୟଂ ନ କର୍ତ୍ତବ୍ୟଂ କଦାଚନ ।

ଏତୈଃ ସର୍ବ୍ବୈଃ ସୁଖସମ୍ପନ୍ନୋ ଯତିର୍ଭବତି ନେତରଃ ।

ଦକ୍ଷ ସଂହିତା ୭।୩୧।୩୩

 

ସର୍ବ୍ବଦାବ୍ରହ୍ମଚର୍ଯ୍ୟ ରକ୍ଷା କରିବ, ମୈଥୁନ, ଅଷ୍ଟବିଧଃ-ସ୍ମରଣ, କୀର୍ତ୍ତନ, କେଳି, ଦର୍ଶନ, ଗୋପନେ କଥୋପକଥନ, ସଂକଳ୍ପ, ଅଧ୍ୟବସାୟ ଓ କାର୍ଯ୍ୟ ସମାପ୍ତି । ପଣ୍ଡିତଗଣ କହନ୍ତି ମୈଥୁନ ଏହି ଅଷ୍ଟାଙ୍ଗ । ତାହାର ଚିନ୍ତା କରିବ ନାହିଁ, ତାହା କହିବ ନାହିଁ ଏବଂ କୌଣସି ପ୍ରକାର କରିବ ନାହିଁ । ଏହିରୂପେ ସୁସମ୍ପନ୍ନ ବ୍ୟକ୍ତି ଯତି ହୋଇପାରେ, ଅପର ହୋଇପାରେ ନାହିଁ ।

 

ଅହିମିବ ଜନଯୋଗଂ ସର୍ବ୍ବଦାବୁର୍ଜ୍ଜୟେଦ୍‌ ଯଃ

କୁଶପମିବ ସୁନାରୀଂ ତ୍ୟକ୍ତୁକାମୋ ବିରାଗୀ

ବିଷମିବ ବିଷୟାନ୍‌ ଯୋ ମନ୍ୟମାନୋ ଦୁରନ୍ତାନ୍‌

ଜୟତି ପରମହଂସୋ ମୁକ୍ତିଭାବଂ ସମେତି ।

ଧନ୍ୟାଷ୍ଟକ ୯

 

ଯେ ବ୍ୟକ୍ତି ସର୍ବ୍ବଦା ଲୋକ ସଂସର୍ଗକୁ ସର୍ପ ସଙ୍ଗ ତୁଲ୍ୟ ଜ୍ଞାନକରି ଏହା ପରିବର୍ଜ୍ଜନ କରନ୍ତି, ଯେ ବିରାଗୀ ପୁରୁଷ ସୁନ୍ଦରୀ ରମଣୀକୁ ଶବ ଦେହବତ୍‌ ଜ୍ଞାନରେ (ଦୂରେ) ପରିହାର କରନ୍ତି ଏବଂ ବିଷୟ ସମୂହକୁ ବିଷବତ୍‌ ଦୂରନ୍ତ ଜ୍ଞାନରେ ତତ୍‌ ସମସ୍ତ ପରିତ୍ୟାଗ କରନ୍ତି, ସେହି ପରମହଂସ ନାମେ ଅଭିହିତ ହୋଇ ଜୟ ଲାଭ କରନ୍ତି ଏବଂ ମୁକ୍ତିଭାବ ପ୍ରାପ୍ତ ହୁଅନ୍ତି ।

 

ମନସା କର୍ମଣା ବାଚ ତେଜ୍ୟତାଂ ମୃଗଲୋଚନେ ।

ନ ତେ ସ୍ୱର୍ଗୋଽପବର୍ଗୋ ବା ସାନନ୍ଦଂ ହୃଦୟଂ ଯଦି ।

ନ ଜାନାମି କଥଂ ତେନ ନିର୍ମିତା ମୃଗଲୋଚନା ।

ବିଶ୍ୱାସଘାତକୀଂ ବିଦ୍ଧି ସ୍ୱର୍ଗୋମୋକ୍ଷସୁଖାର୍ଗଳାମ୍‌ ।

ମୂତ୍ର-ଶୋଣିତ-ଦୁର୍ଗନ୍ଧେହ୍ୟମେଧ୍ୟ-ଦ୍ୱାର-ଦୂଷିତେ ।

ଚର୍ମକୁଣ୍ଡେ ଯେ ରମନ୍ତି ତେ ଲିପ୍ୟନ୍ତେ ନ ସଂଶୟଃ ।

ଅବଧୂତ ଗୀତା ୮ ।୧୧। ।୧୩ ।

 

ବାକ୍ୟ, ମନ ଓ କର୍ମଦ୍ୱାରା ସଦା ସ୍ତ୍ରୀ ଲୋକକୁ ତ୍ୟାଗକରିବେ । ତାହା ନ କଲେ ତୁମ୍ଭର ସ୍ୱର୍ଗ ବା ଅପବର୍ଗ ଅଥବା ହୃଦୟରେ ଆନନ୍ଦ ରହିବ ନାହିଁ । ଜାଣ ନାହିଁ, କି ନିମିତ୍ତ ମୃଗଲୋଚନାର ସୃଷ୍ଟି ହୋଇଅଛି ? ସେମାନଙ୍କୁ ବିଶ୍ୱାସଘାତିନୀ ଏବଂ ସ୍ୱର୍ଗ ଓ ମୋକ୍ଷ ସୁଖର ଅର୍ଗଳସ୍ୱରୂପ ଜାଣିବ-। ମୂତ୍ର ଓ ଶୋଣିତଦ୍ୱାରା ଦୁର୍ଗନ୍ଧମୟ ଅପବିତ୍ର ଦ୍ୱାର ଦୂଷିତ ଚର୍ମକୁଣ୍ଡେ ଯେ ରମଣ କରେ ସେ ପାପରେ ଲିପ୍ତହୁଏ, ଏଥିରେ ଆଉ ସଂଶୟ ନାହିଁ ।

 

 

 

ଏହାକୁ ଉପଲକ୍ଷ କରି ଶୁକଦେବ କହି ଅଛନ୍ତି :-

 

ବ୍ରଣମୁଖମିବଦେହଂ ପୂତିଚର୍ମାବବନ୍ଧନଂ

କୃମିକୁଳଶତପୂର୍ଣ୍ଣଂ ମୂତ୍ରବିଷ୍ଠାନୁଲେପଂ ।

ବିଗତ-ବହୁଳଂ-ରୂପଂ ସର୍ବ୍ବଭୋଗାଦିବାସଂ

ଧ୍ରୁବଂ ମରଣନିମିତ୍ତଂ କିନ୍ତୁ ମୋହ-ପ୍ରସକ୍ତା

ଇଦମେବ କ୍ଷୟଦ୍ୱାରଂ ନ ପଶ୍ୟସି କଦାଚନ

କ୍ଷୀୟନ୍ତେ ଯତ୍ର ସର୍ବ୍ବାଣି ଯୌବନାନି ଧନାନି ଚ ।

ଯୋଗୋପନିଷତ୍‌ ।

 

ଏହି ଯେ ଶରୀର ଦେଖିପାରୁ ନାହିଁକି-ଏହା ବ୍ରଣ ମୁଖ, ଦୁର୍ଗନ୍ଧ, ଚର୍ମଜଡ଼ିତ ଶତ ଶତ କୃମି ପୂର୍ଣ୍ଣ, ମୂତ୍ର ବିଷ୍ଠାନୁଲିପ୍ତ, ଭିନ୍ନ ଭିନ୍ନ ବୟସେ ଭିନ୍ନ ଭିନ୍ନ ରୂପ ଧାରଣ କରୁଅଛି । ଯଦ୍ୟପି ସକଳ ପ୍ରକାର ଭୋଗର ବାସ, ତଥାପି ମୋହ ପ୍ରସକ୍ତିଦ୍ୱାରା ନିଶ୍ଚୟହିଁ ମରଣର କାରଣ ହୋଇ ରହିଅଛି । ଏହାହିଁ କ୍ଷୟର ଦ୍ୱାର, ଯଦ୍ୱାରା ସର୍ବ୍ବପ୍ରକାରର ଯୌବନ ଓ ଧନ ଏକାବେଳେ ସମୂଳେ ବିନଷ୍ଟ ହୁଏ ।

 

ପୁନଶ୍ଚ ଯୋଗବାଶିଷ୍ଠରେ ରାମଚନ୍ଦ୍ର କହିଅଛନ୍ତି:-

 

ତ୍ୱଙାସରକ୍ତବାଷ୍ପାମ୍ୱୁ ପୃଥକ୍‌ କୃତ୍ଵା ବିଲୋଚନଂ ।

ସମାଲୋକୟ ରମ୍ୟଂ ଚେତ୍‌ କିଂ ମୂଧା ପରିମୁଦ୍ୟସି ।

ଯୋଗ : ବୈ । ୨୧ । ୨

 

‘‘(କୌଣସି ଯୁବତୀର) ଚର୍ମ, ରକ୍ତ, ମାଂସ, ବାଷ୍ପ, ବାରି ପୃଥକ୍‌ କରି ଯଦି କୌଣସି ସୌନ୍ଦର୍ଯ୍ୟ ଦେଖିପାର ତେବେ ଦେଖ, ନଚେତ୍‌ କାହିଁକି ମିଥ୍ୟାରେ ମୁଗ୍ଧ ହେବ ।

 

ଇତୋମାଂସ ମିତୋରକ୍ତ ମିତୋଽସ୍ତ୍ରୀତିବାସରୈଃ ।

ବ୍ରହ୍ମନ୍‌ କତିପୟୈ ରେବ ଯାତି ସ୍ତ୍ରୀ ବିଷଚାରୁତା ।

ଯୋଗ : ବୈ : ୨୧ । ୨୫

 

ହେ ବ୍ରହ୍ମନ୍‌ ! ଶ୍ରୀରୂପ ବିଷୟର ସୌନ୍ଦର୍ଯ୍ୟ କେତେଦିବସର ମଧ୍ୟେହିଁ କୌଣସି ସ୍ଥାନେ ରକ୍ତ, କୌଣସି ସ୍ଥାନେ ମାଂସ ଓ କୌଣସି ସ୍ଥାନେ ଅସ୍ଥିଗୁଡ଼ିକ, ଏହିରୂପ ଚ୍ଛିନ୍ନ ହୋଇଯାଏ ।

 

ପୁରଶ୍ଚ ସ୍ତ୍ରୀ ସ୍ପର୍ଶ ନଷେଧର ବିବରଣ :-

 

ଯଦାପି ଯୁବତୀଂ ଭିକ୍ଷୁର୍ନସ୍ପୃଶେଦ୍‌ଦାରବୀମପି

ସ୍ପୃଶନ୍‌ କରୀବ ବଧ୍ୟେତ କରିଣ୍ୟା ଅଙ୍ଗସଙ୍ଗତଃ ।

ଭା ୧୧ । ୮ । ୧୩ ।

 

ସନ୍ନ୍ୟାସୀ ଭିକ୍ଷୁ ସ୍ତ୍ରୀରୂପ ପିତୁଳାର ମଧ୍ୟ ପଦସ୍ପର୍ଶ କରିବେ ନାହିଁ, ଏବଂ ସ୍ପର୍ଶକଲେ ଗଜର ନ୍ୟାୟ ବଦ୍ଧ ହେବ ଯଦ୍ରୂପ କରୀ କରୀଣୀର ଅଙ୍ଗସଙ୍ଗରେ ବନ୍ଧନ ଦଶା ପ୍ରାପ୍ତ ହୁଏ ।

 

ଏହି ନିମିତ୍ତ ସ୍ତ୍ରୀ ସଙ୍ଗ ଓ ସ୍ତ୍ରୀ ସଙ୍ଗୀମାନଙ୍କର ସଙ୍ଗ ସନ୍ନ୍ୟାସୀମାନେ ତ୍ୟାଗ କରିବାର ବିହିତ :-

 

ସ୍ତ୍ରୀଣାଂ ସ୍ତ୍ରୀସଙ୍ଗିନାଂ ସଙ୍ଗ ତ୍ୟକ୍ତ୍ୱ। ଦୂରତ ଆତ୍ମବାନ୍‌

କ୍ଷେମେ ବିବିକ୍ତ ଅସୀନ ଶ୍ଚିନ୍ତୟେନ୍ମାମତନ୍ଦ୍ରିତଃ ।

ନ ତଥାସ୍ୟ ଭବେତ୍‌ କ୍ଳେଶୋ ବନ୍ଧଶ୍ଚାନ୍ୟପ୍ରସଙ୍ଗତଃ

ଯୋଷିତ୍‌ସଙ୍ଗାତ୍‌ ଯଥା ପୁଂସୋ ଯଥା ତତ୍‌ସଙ୍ଗିସଙ୍ଗତଃ ।

ଭା ୧୧ । ୧୪ । ୨୯ । ୩୦

 

ଧୀରବ୍ୟକ୍ତି ସ୍ତ୍ରୀମାନଙ୍କର ଓ ସ୍ତ୍ରୀସଙ୍ଗୀ ବ୍ୟକ୍ତିମାନଙ୍କର ସଙ୍ଗ ଦୂରରୁ ପରିତ୍ୟାଗ କରି ଭୟଶୂନ୍ୟ ନିର୍ଜ୍ଜନ ପ୍ରଦେଶେ ଉପବେଶନପୂର୍ବ୍ବକ ନିରଳସଭାବେ ଆମ୍ଭକୁ ଚିନ୍ତା କରିବେ । ରମଣୀ ସଙ୍ଗ ଓ ରମଣୀ ସଙ୍ଗିମାନଙ୍କର ସଙ୍ଗରେ ଯେରୂପ କ୍ଳେଶ ହୋଇଥାଏ, ଅନ୍ୟମାନଙ୍କ ସଙ୍ଗରେ ସେରୂପ କ୍ଳେଶ ହୁଏ ନାହିଁ ।

 

ସ୍ତ୍ରୀଣାଂ ନିରୀକ୍ଷଣ-ସ୍ପର୍ଶ-ସଂଳାପ-କ୍ଷ୍ୱେଳନାଦିକମ୍‌ ।

ପ୍ରାଣିନୋ ମିଥୁନୀଭୂତାନ୍‌ ଗୃହସ୍ଥୋଽଗ୍ରତସ୍ତ୍ୟଜେତ୍‌ ।

ଭା ୧୧ । ୧୭ । ୩୩

 

ଯତି ସ୍ତ୍ରୀକୁ ଦର୍ଶନ, ସ୍ପର୍ଶ, ଭଷଣ, ପରିହାସ କରିବ ନାହିଁ । ଯେଉଁଠାରେ ସ୍ତ୍ରୀପୁରୁଷ ଏକତ୍ର ସଂଯୁକ୍ତ ହୋଇ ବାସ କରନ୍ତି, ତାହା ଦେଖିବ ନାହିଁ ଏବଂ ଉକ୍ତ ଗୃହରେ ମଧ୍ୟ ରହିବ ନାହିଁ ।

 

ଏହି ଉପଲକ୍ଷରେ ଶଙ୍କରାଚାର୍ଯ୍ୟ ସ୍ତ୍ରୀକୁ ନରକରଦ୍ୱାରସ୍ୱରୂପ ବର୍ଣ୍ଣନ କରିଅଛନ୍ତି :-

 

 

 

‘‘ଦ୍ୱାରଂ କିମେକନ୍ନରକସ୍ୟ ନାରୀ’’ ମଣିରତ୍ନମାଳା ।

ନରକ ପତନର ଏକମାତ୍ର ଦ୍ୱାର କି ? ରମଣୀ ।

 

ଅବଧୂତ ସନ୍ନ୍ୟାସୀମାନେ ଉପରୋକ୍ତ ନିୟମାନୁସାରେ ରମଣୀମାନଙ୍କର ସଙ୍ଗ ବା ସ୍ପର୍ଶ କରନ୍ତି ନାହିଁ ।

 

କିନ୍ତୁ ମୋହାନ୍ଧ ବ୍ୟକ୍ତିମାନେ ତାହା ସୁଖଜ୍ଞାନକରି ମରଣ ପର୍ଯ୍ୟନ୍ତ ତ୍ୟାଗ କରନ୍ତି ନାହିଁ :-

 

ସୁଖତଃ କ୍ରିୟତେ ରାମାଭୋଗଃ ପଶ୍ଚାଦ୍‌ ଭବତି ଶରୀରେ ରୋଗଃ

ଯଦ୍ୟପି ଲୋକେ ମରଣଂ ଶରଣଂ ତଦପିନ ମୁଞ୍ଚତି ପାପାଚରଣଂ

ନାରୀସ୍ତନଭରନାଭିନିବେଶଃ ମିଥ୍ୟାମାୟା-ମୋହବେଶଃ ।

ଏତନ୍ମାଂସବସାଦିବିକାରଂ ମନସି ବଚାରୟ ବାରଂବାରମ୍‌ ।

ମୋହକୋଠାରମ୍‌ ୪।୫

 

ସୁଖ ହେତୁ ଯେଇକରେ ଲଳନା ସମ୍ଭୋଗ

ଆକ୍ରମେ ତାହାର ଦେହେଁ ନାନ ବିଧ ରୋଗ ।

ମରଣ ଶରଣ ତାର ଯଦିଓ ସଂସାରେ

ତଥାପି ସେ ପାପକାର୍ଯ୍ୟ ନାହିଁ ତ୍ୟାଗକରେ ।

 

ମିଥ୍ୟା-ମାୟା-ମୋହପାଶେ ବଦ୍ଧ ଯତ ନର

ଭାବୟେ କାମିନୀ କଚ ସୁଖେର ଆକର ।

କିନ୍ତୁ ଏ ଯେ ରକ୍ତମାଂସ ମେଦେର ବିକାର

ଏଇକଥା ମନେ ତୁମି ଭେବୋ ବାରବାର ।

 

ସନ୍ନ୍ୟାସୀର ତାମ୍ୱୂଳ ଭକ୍ଷଣ ଓ ଧାତୁ ଦ୍ରବ୍ୟ ଗ୍ରହଣ ଏବଂ ଯାନ ବାହନାଦି ଆରୋହଣ ନିଷେଧର ବିବରଣ :-

ତାମ୍ୱୁଳ ବିଧବାସ୍ତ୍ରୀଣାଂ ଯତୀନାଂ ବ୍ରହ୍ମଚାରିଣାଂ

ସନ୍ନ୍ୟାସିନାଞ୍ଚ ଗୋମାଂସ-ସୁରାତୁଲ୍ୟଂ ଶ୍ରୁତୌ ଶ୍ରୁତୌ ।

      ବ୍ରହ୍ମବୈବର୍ତ୍ତପୁରାଣ ଶ୍ରୀକୃଷ୍ଣ ଜନ୍ମଖଣ୍ଡ ୮୩।୯୮

 

ବେଦରେ କଥିତ ଅଛି ଯେ ସନ୍ୟାସୀ, ଯତି, ବ୍ରହ୍ମଚାରୀ ଓ ବିଧବା ସ୍ତ୍ରୀ, ଏମାନେ ଯଦ୍ୟପି ତାମ୍ୱୂଳ ଭକ୍ଷଣ କରନ୍ତି ତାହା ଗୋମାଂସ ଓ ସୁରାତୁଲ୍ୟ ଜାଣିବ ।

 

‘‘ଯତି ହୟା ଯଦି କରେ ତାମ୍ୱୂଳ ଭକ୍ଷଣ ।

ଗୋମାଂସ ସଦୃଶ ଏହା ବେଦେର ବଚନ ।’’

 

ଧାତୁପ୍ରତିଗ୍ରହଂ ନିନ୍ଦାଂ ଅନୃତଂ କ୍ରୀଡ଼ନଂ ସ୍ତ୍ରିୟା

ରେତସ୍ତ୍ୟାଗ ମସୂୟାଞ୍ଚ ସନ୍ୟାସୀ ପରିବର୍ଜ୍ଜୟେତ୍‌ ।

ମହାନି : ୮।୨୮୦।

 

ଧାତୁଦ୍ରବ୍ୟଗ୍ରହଣ, ପରନିନ୍ଦା, ମିଥ୍ୟାବ୍ୟବହାର, ସ୍ତ୍ରୀଲୋକ ସହିତ କ୍ରୀଡ଼ା, ଶୁକ୍ରତ୍ୟାଗ ଓ ଅସୂୟା, ସନ୍ନ୍ୟାସୀ ଏତତ୍‌ ସମୁଦାୟ ପରିତ୍ୟାଗ କରିବେ ।

 

ହଂସୋ ନ କୁର୍ଯ୍ୟାତ୍‌ ସ୍ତ୍ରୀସଙ୍ଗ ନ ବା ଧାତୁପରିଗ୍ରହମ୍‌ ।

ପ୍ରାରବ୍ଧମଶ୍ଵନ୍‌ ବିହରେତ୍‌ ନିଷେଧ-ବିଧି-ବର୍ଜ୍ଜିତଃ ।

ମହାନି : ୧୪ । ୧୬୮

 

ହଂସ ଅର୍ଥାତ୍‌ ପୂର୍ଣ୍ଣବ୍ରହ୍ମାବଧୂତ ସ୍ତ୍ରୀସଂସର୍ଗ ବା ଧାତୁ ପରିଗ୍ରହ କରିବେ ନାହିଁ । ସେ ବିଧି ନିଷେଧ ବର୍ଜିତ ହୋଇ ପ୍ରାରବ୍ଧ ଭୋଗପୂର୍ବ୍ବକ ବିବାହ କରିବେ ।

 

ପୁନଶ୍ଚ ଏ ସମ୍ୱନ୍ଧେ ଶିବ କହଅଛନ୍ତି :-

 

ଶୃଣୁଦେବୀ ପ୍ରବକ୍ଷାମ ଯଥା ବିଘ୍ନଃ ସ୍ଥିତଃ ସଦା ।

ମୁକ୍ତିଂପ୍ରତି ନରାଣାଞ୍ଚ ଭୋଗଃ ପରମ ବନ୍ଧକଃ ।

ନାରୀ ଶଯ୍ୟାସନଂ ବସ୍ତ୍ରଂ ଧନମସ୍ୟ ବିଡ଼ମ୍ୱନମ୍‌ ।

ତାମ୍ୱୁଳଭକ୍ଷ୍ୟଂ ଯାନାନି ରାଜୈଶ୍ୱର୍ଯ୍ୟବିଭୂତୟଃ ।

 

ହେମରୁପ୍ୟଂ ତଥାତାମ୍ରଂ ରତ୍ନଂଚା ଗୁରୁ ଧେନବଃ ।

ପାଣ୍ଡିତ୍ୟଂ ବେଦଶାସ୍ତ୍ରାଣି ନୃତ୍ୟଂ ଗୀତଂ ବିଭୂଷଣମ୍‌ ।

ବଂଶୀ ବୀଣା ମୃଦଙ୍ଗଞ୍ଚ ରଜେନ୍ଦ୍ର ଶ୍ଚାଶ୍ୱବାହନମ୍‌ ।

ଦାରାପତ୍ୟାନି ବିଷୟା ବିଘ୍ନା ଏତେ ପ୍ରକୀର୍ତ୍ତିତାଃ ।

ଶିବସଂହିତା : ୫।୨।୬।

 

ଈଶ୍ୱର କହିଲେ ହେ ଦେବୀ ! ମୋକ୍ଷଲାଭ ବିଷୟରେ ମନୁଷ୍ୟର ଯେ ସମସ୍ତ ବିଘ୍ନ ସର୍ବ୍ବଦା ଉପସ୍ଥିତ ହୁଏ, ତାହା କହୁଅଛୁଁ ଅବଧାନ କର । ଏହି ବିଘ୍ନ ସମୁଦାୟ ମଧ୍ୟରେ ବିଷୟ ସମ୍ଭୋଗହିଁ ମୁକ୍ତିପଥର ପ୍ରଧାନ କଣ୍ଟକସ୍ୱରୂପ । ନାରୀସମ୍ଭୋଗ, ଉତ୍ତମ ଶଯ୍ୟା, ମନୋରମ ଆସନ, ରମଣୀୟ ବସ୍ତ୍ର ଓ ଧନ ସଞ୍ଚୟ, ଏତତ୍‌ ସମୁଦାୟ ମୁକ୍ତିପଥର ବିଡ଼ମ୍ୱନାସ୍ୱରୂପ, ତାମ୍ୱୁଳଭକ୍ଷଣ, ଭେଜ୍ୟାଦି ପାନ (ଶକଟ-ଶିବିକାଦି) ରାଜ୍ୟ, ଐଶ୍ୱର୍ଯ୍ୟ (ପ୍ରଭୁତ୍ୱ) ବିଭୂତି, ସୁବର୍ଣ୍ଣ, ରୌପ୍ୟ, ତାମ୍ର, ଗନ୍ଧଦ୍ରବ୍ୟ, ଧେନୁ, ପାଣ୍ଡିତ୍ୟ, ବେଦପାଠାଦି, ନୃତ୍ୟ, ଗୀତ, ଅଳଙ୍କାର, ବଂଶୀ, ବୀଣା, ମୃଦଙ୍ଗ, ତୁରଙ୍ଗ, ଓ ଓଷ୍ଟ୍ର ପ୍ରଭୃତି ବାହନ, ସ୍ତ୍ରୀ, ପୁତ୍ତ୍ର, ପ୍ରଭୃତି ସଂସାର ବିଷୟ କାର୍ଯ୍ୟ ଏତତ୍‌ ସମୁଦାୟ ମୁକ୍ତିପଥର ଭୋଗରୂପ ବିଘ୍ନ ନିରୂପିତ ଅଛି ।

 

ଦିବା ସ୍ୱପ୍ନଂ ବୃଥାନ୍ନଂଚ ସ୍ତ୍ରୀକଥାଲୋଚ୍ୟମେବ ଚ ।

ଶ୍ୱେତବସ୍ତ୍ରଂ ହିରଣ୍ୟଞ୍ଚ ଯତୀନାଂ ପତନଂ ଷଟ୍‌ ।

ସ୍କନ୍ଦପୁ: ନାଗରଖଣ୍ଡ ୧୮୫ । ୩୬ ।

 

ଦିବାନିଦ୍ରା, ବୃଥାନ୍ନଭୋଜନ, ସ୍ତ୍ରୀକଥାଲୋଚନା, ଶ୍ୱେତବସ୍ତ୍ର ପରିଧାନ ଓ ହିରଣ୍ୟ ଗ୍ରହଣ, ଏହି ଛଗୋଟି ଯତିର ପତନର କାରଣ ।

 

ସନ୍ନ୍ୟାସୀ ଅର୍ଥ ତ୍ୟାଗ କରିବାର କାରଣ :-

 

ଭିଦ୍ୟନ୍ତେ ଭ୍ରାତରୋ ଦାରାଃ ପିତରଃ ସହୃଦସ୍ତଥା ।

ଏକାସ୍ନିଗ୍ଧା କାକିଣିନା ସଦ୍ୟଃ ସର୍ବ୍ବେଽରୟଃ କୃତାଃ ।

                  ଭା ୧୧ । ୨୩ । ୨୦ ।

 

ଅର୍ଥ ଏହିପରି ଅନର୍ଥକର ଯେ ଗୋଟିଏ ପଇସା ନିମିତ୍ତ ଭାଇ, ସ୍ତ୍ରୀ, ପିତା, ସହୃତ୍‌, ଏକପ୍ରାଣ ଓ ଅତି ପ୍ରିୟ ବ୍ୟକ୍ତିମାନଙ୍କ ମଧ୍ୟରେ ବିଚ୍ଛେଦ ହୁଏ ଏବଂ ସମସ୍ତେ ଶତ୍ରୁ ହୋଇଯାନ୍ତି ।

 

‘‘ଅର୍ଥ ମନର୍ଥ ଭାବୟ ନିତ୍ୟଂ

ନାସ୍ତିତତଃ ସୁଖଲେଶଃ ସତ୍ୟମ୍‌’’

      ମୋହମୁଦ୍ଗର-୧୩ ।

 

ଅର୍ଥକୁ ଅନର୍ଥ ବୋଲି ବିବେଚନା କରିବେ ତହିଁରେ ସତ୍ୟହିଁ ସୁଖର ଲେଶମାତ୍ର ନାହିଁ । ସନ୍ନ୍ୟାସୀ ଏହିନିମିତ୍ତ ଅର୍ଥଶୂନ୍ୟ ହେବେ :-

‘‘ସ ଚ ଅର୍ଥଶୂନ୍ୟଃ’’ ପାତାଞ୍ଜଳ ୧୮ କ୍ରୁର ଭାଷ୍ୟ ।

 

ପରବୈରାଗ୍ୟ ଅର୍ଥଶୂନ୍ୟ ଏହାର କୌଣସି ପଦାର୍ଥ ଅଭିଳଷିତ ରହେନାହିଁ । ଅର୍ଥତ୍ୟାଗୀ ସନ୍ନ୍ୟାସୀ ଜ୍ଞାତିକୁଳରେ ଭିକ୍ଷା ନିଷେଧର କାରଣ, ଯେହେତୁ ତାହା ତ୍ୟାଗ କରାଯାଇଥାଏ, ପୁନର୍ବ୍ବାର ସେମାନଙ୍କ ଗୃହରେ ଭିକ୍ଷା ଗ୍ରହଣକରିବା ଅବିଧେୟ :-

 

ଅତ୍ମାନ ମାତ୍ମନଃ ସାକ୍ଷାଦ୍‌ବ୍ରହ୍ମବୁଦ୍ଧ୍ୟା ସୁନିଶ୍ଚଳମ୍‌ ।

ଦେହଜାତ୍ୟାଦି-ସମ୍ୱନ୍ଧାନ୍‌ ବର୍ଣ୍ଣାଶ୍ରମ-ସମନ୍ୱିତାନ୍‌ ।

ଏକାକୀ ନଷ୍ପୃହସ୍ତିଷ୍ଠେନ୍ନହି କେନ ସହାଳପେତ୍‌ ।

      ମହାବାକ୍ୟ ରତ୍ନାବଳୀ ୧।୩୯।୪୧

 

ସାକ୍ଷାତ୍‌ ବ୍ରହ୍ମବୁଦ୍ଧିଦ୍ୱାରା ନିଜ ଆତ୍ମାକୁ ନିଶ୍ଚୟକରି ଏବଂ ଜାତ୍ୟାଦି ବର୍ଣ୍ଣାଶ୍ରମସ୍ଥ ସମ୍ୱନ୍ଧିଗଣଙ୍କୁ ତ୍ୟାଗ କରତଃ ଏକାକୀ ନିଷ୍ପୃହ ଅବସ୍ଥାନ କରି ସେମାନଙ୍କର ସହିତ ଆଳାପ କରିବ ନାହିଁ ଅର୍ଥାତ୍‌ ମୌନୀହୋଇ ରହିବ ।

‘‘ନ ଭିକ୍ଷେତ୍‌ ଜ୍ଞାତିକୁଳବନ୍ଧୁଷୁ ।’’ ଉଶନସଂହିତା ।

 

ସନ୍ନ୍ୟାସୀ ଜ୍ଞାତିକୁଳ ଏବଂ ମାତୁଳାଦି ଆତ୍ମୀୟ ବ୍ୟକ୍ତିର ନିକଟ ଭିକ୍ଷାକରିବେ ନାହିଁ ।

 

ଉଦାର ସନ୍ନ୍ୟାସୀ ଜଗଜ୍ଜନମାନଙ୍କୁ ପିତୃମାତୃ ମନେ କରିବାର କାରଣ :-

 

ଅୟଂ ବନ୍ଧୁ ଚୟଂ ନେତି ଗଣନା କ୍ଷୁଦ୍ରଚେତସାମ୍‌ ।

ଉଦାରଚରିତାନାନ୍ତୁ ବସୁଧୈବ କୁଟୁମ୍ୱକମ୍‌ ।

                  ଯୋଗ: ୧୯ ।୫୨

 

ଏ ବନ୍ଧୁ, ଏ ପର କ୍ଷୁଦ୍ର ଚିତ୍ତ ବ୍ୟକ୍ତିମାନେ ଏହିପରି ଗଣନା କରନ୍ତି, କିନ୍ତୁ ଉଦାରଚିତ୍ତ ବ୍ୟକ୍ତିମାନଙ୍କ ପକ୍ଷରେ ଜଗତର ସମସ୍ତେ ଆତ୍ମୀୟ ।

 

ଈଶ୍ୱରସ୍ୟ ସୁତାଃ ସର୍ବ୍ବେ ମନୁଷ୍ୟପଶୁପକ୍ଷିଣଃ ।

ସର୍ବ୍ବେଷୁ ବନ୍ଧୁ ଭାବେନ ବର୍ତ୍ତିତବ୍ୟ ମତୋ ବୁଧୈଃ ।

                  ମୋକ୍ଷଗୀତା ୨ । ୨୯

 

ବିଜ୍ଞବ୍ୟକ୍ତିମାନଙ୍କ ମତ ଏହି ଯେ ସମସ୍ତ ପ୍ରାଣୀମାନଙ୍କ ପ୍ରତି ବନ୍ଧୁଭାବ ଆଚରଣ କରନ୍ତି, ଯେହେତୁ ମନୁଷ୍ୟ, ପଶୁ ପକ୍ଷୀ ସମସ୍ତେ ଈଶ୍ଵରଙ୍କର ପୁତ୍ତ୍ର ଅଟନ୍ତି ।

 

ସନ୍ନ୍ୟାସୀ ବ୍ୟକ୍ତି ଏକାକୀ ବା ଏକାଧିକ ବ୍ୟକ୍ତି ମିଳିତ ହୋଇ ଭ୍ରମଣ କରିବାର ବିବରଣ-:-

ବାସେ ବହୂନାଂ କଳହୋ ଭବେଦ୍ୱାର୍ତ୍ତାଦ୍ୱୟୋରପି ।

ଏକ ଏବ ଚରେତ୍‌ ତସ୍ମାତ୍‌ କୁମାର୍ଯ୍ୟାଇବ କଙ୍କଣଃ ।

                  ଭା ୧୧ । ୯ । ୧୦

ଅବଧୂତ କହିଅଛନ୍ତି-ବହୁଜନର ଏକତ୍ର ବାସ ବା ଦୁଇଜଣର ଏକତ୍ର ବାସ ମଧ୍ୟ କଳହର କାରଣ ହୋଇଥାଏ । ଅତଏବ କୁମାରୀ କଙ୍କଣର ନ୍ୟାୟ ଏକାକୀ ବିଚରଣ କରିବେ ।

‘‘ଦ୍ୱାଭ୍ୟାମପିତଥୈବ ।’’ ସାଙ୍ଖ୍ୟ, ପ୍ର: ୪ । ସୂ ୧୦

ଦ୍ୱିତୀୟ ସଙ୍ଗ ମଧ୍ୟ ପରିତ୍ୟାଜ୍ୟ ।

ପୁନଶ୍ଚ :-

‘‘ଏକାକୀ ଯତିଶ୍ଚରେତ୍‌ ଦ୍ୱାବେବ

ବା ଚରେତ୍‌ ଦ୍ୱାବେଚବାଚରେଦିତି ।’’

ଆରୁଣେୟୋପନିଷତ୍‌ ଖଃ ୪

ସମାନଶୀଳତ୍ୱେ ଦ୍ୱିତୀୟମନୁନା -

ନାତି ଦ୍ୱାବେବ ଚା ଚରେଦିତି ।

ଅଧ୍ୟାତ୍ମ-କଥାରସ-ବ୍ୟସନେ ତୁ

ଦ୍ୱାବେବ ମିଳିତ୍ଵା ଚରେତ୍‌ ।

 

ଚରତାମିତି ବକ୍ତବ୍ୟେ ଚରେଦିତ୍ୟୁକ୍ତିରେକଚିତ୍ତତା ମାବେଦୟିତୁମ୍‌ ବାଶବ୍ଦୋଽନାସ୍ଥାୟାମ୍‌ । ଏକଚିତ୍ତତା ଦଶାନାମପି ଜାୟତେ ପାଣ୍ଡବାନାଂ ସହାଟନସ୍ମରଣାତ୍‌ । ଏବ କାରୋ ଭିନ୍ନଶୀଳବ୍ୟ ବୃତ୍ତ୍ୟର୍ଥଃ ବାକ୍ୟାଭ୍ୟାସ ଆଦରାର୍ଥଃ ।

ଶଙ୍କରଭଷ୍ୟେ ।

 

ସନ୍ନ୍ୟାସୀ ବ୍ୟକ୍ତି ଏକାକୀ ବିଚରଣ କରିବେ । ଆଉ ସମାନ ସ୍ୱଭାବଶାଳୀ ହେଲେ ଦୁଇବ୍ୟକ୍ତି ମଧ୍ୟ ଏକତ୍ର ରହିପାରନ୍ତି, ଅର୍ଥାତ୍‌ ଅଧ୍ୟାତ୍ମ କଥା ରସ ଆସ୍ୱାଦନକରତଃ ଉଭୟ ମିଳିତ ହୋଇ କାଳଯାପନ କରିବେ । (ବାସ୍ତବିକ ଏକରୂପ ସ୍ୱଭାବଶାଳୀ ହେଲେ ଅଧିକ ବ୍ୟକ୍ତି ମଧ୍ୟ ଏକତ୍ର ମିଳିତହୋଇ ବିଚରଣ କରିପାରନ୍ତି, ପାଣ୍ଡବମାନଙ୍କର ଏକମତ ଥିଲା । ଅତଏବ ସେମାନଙ୍କର ଏକତ୍ର ବିଚରଣେ କୌଣସି ଦୋଷ ହୁଏ ନାହିଁ ) ।

 

ପୁନଶ୍ଚ:- ନବମୁନି ଓ ସପ୍ତଋଷି ମଧ୍ୟ ଏକତ୍ର ବିଚରଣ କରୁଥିଲେ । (ଭାଗବତ) ସନ୍ନ୍ୟାସୀ ବିଷୟି-ଜନ-ସଙ୍ଗ ତ୍ୟାଗର କାରଣ :-

ନ କାମଚାରିତ୍ଵଂରାଗୋପହତେ ଶୁକବତ୍‌ ।

ସାଙ୍ଖ୍ୟଃ ପ୍ରଃ ୪ । ୨୪

 

ଯଦ୍ରୂପ ଶୁକପକ୍ଷୀ ବନ୍ଧନ ଭୟରେ ସାବଧାନରେ ରହେ, ତଦ୍ରୂପ ବିରକ୍ତ ପୁରୁଷ ସାବଧାନ ରହିବେ । ରାଗୀପୁରୁଷର ସଙ୍ଗ କରିବେ ନାହିଁ ।

ଗୁଣଯୋଗା ଦ୍ୱାବନ୍ଧଃ ଶୁକବତ୍‌ ।

      ସାଙ୍ଖ୍ୟା ପ୍ରଃ ୪ । ୨୫

 

ରାଗୀ ପୁରୁଷର ସଙ୍ଗ ହେଲେ ସେମାନଙ୍କର ରାଗାଦି ଦୋଷରେ ଶୁକପକ୍ଷୀ ସଦୃଶ ବନ୍ଧନରେ ପଡ଼ିବାକୁ ହୁଏ ।

 

ସନ୍ୟାସୀ ଗ୍ରାମ୍ୟ ଗୀତ ଶ୍ରବଣାଦି ବିଷୟରେ ଚିତ୍ତ ନ ଦେବାର ବିବରଣ :-

 

ଗ୍ରାମ୍ୟଗୀତଂ ନ ଶ୍ରୁଣୁୟାଦ୍‌ ଯତି ର୍ବ୍ବନଚରଃ କ୍ଵଚିତ୍‌

ଶିକ୍ଷେତ ହରିଣାଦ୍‌ବଦ୍ଧାନ୍ମୁ ଗୟୋ ଗୀତ-ମୋହିତାତ୍‌ ।

ନୃତ୍ୟବାଦିତ୍ରଗୀତାନି ଜୁଷନ୍‌ ଗ୍ରାମ୍ୟାଣି ଯୋଷିତାମ୍‌

ଆସାଂ କ୍ରୀଡ଼ନକୋ ବଶ୍ୟ ଋଷ୍ୟଶୃଙ୍ଗୋ ମୃଗୀସୁତଃ ।

ଭା ୧୧।୮।୧୭।୧୯

 

ବନଚର ଓ ଯତି କେଭେଁ ଗ୍ରାମ୍ୟ ଗୀତ ଶ୍ରବଣ କରିବେ ନାହିଁ । ବ୍ୟାଧ ଗୀତ ମୋହିତ ବଦ୍ଧ ମୃଗର ନିକଟହିଁ ଏହା ଶିକ୍ଷା କରିବେ ।

 

ହରିଣୀ ତନୟ ଋଷ୍ୟଶୃଙ୍ଗ ସ୍ତ୍ରୀମାନଙ୍କର ଗ୍ରାମ୍ୟ ଗୀତ ବାଦିତ୍ର ଓ ନୃତ୍ୟ ଉପଭୋଗ କରି ସେମାନଙ୍କର ବଶତାପନ୍ନ ହୋଇ କ୍ରୀଡ଼ା ପିତୁଳା ହୋଇଥିଲେ । ପୁନଶ୍ଚ ଏହି ବିଷୟରେ ବନ୍ଧନ ଦୋଷ ଶଙ୍କରାଚାର୍ଯ୍ୟ କହିଅଛନ୍ତି :-

 

ଶବ୍ଦାଦିଭିଃ ପଞ୍ଚଭିରେବପଞ୍ଚ,

ପଞ୍ଚତ୍ଵମାପୁଃ ସ୍ଵଗୁଣେନ ବଦ୍ଧାଃ ।

 

 

ତୁରଙ୍ଗ-ମାତଙ୍ଗ-ପତଙ୍ଗ-ମୀନଭୃଙ୍ଗା,

ନରଃ ପଞ୍ଚଭିରଞ୍ଜିତଃ କିମ୍‌ ।

ବିବେକଚୂଡ଼ାମଣି । ୭୮

 

କୁରଙ୍ଗ, ମାତଙ୍ଗ, ପତଙ୍ଗ, ମୀନ ଓ ଭୃଙ୍ଗ ଏମାନେ ଶବ୍ଦାଦିବିଷୟ ପଞ୍ଚକର୍ତ୍ତୃକ ସ୍ୱୀୟ ଗୁଣଦ୍ୱାରା ସମ୍ବନ୍ଧ ହୋଇ ଯଦ୍ରୂପ ପ୍ରତ୍ୟେକ ଏକ ଏକ ଗୁଣ ଗ୍ରହଣ ହେତୁ ପ୍ରତ୍ୟେକର ପ୍ରାଣ ବିନିଷ୍ଟ ହେଉଅଛି । ଅର୍ଥାତ୍‌-

 

କୁରଙ୍ଗ ଶବ୍ଦଗୁଣରେ କେବଳ ଶ୍ରୋତ୍ରେନ୍ଦ୍ରିୟଦ୍ୱାରା ସଙ୍ଗୀତ ଶବ୍ଦ ଶ୍ରବଣ କରି ବ୍ୟାଧ ହସ୍ତରେ ବଦ୍ଧହୁଏ । ମାତଙ୍ଗ ସ୍ପର୍ଶଗୁଣରେ ଅର୍ଥାତ୍‌ ହସ୍ତିନୀର ସ୍ପର୍ଶଜନିତ ସୁଖପାଇ ବ୍ୟାକୁଳ ହୋଇ ବନ୍ଧନ ପ୍ରାପ୍ତହୁଏ । ପତଙ୍ଗ ରୂପଗୁଣରେ ଅର୍ଥାତ୍‌ ରୂପରେ ମୋହିତ ହୋଇ ପ୍ରଜ୍ୱଳିତ ଅଗ୍ନିରେ ପ୍ରାଣତ୍ୟାଗ କରେ । ମୀନ ରସ ଗୁଣେ ଅର୍ଥାତ୍‌ ରସ ଲୋଭରେ ପଡ଼ି ବଡ଼ଶୀରେ ପ୍ରାଣ ହରାଏ ଓ ଭୃଙ୍ଗ ଗନ୍ଧଗୁଣରେ କାଷ୍ଠାଦି ଭେଦନରେ ସମର୍ଥ ହେଲେ ସୁଧା ସୁଗନ୍ଧ ଲୋଭରେ ପଦ୍ମପୁଷ୍ପରେ ବଦ୍ଧ ହୁଏ ।

 

ଏ ପାଞ୍ଚଟି ଜୀବ ଗୋଟିଏ ଗୋଟିଏ ଇନ୍ଦ୍ରିୟର ବିଷୟ ଗ୍ରହଣରେ ଲୋଭ ପ୍ରକାଶ କରି ପ୍ରାଣ ହରାଉ ଅଛନ୍ତି । ଯେଉଁ ବ୍ୟକ୍ତି ପ୍ରମତ୍ତ ହୋଇ ପଞ୍ଚଜ୍ଞାନେନ୍ଦ୍ରିୟଦ୍ୱାରା ଶବ୍ଦ ଓ ସ୍ପର୍ଶାଦି ପଞ୍ଚବିଷୟ ଗ୍ରହଣକରେ ତାହାର ଯେ ବନ୍ଧନଦଶା ହେବ ଏଥିରେ ସନ୍ଦେହ କଅଣ ? ଅତଏବ ଇନ୍ଦ୍ରିୟମାନଙ୍କୁ ବିଷୟରୁ ସଂଯତ କରିବା ବିହିତ । ଅତଏବ ମୁମୁକ୍ଷୁବ୍ୟକ୍ତିର ବ୍ରହ୍ମବ୍ୟତୀତ ଅର୍ଦ୍ଧ ନିମିଷ ଅନ୍ୟ ବିଷୟ ଚିନ୍ତାକରିବା ବିହିତ ନୁହେଁ :-

 

ନିମିଷାର୍ଦ୍ଧଂ ନ ତିଷ୍ଠନ୍ତି, ବୃତ୍ତିଂ ବ୍ରହ୍ମମୟୀଂ ବିନା ।

ଯଥା ତିଷ୍ଠନ୍ତି ବ୍ରହ୍ମାଦ୍ୟାଃ ସନକାଦ୍ୟାଃ ଶୁକାଦୟଃ ।

            ଅପରୋକ୍ଷାନୁଭୁତି । ୧୩୪

 

ବ୍ରହ୍ମାଦି ସୁରବୃନ୍ଦ, ସନକାଦି ଯୋଗୀ ବୃନ୍ଦ ଓ ଶୁକାଦି ବ୍ରହ୍ମନିଷ୍ଠଗଣ ଯେପରି ନିରନ୍ତର ବ୍ରହ୍ମଚିନ୍ତା କରୁଥିଲେ । ସେହିରୂପ ବ୍ରହ୍ମମୟୀ ବୃତ୍ତିର ଅନୁସରଣ ବ୍ୟତିରେକେ ନିମିଷାର୍ଦ୍ଧ କାଳ ଅବସ୍ଥାନ କରିବା ମଧ୍ୟ (ମୁମୁକ୍ଷୁମାନଙ୍କର) କର୍ତ୍ତବ୍ୟ ନୁହେଁ ।

 

ଅବଧୂତ ସନ୍ନ୍ୟାସୀ ଲୋକମାନଙ୍କର ଉପକାରାର୍ଥ ବ୍ରହ୍ମଜ୍ଞାନ ଭକ୍ତିଯୋଗ ଉପଦେଶ ପ୍ରଦାନ କରିବେ । ଯେହେତୁ ଜୀବନ୍ମୁକ୍ତ ବ୍ୟକ୍ତି ଲୋକମାନଙ୍କ ହିତ ନିମିତ୍ତ ଦେହ ଧାରଣ କରିଥାନ୍ତି-:-

 

‘‘ଅସ୍ୟ ଜୀବନ୍ମୁକ୍ତସ୍ୟ ଦେହଧାରଣଂ ଲୋକସ୍ୟୋପକାରାର୍ଥମ୍‌ । ଇତି ଶ୍ରୁତିରପି । ଅସନାଚ୍ଛାଦନ-ସ୍ୱଶରୀରଂ ନୋପଭୋଗାର୍ଥାୟ ଚ ପରିଗ୍ରହତେ୍ ‌। ଭୋ ଭଗବାନ୍‌?- ଲୋକସ୍ୟ କଃ ଉପକାରଃ ? ଉପକାର ସ୍ତ୍ରୀବିଧଶ୍ଚେତି, ତତ୍‌କଥଂ ? ଇତ୍ଥମ । ଦର୍ଶନଂ ଭଜନଂ ସମ୍ଭାଷଣ ଞ୍ଚେତି । ଦର୍ଶନେନ ପାପକ୍ଷୟୋ ଭବତି, ଭଜନେନ ଚୋତ୍ତରୋତ୍ତରଂ ଶ୍ରେୟୋବୃଦ୍ଧିଃ, ସମ୍ଭାଷଣେନ ମୋକ୍ଷୋ ଭବତି । ଏବଂ ନିତ୍ୟ ଶୁଦ୍ଧ-ବୁଦ୍ଧ ମୁକ୍ତସତ୍ୟସ୍ୱଭାବରୂପୋଽହମ୍‌। ଏବଂବିଧୋ ବୋଧଃ ଆଚାର୍ଯ୍ୟ ପ୍ରସାଦାଦଜ୍ଞାନପ୍ରବୁଦ୍ଧଃ ସଂସାରବିନିର୍ମୁକ୍ତୋ ଭବତି ।’’

(ଅଜ୍ଞାନବୋଧିନୀ)

 

ଲୋକର ହିତାର୍ଥ ଜୀବନ୍ମୁକ୍ତ ବ୍ୟକ୍ତି ଶରୀରଧାରଣ କରିଥାନ୍ତି । ଶ୍ରୁତିରେ ମଧ୍ୟ ଉକ୍ତ ଅଛି ଯେ, ଜୀବନ୍ମୁକ୍ତ ବ୍ୟକ୍ତିର ଉପବେଶନ, ଆଚ୍ଛାଦନ ଓ ନିଜ ଶରୀରର କିଛି ହିଁ ଉପଭୋଗାର୍ଥ ନୁହେଁ । ଶିଷ୍ୟ ଜିଜ୍ଞାସା କଲେ ଭଗବାନ ! ଲୋକ ଉପକାର କାହାକୁ କହନ୍ତି ? ଗୁରୁ କହିଲେ ଉପକାର ତ୍ରିବିଧ । ତାହା କିରୂପ ? ଏହିପ୍ରକାର ଅର୍ଥାତ୍ ଦର୍ଶନ ଭଜନ, ଓ ସମ୍ଭାଷଣ । ଦର୍ଶନଦ୍ୱାରା ଲୋକର ପାପ କ୍ଷୟ ହୁଏ । ଭଜନଦ୍ୱାରା ଉତ୍ତରୋତ୍ତର ଶ୍ରେୟୋବୃଦ୍ଧି ଲାଭ ହୁଏ । ଏବଂ ସମ୍ଭାଷଣଦ୍ୱାରା ମୋକ୍ଷ ଘଟେ । ଆମ୍ଭେ ନିତ୍ୟ, ଶୁଦ୍ଧ, ବୁଦ୍ଧ, ମୁକ୍ତ ଓ ସତ୍ୟ ସ୍ୱଭାବରୂପୀ, ଏହି ପ୍ରକାର ଯେ ଜ୍ଞାନ ଆଚାର୍ଯ୍ୟ ପ୍ରସାଦରେ ସେହିରୂପ ଜ୍ଞାନ ବଳରେ ପ୍ରବୁଦ୍ଧ ହୋଇ ସଂସାରରୁ ମୁକ୍ତ ହୋଇଯାଏ ।

 

ଉପକାର ଶବ୍ଦର ଅର୍ଥ :-

 

ଉପଶବ୍ଦଂ ସାମୀପ୍ୟାର୍ଥଃ ତେନ ଜନସ୍ୟ ପରମେଶ୍ୱରସମୀପତାକରଣମାତ୍ରଂ ଫଳଂ ଅତଏବାହ ସମସ୍ତେତି ପରମେଶ୍ୱରତା ଲାଭେ ହି ସର୍ବ୍ବାଃସମ୍ପଦ ସ୍ତନ୍ନିଷ୍ୟନ୍ଦମଯ୍ୟଃ ସମ୍ପନ୍ନା ଏବଂ ରୋହଣା ଚଳଲାଭେ ରତ୍ନସମ୍ପଦ ଇବ ଏବଂ ପରମେଶ୍ୱରତା ଲାଭେ କିମନ୍ୟତ୍‌ ପ୍ରାର୍ଥନୀୟମ୍‌ ।

ତଦୁକ୍ତମୁତ୍ପଳାଚାର୍ଯ୍ୟେଃ –

 

ଭକ୍ତିଲକ୍ଷ୍ମୀସମୃଦ୍ଧାନାଂ କିମନ୍ୟଦୁ ପଯାଚିତମ୍‌।

ଏନୟା ବା ଦରିଦ୍ରାଣାଂ କିମନ୍ୟଦପଯାଚିତମିତି ।

                  ପ୍ରତ୍ୟଭିଜ୍ଞାଦର୍ଶନମ୍‌ ।୭।

 

ଉପକାର ଶବ୍ଦର ଅର୍ଥ ଏହି ଉପଶବ୍ଦେ ସାମୀପ୍ୟ, ତଦ୍ୱାରା ଲୋକମାନଙ୍କର ପରମେଶ୍ୱର ସମୀପତା କରଣ ମାତ୍ରହିଁ ଫଳ; ଏହି ନିମିତ୍ତହିଁ କହିଅଛନ୍ତି, ସମସ୍ତ ସମ୍ପଦପ୍ରାପ୍ତି ହେତୁ ଇତ୍ୟାଦି । ଏହାର ଭାବାର୍ଥ ଏହି ପରମେଶ୍ୱରତ୍ୱ ପ୍ରାପ୍ତ ହେଲେ ସମସ୍ତ ସମ୍ପତ୍‌ ତଦୀୟ ପ୍ରସାଦେ ଅଧିଗତ ହୋଇଥାଏ । କାହିଁକିନା ସମ୍ପଦ ସକଳ ତାହାଙ୍କଠାରୁ ନିସୃତ ହୁଏ । ଏହି ନିମିତ୍ତ ରୋହଣାଚଳ ପ୍ରାପ୍ତ ହେଲେ ଯେପରି ରତ୍ନସମ୍ପତ୍‌ ପ୍ରାପ୍ତି ହୁଏ ତଦ୍ରୂପ ତାହାଙ୍କୁ ପ୍ରାପ୍ତହେଲେ ତତ୍ତତ୍‌ ସମ୍ପଦର ଅଧିକାରୀ ହେବାକୁ ହୁଏ । ଏହିରୂପେ ପରମେଶ୍ୱରତ୍ୱ ପ୍ରାପ୍ତି ହେଲେ ଆଉ କି ପ୍ରାର୍ଥୟିତବ୍ୟ ହୋଇପାରେ ? (ଉତ୍ପଳାଚାର୍ଯ୍ୟ କହିଅଛନ୍ତି) ଯେଉଁମାନେ ଭକ୍ତିରୂପ ଲକ୍ଷ୍ମୀ ଲାଭ କରି ପରମ ଧନୀ ହୋଇଅଛନ୍ତି ସେମାନଙ୍କର ଆଉ କି ଉପଯାଚ୍‌ଜ୍ଞା କରିବାକୁ ହେବ ? ସେହିରୂପ ଯେଉଁମାନେ ଏ ବିଷୟରେ ଦରିଦ୍ର ସେମାନଙ୍କର ବା ଆଉ କି ଅପଯାଚିତ ଅଛି । ଏହାର ଭାବାର୍ଥ ଏହି ଯେଉଁମାନେ ଭକ୍ତ ପରମେଶ୍ୱର ସେମାନଙ୍କର ସକଳକାମନା ପୂର୍ଣ୍ଣ କରନ୍ତି । ଆଉ ଯେଉଁମାନେ ଅଭକ୍ତ ସେମାନଙ୍କର ଚିରକାଳ ହିଁ ଅଭାବ । ତଜ୍ଜନ୍ୟ ସେମାନଙ୍କୁ ଚିରକାଳହିଁ ଆଶା ଓ ବାସନା ପ୍ରଭୃତିର ଦୁର୍ବ୍ବହ ଦାସତ୍ୱ ବହନକରି ପଦେ ପଦେହିଁ ଅବସନ୍ନ, ବିପନ୍ନ ଓ ନଗଣ୍ୟ ହେବାକୁ ହୁଏ । ଏହି ନିମିତ୍ତ ନିଷ୍କାମ ଭାବରେ ହେଉ ବା ସକାମ ଭାବରେ ହେଉ ଏକ ଅଦ୍ୱିତୀୟ ପରମେଶ୍ୱରଙ୍କୁ ଉପାସନା କରା କର୍ତ୍ତବ୍ୟ ।

 

ଅକାମଃ ସର୍ବ୍ବେକାମୋ ବା ମୋକ୍ଷକାମ ଉଦାରଧାଃ ।

ତୀବ୍ରେଣ ଭକ୍ତିଯୋଗେନ ଯଜେତ ପୁରୁଷଂ ପରମ୍‌ ।

                        ଭା ।୨ ।୩ । ୧୦

 

କିନ୍ତୁ ଯେ ନିଷ୍କାମ ଅଥବା ଯେ ଅନ୍ୟାନ୍ୟ ସମୁଦାୟହିଁ କାମନା କରନ୍ତି, ‘‘କିଂବା ଯେ ଉଦାର ବୁଦ୍ଧିବ୍ୟକ୍ତି, ମୁକ୍ତିପ୍ରାର୍ଥୀ, ସେମାନେ ସମସ୍ତେହିଁ ଏକାନ୍ତ ଭକ୍ତି ସହ ଯୋଗରେ ପରମ ପୁରୁଷ ପରମାତ୍ମାଙ୍କ ଉପାସନାରେ ଆସକ୍ତ ହେବେ ।

 

କିନ୍ତୁ ଏହାର ତାତ୍ପର୍ଯ୍ୟ ଏହି ଯେ ନିଷ୍କାମମାନେ ନିର୍ଗୁଣ ଓ ସକାମମାନେ ସଗୁଣ ମୁକ୍ତିକୁ ପ୍ରାପ୍ତ ହୁଅନ୍ତିଃ –

 

ଇୟଂ ସ୍ୟାନ୍ନିର୍ଗୁଣାମୁକ୍ତି ର୍ନିଷ୍କାମାନାଂ ମହୀପତେ ।

ଭୋଗାଭିଳାଷିଣାଂ ପ୍ରୋକ୍ତା ସଗୁଣା ସର୍ବ୍ବକାମଦା ।

ମୋକ୍ଷଗୀତା ୧୮ । ୩୫

 

ହେ ରାଜନ୍‌ ! ନିଷ୍କାମମାନେ ନିର୍ଗୁଣ ମୁକ୍ତିକୁ ଓ ସକାମ ଭୋଗାଭିଳାଷିମାନେ ସଗୁଣ ସର୍ବ୍ବକାମରୂପ ମୁକ୍ତିକୁ ପ୍ରାପ୍ତ ହୁଅନ୍ତି ।

 

କିନ୍ତୁ କାମରୁ ଦୁଃଖର ଉତ୍ପତ୍ତିହୁଏ, ଉକ୍ତ ଭବିଷ୍ୟତ୍‌ଦୁଃଖ ତ୍ୟାଗ ଯୋଗ୍ୟ :-

‘‘ହେୟଂ ଦୁଃଖ ମନାଗତମ୍‌’’ । ପାତଞ୍ଜଳ ସଃ ପ:ସୂ ୧୬

 

ଯେ ଦୁଃଖ ଭବିଷ୍ୟତରେ ହେବ ତାହାହିଁ ପରିତ୍ୟାଗ କରା କର୍ତ୍ତବ୍ୟ । ଅର୍ଥାତ୍‌ ଯହିଁରେ ପରିଣାମରେ ଦୁଃଖ ନ ହୁଏ ଏହିପରି ଚେଷ୍ଟା କରିବ ।

 

ଅବଧୂତ ସନ୍ନ୍ୟାସୀ କାହାରିକୁ ନମସ୍କାର ନ କରିବାର ବିବରଣ -

‘‘ନିର୍ନମସ୍କାରଃ ।’’ ବିଷ୍ଣୁ ସଂହିତା ୬୯ ।୨୨।

 

ସନ୍ନ୍ୟାସୀ କାହାକୁ ନମସ୍କାର କରିବେ ନାହିଁ ।

 

 

ଆଶାମ୍ୱରୋ ନ ନମସ୍କାରୋ ନ ସ୍ଵାହାକାରୋ

ନ ସ୍ୱଧାକାରୋ ନ ନିନ୍ଦାସ୍ତୁତି ର୍ଯାଦୃଚ୍ଛିକୋ ଭବେତ୍‌।

ମହାବାକ୍ୟ ରତ୍ନାବଳୀ ୧ । ୧୦

 

ଦିଗମ୍ୱର କାହାକୁ ନମସ୍କାର ଓ ଯଜ୍ଞାଦି ବିଷୟରେ ସ୍ଵହା ଓ ସ୍ଵଧାକାର ଏବଂ ନିନ୍ଦାସ୍ତୁତି ବର୍ଜିତହୋଇ ଯଦୃଚ୍ଛାଭାବେ ନିଜ ବ୍ରହ୍ମସ୍ୱରୂପରେ ବିବରଣ କରିବେ ।

 

ସନ୍ନ୍ୟାସୀମାନଙ୍କର ଯାଜକବ୍ରାହ୍ମଣ ଓ ନୃପାଦି ଗୃହରେ ଭିକ୍ଷା ଗ୍ରହଣ ନିଷେଧର ବିବରଣ :-

 

ଭିକ୍ଷାଂଚତୁର୍ଷୁବର୍ଶେଷୁ ବିଗହ୍ୟାନ୍‌ ବର୍ଜ୍ଜୟଂଶ୍ଚରେତ୍‌ ।

ସପ୍ତାଗାରାନସଂକପ୍ତାଂସ୍ତୁଷ୍ୟେଲ୍ଲବ୍ଧେନ ତାବତା ।

ତା ୧୧ । ୧୮ । ୧୮

 

ଟୀକା- ଚତୂନ୍ୱିତି ବ୍ରାହ୍ମଣେ ନ୍ୱେବ ବୃତ୍ତିଭେଦେନ ଚତୁର୍ଦ୍ଦିଧେଷୁ ପୂର୍ବ୍ବାବୂର୍ବ୍ବା ସମ୍ଭବେ ବା ବିଗର୍ହ୍ୟାନ ଅଭିସପ୍ତ ପରିତାନ୍‌ ଅସଂକୃପ୍ତାନ୍‌ ଆତ୍ରାୟଂଲାଭୋ ଭବିଷ୍ୟତୀତି ପୂର୍ବ୍ବାମନୁଦ୍ୱିଷ୍ଟାନ୍‌ ।

 

ଆଜୀବିକାକାରୀ ବ୍ରାହ୍ମଣ-ପ୍ରତିଗ୍ରହ, ଯାଜନ, ଅଧ୍ୟୟନ, ଶିଳୌଂଚ୍ଛବୃତ୍ତି ଏହି ଚାରିବର୍ଣ୍ଣ ଅଟନ୍ତି । ଏମାନଙ୍କ ଗୃହରେ ଭିକ୍ଷାକଲେ ନିନ୍ଦନୀୟ ଅଟେ । ସେମାନଙ୍କ ଗୃହରେ ଭିକ୍ଷା କରିବ ନାହିଁ-। ଅର୍ଥାତ୍‌ ଯେପର୍ଯ୍ୟନ୍ତ ଉତ୍ତମବର୍ଣ୍ଣରେ ଭିକ୍ଷା ମିଳେ ସେ ପର୍ଯ୍ୟନ୍ତ ନିକୃଷ୍ଟ ବର୍ଣ୍ଣର ଗୃହରେ ଭିକ୍ଷା କରିବ ନାହିଁ । ଅନଭିପ୍ରେତ ପୂର୍ବ୍ବସପ୍ତ ଗୃହରେ ଭିକ୍ଷାକରିବ । ତଦ୍ଦ୍ୱାରା ଯାହା ଲବ୍ଧ ହେବ ତହିଁରେ ସନ୍ତୁଷ୍ଟ ହେବ

 

ଔପାସନପରିତ୍ୟାଗୋ ଦେବଳସ୍ୟାନ୍ନଭୋଜନମ୍‌ ।

ସ୍ୱରାପଯୋଷିତ୍‌ସଂଯୋଗଂ ସ୍ୱରାପାନସମଂ ସ୍ମୃତମ୍‌ ।

ବୃହନ୍ନାରଦୀୟ ପୁରାଣ ।୧୪ ।୩୮

 

ସଂନ୍ଧ୍ୟା ଉପାସନାଦି ପରିତ୍ୟାଗ, ଦେବଳ ବ୍ରାହ୍ମଣର ଅନ୍ନଭୋଜନ କିମ୍ବା ମଦ୍ୟପାନକାରିଣୀ ସଂସର୍ଗ କଲେ ମାନବକୁ ମଦ୍ୟପାନର ପାତକରେ ଲିପ୍ତ ହେବାକୁ ହୁଏ ।

 

ପ୍ରତିଗ୍ରହରତା ଯେ ଚ ଯେ ଚ ନକ୍ଷତ୍ରପାଠକାଃ ।

ଯେ ଚ ଦେବଳକାନ୍ନାନଂ ଭୋଗିନସ୍ତଚ୍ଛୃଣୁଷ୍ୱମେ ।

ରଜନାକଳ୍ପ-ପର୍ଯ୍ୟନ୍ତଂ ଯାତନାସୁ ଚ ଦୁଃଖିନଃ ।

ପଚ୍ୟନ୍ତେ ସତତଂ ପାପା ବିଷ୍ଠାଭୋଗରତଃ ସଦା ।

ବୃହ ୧୪ ।୧୧୪ ।୧୧୫

 

ହେ ରାଜନ୍‌ ! ଯେଉଁମାନେ ପ୍ରତିଗ୍ରହରତ, ଯେଉଁମାନେ ନକ୍ଷତ୍ରପାଠି (ଦୈବଜ୍ଞାଦିବି ଶେଷ) ଏବଂ ଯେଉଁମାନେ ଦେବଳାନ୍ନଭୋଜୀ, ସେମାନଙ୍କ ବୃତ୍ତାନ୍ତ ଶ୍ରବଣକର ।-ସେହି ପାପିଷ୍ଠମାନେ ଏକ କଳ୍ପ ବିଷ୍ଠା ଭୋଗ ନିରତ ହୋଇ ଅତିକଷ୍ଟ ଭୋଗ କରତଃ ସର୍ବ୍ବଦା ନରକରେ ପଚୁଥାନ୍ତି ।

 

ଆହ୍ୱାୟକା ଦେବଳକା ଗ୍ରାମ-ନକ୍ଷତ୍ର-ଯାଜକାଃ ।

ତ ଏତେ ବ୍ରହ୍ମଚାଣ୍ଡାଳା ମହାପାତକପଞ୍ଚମାଃ ।

ବୃହ ୧୪ । ୧୮୩ ।      

 

ଅହ୍ୱାୟକ, ନକ୍ଷତ୍ରଯାନୀ ଓ ଦେବଳ ବ୍ରାହ୍ମଣ;- ଏହି ବ୍ରହ୍ମ ଚାଣ୍ଡାଳମାନେ ପଞ୍ଚ ମହାପାତକୀ-

 

ଅସିଜୀବୀମସୀଜୀବୀ ଦେବଳଗ୍ରାମଯାଜକାଃ ।

ପାଚକ ଧିବକଶ୍ଚୈବ ଷଡ଼ତେ ଶୂଦ୍ରବତ୍‌ଦ୍ୱିଜ ।

ଶାତାତପ ଶବ୍ଦକଳ୍ପଦ୍ରୁମ ।

 

ଗ୍ରାମଯାକୀ, ଦେବପୂଜାଦି, ଦୂତ, ଚାକର, ଚାକିରିକରି ରାନ୍ଧୁଣୀ ବ୍ରହ୍ମଣଆଦି ପତିତ ।

 

ପୁନଶ୍ଚ ମହର୍ଷି ବଶିଷ୍ଠଦେବ କହିଅଛନ୍ତି -

‘‘ପୌରହିତ୍ୟ ମହଂଜାନେ ବିଗର୍ହାଂ ଦୁଷ୍ୟଜୀବନଂ’’ ।

            ଅଧ୍ୟାତ୍ମାରାମାୟଣ-ଅଯୋଧ୍ୟାକାଣ୍ଡ ୨ । ୨୯

 

ଆମ୍ଭେଜାଣୁ, ପୌରହିତ କାର୍ଯ୍ୟ ନିନ୍ଦନୀୟ ଏବଂ ଜୀବୀକା ନିର୍ବ୍ବାହର ଅସତ୍‌ ଉପାୟ । ବର୍ତ୍ତମାନ କଳିଯୁଗ ବ୍ରାହ୍ମଣମାନଙ୍କ ବିବରଣ ଆଗମରେ ଭବିଷ୍ୟତ୍‌ ବାକ୍ୟସ୍ୱରୂପରେ ବିହିତ ଅଛି-

 

ବିସ୍ତାଃ ଶୂଦ୍ରା ସମାଚାରାଃ ସନ୍ଧ୍ୟାବନ୍ଦନ-ବର୍ଜ୍ଜିତାଃ ।

ଅଯାଜ୍ୟ-ଯାଜକା ଲୁବ୍ଧା ଦୁର୍ବୂତ୍ତାଃ ପାପକାରିଣଃ ।

ଅସତ୍ୟଭାଷିଣୋ ମୂର୍ଖା ଦାମ୍ଭିକା ଦୁଷ୍ପ୍ରପଞ୍ଚକାଃ ।

କନ୍ୟାବିକ୍ରୟିଣୋ ବ୍ରାତ୍ୟାସ୍ତପୋବ୍ରତପପରାଙ୍‌ମୁଖାଃ ।

 

ଲୋକପ୍ରତାରଣାର୍ଥାୟ ଜପପୂଜାପରାୟଣାଃ ।

ପାଷାଣ୍ଡାଃ ପଣ୍ଡିତମ୍ମନ୍ୟାଃ ଶ୍ରଦ୍ଧ ଭକ୍ତିବିବର୍ଜ୍ଜିତାଃ ।

କଦାଦ୍ୱାରା କଦାଚାରୀ ଧୃତକାଃ ଶୂଦ୍ରସେବକାଃ ।

ଶୁଦ୍ରାନ୍ନଭୋଜିନଃ କ୍ରୁରା ବୃଷଳୀ ରତିକାମୁକାଃ ।

 

ଦାସ୍ୟନ୍ତି ଧନଲୋଭେନ ସ୍ୱଦାରୀନ୍‌ ନୀଚଜାତିଷୁ ।

ବ୍ରାହ୍ମଣ୍ୟଚିହ୍ନମେତାବତ୍‌ କେବଳଂ ସୂତଧାରଣଂ ।

ନୈବପାନାଦିନିୟମୋ ଭକ୍ଷ୍ୟାଭକ୍ଷ୍ୟବିବେଚନଂ ।

ଧର୍ମଶାସ୍ତ୍ରେ ସଦାନିନ୍ଦା ସାଧୁଦ୍ରୋହଃ ନିରନ୍ତରମ୍‌ ।

ସତ୍‌କଥାଳାପମାତ୍ରଞ୍ଚ ନ ତୋଷାଂ ମନସି କ୍ୱଚିତ୍‌ ।

            ମହାନିର୍ବ୍ବାଣତନ୍ତ୍ର ୧ । ୪୪ । ୫୦ ।

 

କଳିଯୁଗର ବ୍ରାହ୍ମଣମାନେ ଶୂଦ୍ରଙ୍କପରି ଆଚାର-ସମ୍ପନ୍ନ, ସନ୍ଧ୍ୟାବନ୍ଦବର୍ଜ୍ଜିତ, ଅଯାଜ୍ୟଯାଜୀ, ଲୋଭୀ, ଦୁଷ୍ଟାଚାରୀ, ଓ ପାପକାରୀ ହେବେ । ଏହି ସକଳ ବ୍ରାହ୍ମଣମାନେ ଅସତ୍ୟଭାଷୀ, ମୂର୍ଖ, ଦାମ୍ଭିକ, ଅତିଶୟ ପ୍ରପଞ୍ଚକ, କନ୍ୟା ବିକ୍ରୟୀ (୬୮) ବ୍ରାତ୍ୟ ଓ ତପ ବ୍ରତପରାଙ୍‌ମୁଖ ହେବେ । କଳିର ପାଷାଣ୍ଡ ପଣ୍ଡିତମ୍ମନ୍ୟ ଓ ଶ୍ରଦ୍ଧାଭକ୍ତି ବିବର୍ଜ୍ଜିତ, ବ୍ରାହ୍ମଣମାନେ କେବଳ ଲୋକମାନଙ୍କୁ ପ୍ରତାରିତ କରିବା ନିମିତ୍ତହିଁ ଜପ ପୂଜାର ଅନୁଷ୍ଠାନ କରିବେ । ଏମାନେ କଦର୍ଯ୍ୟ ଆହାର କରିବେ ଓ କଦର୍ଯ୍ୟ ଆଚାର ବ୍ୟବହାରେ ରତ ହେବେ । ଏହି ସକଳ ବ୍ରାହ୍ମଣ କ୍ରୁର, ଅନ୍ୟର ଗଳଗ୍ରହ ଓ ଶୁଦ୍ର ସେବକ, ଶୁଦ୍ରାନ୍ନ ଭୋଜୀ; ଏବଂ ସର୍ବ୍ବଦା ଶୂଦ୍ରପତ୍ନୀ ଗମନେ ଲୋଲୁପ ରହିବେ । ଏମାନେ ଅର୍ଥଲୋଭରେ ନୀଚଜାତୀୟ ଲୋକଙ୍କୁ ନିଜ ଧର୍ମ୍ମ ପତ୍ନୀ ପ୍ରଦାନ କରିବାକୁ କୁଣ୍ଠିତ ହେବେନାହିଁ । ଏମାନଙ୍କର ବ୍ରାହ୍ମଣଜାତିର ଚିହ୍ନ କେବଳ ଗଳଦେଶରେ ସଂସ୍କୃତ ବା ଅସଂସ୍କୃତ ସୂତ୍ର ମାତ୍ର ରହିଥିବ-। ଏମାନଙ୍କର ଭକ୍ଷ୍ୟାଭକ୍ଷ୍ୟବିଚାର ବା ପାନାଦିର ନିୟମ କିଛିହିଁ ରହିବ ନାହିଁ । ଏମାନେ ସର୍ବ୍ବଦା ଧର୍ମଶାସ୍ତ୍ର ନିନ୍ଦା ଓ ନିରନ୍ତର ସାଧୁମାନଙ୍କର ଅନିଷ୍ଟାଚରଣ କରିବେ । କିନ୍ତୁ ଏମାନଙ୍କର ଅନ୍ତଃକରଣରେ ଧର୍ମାନୁଗତ ସତ୍‌କଥାର ଆଲୋଚନା ମଧ୍ୟ ରହିବନାହିଁ । ଏହିରୂପ ବ୍ରାହ୍ମଣମାନଙ୍କ ବିଷୟ ଶାସ୍ତ୍ରାଦିରେ ଆଲୋଚିତ । କିନ୍ତୁ ବ୍ରାହ୍ମଣମାନେ ଦେବତା ସଂକଳ୍ପ ଦ୍ରବ୍ୟ ଗ୍ରହଣ ଓ ଶ୍ରାଦ୍ଧଦ୍ରବ୍ୟ ଗ୍ରହଣ କରିବା ହେତୁ ଉକ୍ତ ଦ୍ରବ୍ୟ ପରଂବ୍ରହ୍ମଙ୍କୁ ଅର୍ପଣ କରିବା ଅଯୋଗ୍ୟ, ଏହିନିମିତ୍ତ ବ୍ରହ୍ମୋପାସକମାନେ ତାହା ଗ୍ରହଣ କରନ୍ତି ନାହିଁ ।

 

(୬୮)- ଯଃ କନ୍ୟାବିକ୍ରୟଂ ମୂଢ଼ୋ ମୋହଶ୍ଚ କୁଚୁତେ ନରଃ

ସ ଗଚ୍ଛେତ୍‌ ନରକଂ ଘୋରଂ ପୂରୀଷହ୍ର ଦସଜ୍ଞକମ୍‌

ବିକ୍ରୀତାୟାଞ୍ଚ କନ୍ୟାୟାଂ ଯଃ ପୁତ୍ତ୍ରେ । ଜାୟତେ ଦ୍ଵିଜଃ ।

ସ ଚାଣ୍ଡାଳ ଇବି ଜ୍ଞେୟଃ ସର୍ବ୍ବଧର୍ମଃ ବହିଷ୍କୃତଃ ।

। ପଦ୍ମ ପୁରାଣ ।

 

ନ ବିଷଂ ବିଷମିତ୍ୟାହୁର୍ବ୍ରହ୍ମସ୍ଵଂ ବିଷମୁଚ୍ୟତେ ।

ଦେବସ୍ୱଞ୍ଚପି ଯତ୍ନେନ ସଦା ପରିହରେତ୍ତତଃ ।

(ପଦ୍ମ ପୁରାଣ)

 

ବିଷକୁ ବିଷ ବୋଲାଯାଏ ନାହିଁ, ବ୍ରାହ୍ମସ୍ୱ, ଦେବସ୍ୱ ଦ୍ରବ୍ୟକୁ ବିଷ ବୋଲାଯାଏ, ଅତଏବ ଯତ୍ନସହକାରେ ତାହା ସର୍ବ୍ବଦା ପରିତ୍ୟାଗ କରିବେ ।

 

 

ଦେବସ୍ୱଂ ବ୍ରାହ୍ମଣଦ୍ରବ୍ୟଂ ପରସ୍ୱଞ୍ଚ ଚତୁର୍ମୁଖ ।

ପଶ୍ୟନ୍ତି ବିଷବତ୍‌ ଯେ ଚ ବିଜ୍ଞେୟାସ୍ତେ ଚ ବୈଷ୍ଣବାଃ ।

ପଦ୍ମପୁରାଣ କି,୧୨ । ୧୦୯

 

ହେ ଚତୁରାନନ ! ଯେଉଁମାନେ ଦେବସ୍ୱ ଓ ବ୍ରାହ୍ମଣ ଦ୍ରବ୍ୟ ବିଷବତ୍‌ ଅବଲୋକନ କରନ୍ତି ସେହିମାନେହିଁ ବୈଷ୍ଣବ ଜନ । ପୁନଶ୍ଚ :-

 

‘‘ରାଜସ୍ୱ ବ୍ରହ୍ମସ୍ୱ ଦେବସ୍ୱ ଏ ତିନି କାଳକୂଟ ବିଷସମ

ଏହାକୁ ଖାଇ କେ ପାର କରିବ ଧରିନେବ କାଳଯମ ।’’

(କଳିଯୁଗଗୀତା)

 

ପୁନଶ୍ଚ ଏତତ୍‌ବ୍ୟତୀତ ସଂକଳ୍ପ ଦ୍ରବ୍ୟ ଗ୍ରହଣ ନ କରି ଭିକ୍ଷାଦ୍ୱାରା ଯେଉଁ ବ୍ରାହ୍ମଣମାନେ କାଳଯାପନ କରନ୍ତି, ସେମାନଙ୍କୁ ଭିକ୍ଷୁକବ୍ରାହ୍ମଣ ବୋଲାଯାଏ । ସେମାନଙ୍କ ଗୃହରେ ମଧ୍ୟ ଯତିର ଭିକ୍ଷା ଗ୍ରହଣ କରିବା ବିହିତ ନୁହେଁ :-

‘‘ନ ଭିକ୍ଷୁକଂ ଭିକ୍ଷେତ୍‌‌’’ ।

ବିଷ୍ଣୁସଂହିତା ୬୯ ।୫।

 

ଯତି ଭିକ୍ଷୁକର ନିକଟ ଭିକ୍ଷା କରିବେ ନାହିଁ ।।

ଏତଦ୍ଵିଦନ୍ତୋବିଦ୍ୱାଂସୋ ବ୍ରାହ୍ମଣ । ବ୍ରହ୍ମବାଦିନଃ ।

ନ ରାଜ୍ଞଃ ପ୍ରତିଗୃହ୍ମନ୍ତି ପ୍ରେତ୍ୟଶ୍ରେୟେ ଽଭିକାଙି୍‌ଣଃ

ମନୁ ୪ । ୯୧

 

ବ୍ରାହ୍ମବାଦୀ ବିଦ୍ୱାନ ବ୍ୟକ୍ତି, ଯେଉଁମାନେ ପରକାଳରେ ହିତକାମନା କରନ୍ତି ଓ ଯେଉଁମାନେ ନରକବ୍ୟାପାର ଅବଗତ ଅଛନ୍ତି, ସେମାନେ କେଭେଁ ଏହିରୂପ ରାଜାଙ୍କ ନିକଟ ପ୍ରତିଗ୍ରହ କରିବେ ନାହିଁ ।

 

ଯୋ ରାଜ୍ଞୋ ପ୍ରତିଗୃହ୍ଣାତି ବ୍ରାହ୍ମଣଃ ଲୋଭମୋହିତଃ

ତମିସ୍ରାଦିସୁ ଘୋରେଷୁ ନରକେଷୁ ସ ପଚ୍ୟତେ ।

ଯୋଽର୍ଥଂ ପ୍ରାପ୍ୟ ନୂ ପାଦ୍‌ ର୍ବିପ୍ରୋ ନ ଶୋଚତି ପ୍ରହୃଷ୍ୟତି

ନ ପଶ୍ୟତି ସମୂଢ଼ାତ୍ମା ନରକଯାତନାଭୟମ୍‌ ।

                  (ମହାଭାରତ)

 

ଯେ ବ୍ରାହ୍ମଣ ଲୋଭରେ ମୋହିତ ହୋଇ ରାଜଦ୍ରବ୍ୟ ଗ୍ରହଣ କରେ ସେ ତାମିସ୍ରାଦି ଘୋର ନର୍କରେ ପଚ୍ୟମାନ ହୁଏ । ଯେଉଁ ବିପ୍ର ନୃପଠାରୁ ଅର୍ଥପ୍ରାପ୍ତ ହୋଇ ଶୋଚନା ନ କରି ହୃଷ୍ଟ ହୁଅନ୍ତି, ସେ ମୁଢ଼ାତ୍ମାବ୍ୟକ୍ତି ନରକଯାତନା ଭୟ ଅବଗତ ହୋଇନାହିଁ ?

 

ଅଧୀତ୍ୟ ଚତୁର ବେଦାନ୍‌ ସର୍ବ୍ବଶାସ୍ତ୍ରାର୍ଥବିତ୍‌ ।

ନରେନ୍ଦ୍ରଭୁବନେ ଭୁକ୍ତ୍ୱା ବିଷ୍ଠାୟାଂ ଜାୟତେ କୃମିଃ ।

                  ମନୁ ୪ । ୩୦୦

 

ଚତୁର୍ବେଦାଧ୍ୟାୟୀ ସର୍ବ୍ବଶାସ୍ତ୍ରାର୍ଥ ମର୍ମଜ୍ଞବ୍ୟକ୍ତି ରାଜାଙ୍କ ଭୁବନରେ ଭୋଜନ କଲେ ବିଷ୍ଠାରେ କୃମି ହୋଇ ଜନ୍ମ ଗ୍ରହଣ କରନ୍ତି ।

 

ପୁନଶ୍ଚ ପୁରାଣମାନଙ୍କରେ ଉକ୍ତ ଅଛି ଯେ, ଏକ ସମୟରେ ଧରଣୀରେ ଦୁର୍ଭିକ୍ଷ ଉପସ୍ଥିତ ହେବାରୁ ସପ୍ତଋଷି (୬୯) କ୍ଷୁଧାର୍ତ୍ତ ହୋଇ ଭ୍ରମଣ କରୁ କରୁ ବୃଷାଦର୍ଭି ନରପତିଙ୍କ ରାଜ୍ୟରେ ଉପସ୍ଥିତ ହେଲେ । ସେହି ରାଜ୍ୟରେ ଉପସ୍ଥିତ ହୋଇ ଦ୍ୱାରେ ଦ୍ୱାରେ ଭିକ୍ଷା ଯାଚ୍‌ଜ୍ଞା କଲେ । କୌଣସି ସ୍ଥାନରେ ମୁଷ୍ଟି ମାତ୍ର ଅନ୍ନ ନ ମିଳିବାରୁ ସେ ପଥମଧ୍ୟରେ ଏକ ମୃତବାଳକ ଶବକୁ ଦର୍ଶନକରି ପରସ୍ପର ମନ୍ତ୍ରଣାପୂର୍ବ୍ବକ ତାହାକୁ ଗ୍ରହଣ କଲେ । ଏମନ୍ତ ସମୟରେ ସେହି ସ୍ଥାନରେ ରାଜା ବୃଷାଦର୍ଭି ଉପସ୍ଥିତ ହୋଇ ସେମାନଙ୍କୁ କହିଲେ-ହେ ମୁନି-ସତ୍ତମଗଣ ! ଆପଣମାନେ ଏ କି ନିନ୍ଦିତକର୍ମ କରୁଅଛନ୍ତି, ଏହା ରାକ୍ଷସମାନଙ୍କର କର୍ମ । ଆମ୍ଭେ ଆପଣମାନଙ୍କୁ ଅନ୍ନପ୍ରଭୃତି ଦାନ କରୁଅଛୁଁ ଆପଣମାନେ ଏହି ମୃତଶିଶୁ ଶବକୁ ପରିତ୍ୟାଗ କରନ୍ତୁ । ଋଷିମାନେ କହିଲେ :-

 

ପ୍ରାୟଶ୍ଚିତ୍ତଂ ସମାଦିଷ୍ଟଂ ମହାମାଂସସ୍ୟଭକ୍ଷଣାତ୍‌।

ପ୍ରତିଗ୍ରହସ୍ୟ ଭୂପାଳାଦାପତ୍‌କାଳେଽପି ନ ନୃପଃ ।

      ସ୍କନ୍ଦପୁରାଣ - ନାଗରଖଣ୍ଡ ୩୨ ।୨୧

 

(୬୯)      ଅତ୍ରିଶ୍ଚୈବ ବଶିଷ୍ଠଶ୍ଚ କଶ୍ୟପଃ ସୁମହାତପାଃ ।

ଭରଦ୍ୱାଜ ସ୍ତଥା ଚାନ୍ୟୋ ଗୌତମଂ ସଂଶିତବ୍ରତଃ ।

କୌଶିକୋ ଯମଦଗ୍ନିଶ୍ଚ ତଥୈ ବାରୁନ୍ଧତୀ ସତୀ ।

                  ସ୍କନ୍ଦ ପୂ: ଜା: ଖ: ୩୨ । ୧୩

 

ହେ ରାଜନ୍‌ ! ମହାମାଂସ ଭକ୍ଷଣ କରିବାର ପ୍ରାୟଶ୍ଚିତ୍ତ ଅଛି, କିନ୍ତୁ ଆପତ୍‌କାଳରେ ମଧ୍ୟ ରାଜାଙ୍କର ନିକଟ ପ୍ରତିଗ୍ରହ କଲେ ତାହାର ପ୍ରାୟଶ୍ଚିତ୍ତ ଶାସ୍ତ୍ରରେ ନିର୍ଦ୍ଦିଷ୍ଟ ନାହିଁ ।

 

ରାଜପ୍ରତିଗ୍ରହୋ ଘୋରୋ ମଧ୍ୱାସ୍ୱାଦୋ ବିଷୋପମଃ ।

ସାଦୂରାଦ୍‌ ବ୍ରାହ୍ମଣୈ ସ୍ତ୍ୟାଜ୍ୟୋ ବିଶେଷାତ୍‌ କୃତିଭିର୍ନପ ।

                        ୩୨ । ୨୪

 

ଋଷିମାନେ କହିଲେ ହେ ରାଜନ୍‌ ! ରାଜପ୍ରତିଗ୍ରହ ଅତି ଭୟାନକ, ତାହା ମଧୁପରି ମିଷ୍ଟହେଲେ ସୁଦ୍ଧା ବିଷତୁଲ୍ୟ । ଅତଏବ ନିଷ୍ଠାପର ବ୍ରାହ୍ମଣମାନଙ୍କର ତାହା ଅବଶ୍ୟ ପରିତ୍ୟାଜ୍ୟ ।

 

କସ୍ତସ୍ୟ ପ୍ରତିଗୃହ୍ଣାତି ଲୋଭାଢ଼୍ୟୋ ବ୍ରାହ୍ମଣୋ ଯଥା ।

ରୌରବାଦିଷୁ ସର୍ବ୍ବେଷ ନରକେଷୁ ସ ପଚ୍ୟତେ ।

ତସ୍ମାଦ୍ଗଚ୍ଛ ଗୃହେ ଭୂପ ସ୍ୱସ୍ତିତେଽସ୍ତୁ ସଦୈବ ହି ।

                        ୩୨ । ୨୬ । ୨୭

 

ଅତଏବ ଲୋଭୀ ବ୍ରାହ୍ମଣମାନଙ୍କ ପରି କିଏ ତୁମ୍ଭର ପ୍ରତିଗ୍ରହ କରିବେ ? ଯେ ଏହିରୂପ କାର୍ଯ୍ୟ କରିବେ ସେ ଅବଶ୍ୟହିଁ ନରକରେ ପଚ୍ୟମାନ ହେବେ । ହେ ନୃପ ! ଆମ୍ଭେମାନେ ତୁମ୍ଭର ଦାନଗ୍ରହଣ କରିବୁ ନାହିଁ । ତୁମ୍ଭର ମଙ୍ଗଳ ହେଉ, ତୁମ୍ଭେ ଗୃହକୁ ଗମନ କର, ଆମ୍ଭେମାନେ ଅନ୍ୟତ୍ର ଗମନ କରୁଅଛୁ । କୌଣସି ପ୍ରକାରେହିଁ ଆମ୍ଭେ ତୁମ୍ଭର ନିକଟ ପ୍ରତିଗ୍ରହ କରିବୁ ନାହିଁ ।

 

ପୁନଶ୍ଚ :-

‘‘ପ୍ରତିଗ୍ରହ ନା କରିୟେ କଭୁ ରାଜଧନ ।

ବିଷୟୀର (୭୦) ଅନ୍ନ ଖାଇଲେ ଦୁଷ୍ଟ ହୟ ମନ ।’’

 

ଚୈତନ୍ୟ ଚରିତାମୃତ ଆଦିଲୀଳା ୧୨ । ୪୮

ରାଜାନ୍ନଂ ତେଜ ଆଦତ୍ତେ ଶୂଦ୍ରାନ୍ନଂ ବ୍ରହ୍ମବର୍ବ୍ବସମ୍‌ ।

ମନୁ । ୨୧୮

 

(୭୦) ବିଷୟୀ-ବିଷୟଲିପ୍ତ, ରାଜାମାନେ ପ୍ରଧାନ ବିଷୟୀ ହେତୁ ଏଠାରେ ବିଷୟୀ ରାଜା ।      

 

ରାଜାଙ୍କ ଅନ୍ନ ଭୋଜନ କଲେ ତେଜ ନଷ୍ଟ ହୁଏ, ଶୂଦ୍ରର ଅନ୍ନ ଭୋଜନ କଲେ ବ୍ରହ୍ମତେଜ ରହେ ନାହିଁ ।

ଶୂଦ୍ରର କାର୍ଯ୍ୟ :-

ପରିଚର୍ଯ୍ୟାତ୍ମକଂ କର୍ମ ଶୂଦ୍ରସ୍ୟାପି ସ୍ୱଭାବଜମ ।

                  ଗୀତା ୧୮ । ୪୪

 

ବ୍ରାହ୍ମଣାଦି ବର୍ଣ୍ଣତ୍ରୟର ସେବାରୂପ କର୍ମ ଅର୍ଥାତ୍‌ ନାପିତ ଓ ରଜକ ପ୍ରଭୃତି ଶୂଦ୍ରର ମଧ୍ୟ ସ୍ୱାଭାବିକ କର୍ମ ଅଟେ ।

 

ସର୍ବ୍ବଭକ୍ଷ୍ୟଂରତିଃ ନିତ୍ୟଂ ସର୍ବ୍ବକର୍ମକରୋଽଶୁଚିଃ ।

ତ୍ୟକ୍ତବେଦ ସ୍ତ୍ୟକ୍ତାଚାର ସବୈଶୂଦ୍ର ଇତିସ୍ମୃତଃ ।

 

ଯେ ଅପବିତ୍ର, ଅଶୁଚି, ଖାଦ୍ୟଖାଦ୍ୟର ବିଚାର ନାହିଁ, ସର୍ବ୍ବ ଭକ୍ଷକ, ବୃତ୍ତିର ସ୍ଥିରତା ନାହିଁ, ବେଦ ପରିତ୍ୟାଗ କରିଅଛି ଏବଂ ଆଚାର ଭ୍ରଷ୍ଟ ହୋଇଅଛି ତାହାକୁ ଶୂଦ୍ର ବୋଲାଯାଏ ।

 

 

ଗଣାନ୍ନଭୋଜନଞ୍ଚୈବ ଗଣିକାନ୍ନନିଷେବଣମ୍

ପତିତାନ୍ନାବନଞ୍ଚୈବ ସୁରାପାନସନଂ ସ୍ମୃତମ୍‌ ।

      ବୃହନ୍ନାରଦୀୟ ପୁରାଣ ୧୪ । ୩୭

 

ଗଣାନ୍ନ ଅର୍ଥାତ୍‌ ଜ୍ୟୋତିଷର ଅନ୍ନ,ବେଶ୍ୟା ବା ପତିତ ବ୍ୟକ୍ତିର ଅନ୍ନ, ଭକ୍ଷଣ କଲେ ମଦ୍ୟପାନ ତୁଲ୍ୟ ପାପହୁଏ ।

 

ଗଣଗଣକାସ୍ତେନଗାୟକାନ୍ନାନି ଭ୍ମକ୍ତ୍ୱ।

ସପ୍ତରାତ୍ରଂ ପୟସା ବର୍ତ୍ତେତ ।

      ବିଷ୍ଣୁ ସଂହିତା ୫୧ । ୭

 

ଗଣ, ଗଣିକା, ଚୋରି ବା ଗାୟକର ଅନ୍ନଭୋଜନ କଲେ ସାତଦିନ ଦୁଗ୍ଧ ପାନକରି ଜୀବନ ଧାରଣ କରିବ ।

 

ରଜକଃ ଶୈଳୂଷ ଶ୍ଚୈବ ବେଣୁକର୍ମୋପଜୀବିନଃ ।

ଏତେଷାଂ ଯସ୍ତୁଭ୍ମଙକ୍ତେବୈ ଦ୍ୱିଜଶ୍ଚାନ୍ଦ୍ରାୟଣଂ ଚରେତ୍‌ ।

             ଅତ୍ରିସଂହିତା । ୧୬୮ ।

 

ରଜକ, ଶୈଳୂଷ (ନାଟକାଦି କରି ଯେ ଜୀବିକା ନିର୍ବ୍ବାହ କରେ ) ତେଣୁ କର୍ମୋପଜୀବୀ ଏମାନଙ୍କର ଅନ୍ନ ଭୋଜନ କଲେ ଚାନ୍ଦ୍ରାୟଣ ବ୍ରତ କରିବ ।

 

 

ରଜକନାପିତ-ଦ୍ୱିଜ-ଗଣକଗଣିକାନୃପ-

ବହ୍ଵାନମେଳି-ବୈଷ୍ଣବ-ଗୃହେ ନ ଭକ୍ଷତେ ବୁଦ୍ଧ ।

ବିବାହଶ୍ରାଦ୍ଧ-ସଂକଳ୍ପୋ ପ୍ରେତକ ଗ୍ରହପୂଜକଃ ।

ଜନ୍ମମୃତ୍ୟୁବଳିକ୍ରିୟା ନ ଦ୍ରବ୍ୟଂ ଭକ୍ଷତେ ବୁଦ୍ଧ ।

( ମନୁଚନ୍ଦ୍ରିକା )

ଜ୍ଞାନିମାନେ, ରଜକ, ନାପିତ, ଦ୍ୱିଜ, ଗଣକ, ଗଣିକା, ନୃପ, ବହ୍ଵାନ୍ନମେଳି (ହୋଟଲାନ୍ନ) ବୈଷ୍ଣବାଦି ଗୃହେ ଭୋଜନ କରନ୍ତି ନାହିଁ ।

      ବୁଦ୍ଧଜନମାନେ, ବିବାଦ, ଶ୍ରାଦ୍ଧ, ସଂକଳ୍ପ, ପ୍ରେତ ଓ ଗ୍ରହପୂଜାଦି; ସୁତକ, ମୃତକ, ବଳିକ୍ରିୟାଦି ଦ୍ରବ୍ୟ ଭକ୍ଷଣ କରନ୍ତି ନାହିଁ ।

ଆତିଥ୍ୟଂ ଶ୍ରାଦ୍ଧଯଜ୍ଞେଷୁ ନ ଗଚ୍ଛେତ୍‌ ଯୋଗବିତ୍‌ କ୍ୱଚିତ୍‌ ।

ଏବଂହ୍ୟହିଂସକୋ ଯୋଗୀ ଭବେଦିତ ବିଚାରଣା ।

            ବ୍ରହ୍ମାଣପୁରାଣ । ୧୫ । ୭।

ଯୋଗବିତ୍‌ ବ୍ୟକ୍ତି ଶ୍ରାଦ୍ଧ ଓ ଯଜ୍ଞରେ ଆତିଥ୍ୟଗ୍ରହଣ କରିବେ ନାହିଁ ଏବଂ ସର୍ବ୍ବଦା ଅହିଂସା ଆଚରଣ କରିବେ । ପୁନଶ୍ଚ-

ଆତିଥ୍ୟଂ ଶ୍ରାଦ୍ଧକାର୍ଯ୍ୟେଷୁ ଦେବୟାତ୍ରୋତ୍‌ସବେଷୁ ଚ ।

ମହାଜନାର୍ଥସିଦ୍ଧ୍ୟର୍ଥଂ ନ ଗଚ୍ଛେଦ୍ପୋଗବିତ୍‌ କ୍ୱଚିତ୍‌ ।

             ଯୋଗଚର୍ଯ୍ୟା । ୫ ।

 

ଦତ୍ତାତ୍ରୟ କହିଅଛନ୍ତି-ଯତିଗଣ ମହାଜନଙ୍କ ଫଳସିଦ୍ଧି ନିମିତ୍ତ ଶ୍ରାଦ୍ଧରେ-ଦେବଯାତ୍ରୋତ୍ସବରେ, ଆତିଥ୍ୟ ସ୍ୱୀକାର ନିମିତ୍ତ ଏକପଦ ମଧ୍ୟ ଗମନ କରିବେ ନାହିଁ ।

 

ନ ତାପଚୈ ବ୍ରାହ୍ମଣୈର୍ବ୍ବା ବୟୋଽଭିରପି ବା ଶ୍ୱଭିଃ ।

ଅକୀର୍ଣ୍ଣଂ ଭିକ୍ଷୁକୈ ର୍ବ୍ବା ନ୍ୟୈରାଗାରମୁପ ସଂବଜେତ୍‌ ।

                  ମନୁ । ୬ । ୫୧ ।

 

ଯେ ଗୃହସ୍ଥଭବନ ବାନପ୍ରସ୍ଥ, ଅନ୍ୟାନ୍ୟ ବ୍ରାହ୍ମଣ, ଭକ୍ଷଣଶୀଳ କୁକ୍କୁର ବା ଅପର କୌଣସି ଭିକ୍ଷାର୍ଥୀଦ୍ୱାରା ବ୍ୟାପ୍ତ ଥାଏ, ଏ ପ୍ରକାର ଗୃହରେ ଭିକ୍ଷା କାମନାରେ ଯତି ଗମନ କରିବାର ଉଚିତ ନୁହେଁ ।

 

ଉପରୋକ୍ତ ଗୁରୁ ଅଜ୍ଞାନୁସାରେ ଯାଜକବ୍ରାହ୍ମଣାଦି ଗୃହରେ ଭିକ୍ଷା ନିଷେଧର ବିବରଣ ବର୍ଣ୍ଣିତ ହେଲା । ପୁନଶ୍ଚ ପ୍ରକୃତ ପକ୍ଷେ ଅବଧୂତ ସନ୍ନ୍ୟାସୀ ଓ ବ୍ରହ୍ମନିଷ୍ଠ ଗୃହସ୍ଥ ଭକ୍ତଗଣ ଦେବତା ସଂକଳ୍ପଦ୍ରବ୍ୟ-ଗ୍ରହଣକାରୀ ବ୍ୟକ୍ତିମାନଙ୍କ ଗୃହରେ ଭୋଜନ କରିବା ସେମାନଙ୍କ ହସ୍ତରେ ଜଳଗ୍ରହଣ କରିବା ନିଷେଧ ଅଟେ ।

 

ଚୈତନ୍ୟ ଦାସ ଅବଧୂତଙ୍କ ଅଖ୍ୟାନରେ କହିଅଛନ୍ତି :-

 

‘‘ ଯେ ଦ୍ରବ୍ୟ ବିଷ୍ଣୁଙ୍କୁ ଅଯୋଗ୍ୟ ।

ଦୂରେ କରନ୍ତି ପରିତ୍ୟାଗ ।

 

 

ବିଷ୍ଣୁଙ୍କୁ ନ ଲାଗଇ ଯେତେ ।

ସେ ଦ୍ରବ୍ୟ ନ ଛୁଅନ୍ତି ହସ୍ତେ ’’ ।।

ନିର୍ଗୁଣମହାତ୍ମ୍ୟ । ୧୭ । ୭୪ । ୭୫

 

ସୌରସ୍ୟ ଗାଣପତ୍ୟସ୍ୟ ଶୈବାଦେର୍ଭୂରିମାନିନଃ ।

ଶାକ୍ତସ୍ୟ ବୈଷ୍ଣବୋ ବାରି ହସ୍ତେହ୍ୟନ୍ନଂ ପରିତ୍ୟଜେତ୍‌ ।

ସଙ୍ଗଂବିବର୍ଜ୍ମୟେତ୍‌ ଶୈବଶାକ୍ତାଦୀନାନ୍ତ ବୈଷ୍ଣବଃ ।

ନ କାର୍ଯ୍ୟା ପ୍ରାର୍ଥନା ତେଭ୍ୟ ସ୍ତେଷାଂ ଦ୍ରବ୍ୟମମେଧ୍ୟବତ୍‌ ।

            ପଦ୍ମପୁରାଣ ଉତ୍ତରଖଣ୍ଡ ଅ ୧୦୦ ।

 

ସୌର, ଗାଣପତ୍ୟ, ଶାକ୍ତ, ଶୈବମାନଙ୍କର ହସ୍ତେ ବୈଷ୍ଣବ ଅନ୍ନ ଜଳ ଗ୍ରହଣ କରିବେ ନାହିଁ । ବିଷ୍ଣୁଭକ୍ତ ଶୈବ, ଶାକ୍ତମାନଙ୍କ ସଂସର୍ଗ କରିବ ନାହିଁ ଓ ସେମାନଙ୍କ ନିକଟ ପ୍ରାର୍ଥନା ମଧ୍ୟ କରିବ ନାହିଁ । ସେମାନଙ୍କର ଦ୍ରବ୍ୟ ପୁରୀଷ ତୁଲ୍ୟ ।

 

ତେଜସ୍ୱୀ ତମସାଦୀପ୍ତୋ ଦୁର୍ଦ୍ଧର୍ଷୋ ଦଶଭାଜନଃ ।

ସର୍ବ୍ବଭକ୍ଷ୍ୟେଽପି ମୁକ୍ତୋତ୍ମା ନାଦତ୍ତେ ମଳମଗ୍ନିବତ୍‌ ।

ତ୍ଵଚିଚ୍ଛନ୍ନଃ କ୍ୱଚିତ୍‌ ସ୍ପଷ୍ଟ ଉପାସ୍ୟଃ ଶ୍ରେୟ ଇଚ୍ଛତାଂ ।

ଭୂଂକ୍ତେ ସର୍ବ୍ବତ୍ର ଦାତୃଣାଂ ଦହନ୍‌ ପ୍ରାଗୁତ୍ତରାଶୁଭମ୍‌ ।

ଭା ୧୧।୭।୪୫।୪୬

 

ଅବଧୂତ ସନ୍ୟାସୀ, ତେଜସ୍ୱୀ, ଦୀପ୍ତ, ଦୁର୍ଦ୍ଧର୍ଷ (ଅତିପ୍ରତାପୀ) ପରିଗ୍ରହଶୂନ୍ୟ ସଂଯତାତ୍ମା, ମୂନି ଅଗ୍ନିର ନ୍ୟାୟ ସର୍ବ୍ବଭୋଜୀ ହୋଇ ମଧ୍ୟ ମଳ ଗ୍ରହଣ କରିବେ ନାହିଁ । ଅଗ୍ନି ଶଦୃଶ କେବେପ୍ରଚ୍ଛନ୍ନ, କେବେ ବ୍ୟକ୍ତ ହୋଇ ମଙ୍ଗଳକାଙ୍କ୍ଷା ବ୍ୟକ୍ତିମାନଙ୍କର ଉପାସିତ ହୋଇ ଭୂତ ଭବିଷ୍ୟତ୍‌ ଅଶୁଭ ଦହନପୂର୍ବ୍ବକ ଦାତାମାନଙ୍କର ନିକଟରୁ ସର୍ବ୍ବତ୍ର ଭୋଜନ କରନ୍ତି ।

 

ଅସତ, ଶାସ୍ତ୍ର ପ୍ରଭୃତ ଆଲୋଚନା ନିଷେଧର ବିବରଣ :-

 

ନାସଚ୍ଛାସ୍ତ୍ରଷୁ ମଜ୍ଜେତ ନୋପଜୀବେତ ଜୀବିକାମ୍‌ ।

ବାଦବାଦାଂସ୍ତ୍ୟଜେତ୍‌ତ୍‌ର୍କାନ୍‌ ପକ୍ଷଂକଞ୍ଚନ ସଂଶ୍ରୟେତ୍‌ ।

ଭା ୭। ୧୩ । ୭।

 

ସନ୍ନ୍ୟାସୀ ଅସତ୍‌ ଶାସ୍ତ୍ରରେ ଆସକ୍ତ ହେବେ ନାହିଁ, କୌଣସି ଜୀବିକା ଅବଲମ୍ବନ କରିବେ ନାହିଁ । ବାଦବିତଣ୍ଡାଦି ସଂସ୍ପୃଷ୍ଟ ତର୍କ ସକଳ ପରିତ୍ୟାଗ କରିବେ ଏବଂ କୌଣସି ପକ୍ଷ ଆଶ୍ରୟ କରିବେ ନାହିଁ ।

 

ବିଶ୍ୱପୂଜ୍ୟ ବ୍ରହ୍ମଅବଧୂତ ଗୁରୁ ମହିମାଗୋସାଇଁ ଆଜ୍ଞାକରି ଅଛନ୍ତି ଯେ , ଯେ ବ୍ୟକ୍ତି ବ୍ରହ୍ମଜ୍ଞାନ ଶୂନ୍ୟ ଓ ବୈରାଗ୍ୟ ନ ଥାଇ ସଂସାରତ୍ୟାଗପୂର୍ବ୍ବକ ବା ଇଚ୍ଛାମତ ସନ୍ନ୍ୟାସ ଧାରଣକରି ଉଦର ପୋଷଣାର୍ଥ ଗୃହିର ଦ୍ୱାରରେ ଆତିଥ୍ୟ ଗ୍ରହଣ କରନ୍ତି, ସେ ପରକାଳରେ ପଶୁସ୍ଥାବରାଦି ଜନ୍ମହୋଇ ଦାତାର ଋଣ ପରିଶୋଧ କରନ୍ତି । ଆଉମଧ୍ୟ ସନ୍ନ୍ୟାସାଶ୍ରମ ଗ୍ରହଣକରି ଯେବ୍ୟକ୍ତି ପୁନର୍ବ୍ବାର ଗୃହସ୍ଥ ହୁଅନ୍ତି ସେ ପାପଭାଗୀ ହୁଅନ୍ତି ।

 

ଶ୍ରୁତିପ୍ରମାଣ:-

ଯସ୍ତିଷ୍ଠତି ନ ବୈରାଗ୍ୟଂ ଯାତି ନୈବ ଯତିର୍ହିସଃ ।

ସ୍କନ୍ଦ ପୁ ନାଗରଖଣ୍ଡ ୧୮୫ ।-୩୫୦

 

ଯେବ୍ୟକ୍ତି ବୈରାଗ୍ୟ ପ୍ରାପ୍ତ ନ ହୋଇ ଅବସ୍ଥାନ କରେ ତାହାକୁ ଯତି ବୋଲାଯାଏ ନାହିଁ ।

 

ଉପାସତେ ଯେ ଗୃହସ୍ଥାଃ ପରପାକମବୁଦ୍ଧୟଃ ।

ତେନ ତେ ପ୍ରେତ୍ୟ ପଶୁତାଂ ବ୍ରଜନ୍ତ୍ୟନ୍ନାଦିଦାୟିନାମ୍‌ । ବିଶ୍ଲେଷଣ

                  ମନୁ ୩ । ୧୦୪

 

ପରାନ୍ନ ଭୋଜନର ଦୋଷ ନ ଜାଣି ଯେ ଗୃହସ୍ଥ ଆତିଥ୍ୟ ଲୋଭରେ ଗ୍ରାମାନ୍ତରରେ ବିଚରଣ କରନ୍ତି, ସେହି ପାପରେ ଜନ୍ମାନ୍ତରରେ ସେ ଅନ୍ନଦାତାର ପଶୁହୋଇ ଜନ୍ମଗ୍ରହଣ କରନ୍ତି ।

 

ସନ୍ୟାସୀ ହୋଇ ଗୃହୀ ହେବା ନିଷେଧର ବିବରଣ :-

 

ଯଃ ପ୍ରବ୍ରଜ୍ୟ ଗୃହାତ୍‌ ପୁର୍ବ୍ବଂ ତ୍ରିବର୍ଗବପନାତ୍‌ ପୁନଃ ।

ଯଦି ସେବେତ ତାନ୍‌ ଭିକ୍ଷୁଃ ସବୈବାନ୍ତାଶ୍ୟ ପତ୍ରପଃ ।

ଯୈଃ ସ୍ୱଦେହଃ ସ୍ମୃତୋନାତ୍ମା ମର୍ତ୍ତ୍ୟୋ ବିଟ୍‌କୃମିଭସ୍ମସାତ୍‌ ।

ତ ଏନମାତ୍ମସାତ୍‌ କୃତ୍ୱା ଶ୍ଳାଘୟନ୍ତି ହ୍ୟସତ୍ତମାଃ ।

ଭା ୭ । ୧୫ । ୩୬ । ୩୭ ।

 

ପରନ୍ତୁ ଯେ ଗୃହାଶ୍ରମ ଧର୍ମାଦି ତ୍ରିବର୍ଗର ଆଶ୍ରୟ, ସେହି ଗୃହାଶ୍ରମରୁ ପ୍ରବ୍ରଜିତ ହୋଇ ଯଦି କୌଣସି ବ୍ୟକ୍ତି ପୁନରାୟ ତାହାର ସେବା କରେ, ତାହାହେଲେ ସେ ବାନ୍ତି ଭକ୍ଷଣ କରେ ଏବଂ ଅତିଶୟ ନିର୍ଲ୍ଲଜ ।

 

ସନ୍ୟାସୀ ହୋଇ ପୁନରାୟ ଗୃହୀ ହେବା ଅସମ୍ଭବ ଏପରି ମନେକରିବ ନାହିଁ । ଯେ ସକଳବ୍ୟକ୍ତି ନିଜ ଦେହକୁ ଅନାତ୍ମା ଓ ନଣର ବିବେଚନା କରି ବିଷ୍ଠା କୃମି, ଅଥବା ଭସ୍ମର ସମାନ ଚିନ୍ତା କରିଥିଲା ସେ ଅତୀବ ଅସାଧୁ ବୋଲି ପୁନର୍ବ୍ବାର ଏ ଦେହକୁ ଆତ୍ମାବୁଦ୍ଧି କରି ଶ୍ଳାଘା (ନିଜପ୍ରସଂଶା) କରେ ।

 

ପୁନଶ୍ଚ-

ଆତ୍ମାନଞ୍ଚେ ଦ୍ୱିଜାନୀୟାତ୍‌ ପରଂଜ୍ଞାନଧୁତାଶୟଃ ।

କିମଚ୍ଛନ୍‌ କସ୍ୟ ବା ହେତୋ ର୍ଦେହଂ ପୁଷ୍ଣାତି ଲମ୍ଫଟଃ ।

                  ଭା ୭ । ୧୫ । ୪୦ ।

 

ଯେବ୍ୟକ୍ତି ପରଂବ୍ରହ୍ମଙ୍କୁ ଜାଣିପାରନ୍ତି, ଜ୍ଞାନଦ୍ୱାରା ତାହାର ସମସ୍ତ ବାସନା ଶୂନ୍ୟ ହୁଏ । ତେବେ ସେ କି ଅଭିଳାଷରେ ଏବଂ କି କାରଣରେ ଲୋଲୁପ ହୋଇ ଦେହ ପୋଷଣ କରିବେ ।

 

ପୁନଶ୍ଚ-

ଅବଧୂତ ସନ୍ୟାସୀମାନଙ୍କର ଲକ୍ଷଣ ଶାସ୍ତ୍ରାନୁଯାୟୀ ବର୍ଣ୍ଣିତ ହେଉଅଛି-

 

 

 

ଅକ୍ଷରତ୍ୱାଦ୍ୱରେଣ୍ୟତ୍ୱାଦ୍ୱସ୍ତ-ସଂସାର-ବନ୍ଧନାତ୍ୱ ।

ତତ୍ତ୍ୱମସ୍ୟାଦିଲକ୍ଷଂତ୍ଵାଦବଧୂତ ଇର୍ତ୍ୟୀତେ ।

ଯୋ ବିଲଘ୍ୟାଂଶ୍ରମାନ୍‌ ବର୍ଣ୍ଣାନାତ୍ମନ୍ୟେବସ୍ଥିତଃ ପୁମାନ୍‌ ।

ଅତି ବର୍ଣ୍ଣାଶ୍ରମୀ ଯୋଗୀ ହ୍ୟବଧୂତଃ ସକଥ୍ୟତେ ।

      ମହାବାକ୍ୟ ରତ୍ନାବଳୀ । ୮ । ୫୨ । ୫୫ ।

ବ୍ରହ୍ମବିତ୍‌ ଅକ୍ଷର (ଅବିନାଶୀ) ଏବଂ ବରେଣ୍ୟବ୍ରହ୍ମ ଭାବନାଦ୍ୱାରା ସଂସାର ବନ୍ଧନରୁ ବିଚ୍ୟୁତ ଲାଭକରି ଏବଂ ତତ୍ତ୍ୱମସ୍ୟାଦି ମହାବାକ୍ୟ ସକଳର ଲକ୍ଷ୍ୟାର୍ଥ ଜ୍ଞାନ ଲାଭକରି ଅବଧୂତ ପଦ ବାଚ୍ୟ ହୁଏ । ଯେ ଆଶ୍ରମ ଚତୁଷ୍ଟୟ ଏବଂ ବ୍ରାହ୍ମଣାଦି ବର୍ଣ୍ଣ ଅତିକ୍ରମ କରି ବ୍ରହ୍ମଭାବରେ ଅବସ୍ଥାନ କରନ୍ତି ସେହି ବର୍ଣ୍ଣାଶ୍ରମର ଅତୀତ ଯୋଗୀ ପୁରୁଷଙ୍କୁ ଅବଧୂତ ବୋଲାଯାଏ ।

ବିଳାନନ୍ତି ମହାବାକ୍ୟଂ ଗୁରୋଶ୍ଚରଣସେବୟା ।

ତେ ବୈ ସନ୍ନ୍ୟାସିନଃ ପ୍ରୋକ୍ତା ଇତରେ ବେଶଧାରିଣଃ ।

            (ପରିପୂର୍ଣ୍ଣ ବୋଧାମୃତ)

ଯେ ବ୍ୟକ୍ତି ଗୁରୁଚରଣ ସେବାଦ୍ୱାରା ମହାବାକ୍ୟର ବିଷୟ ଅବଗତ ହୋଇଅଛନ୍ତି, ତାହାଙ୍କୁ ସନ୍ନ୍ୟାସୀ ବୋଲାଯାଏ, ଏତତ୍‌ବ୍ୟତୀତ ଅନ୍ୟ ବ୍ୟକ୍ତି ବେଶଧାରୀ ଅଟେ ।

ଅବଧୂତଳକ୍ଷଣଂ ବର୍ଣ୍ଣୈ ର୍ଜ୍ଞାତବ୍ୟଂ ଭଗବତ୍ତମୈଃ ।

ବେଦବର୍ଣ୍ଣାର୍ଥ-ତତ୍ତ୍ୱର୍ଜ୍ଞେ ର୍ବେଦବେଦାନ୍ତବାଦିଭିଃ ।

ଆଶା-ପାଶ-ବିନିର୍ମୁକ୍ତ ଆଦି-ମଧ୍ୟାନ୍ତ-ନିର୍ମ୍ମଳଃ ।

ଆନନ୍ଦେ ବର୍ତ୍ତତେ ନିତ୍ୟ ମକାର ସ୍ତସ୍ୟଲକ୍ଷଣମ୍‌ ।

 

ବାସନା-ବର୍ଜ୍ଜିତା ଯେନ ବକ୍ତବ୍ୟଂ ଚ ନିରାମୟଂ

ବର୍ତ୍ତମାନେଷୁ ବର୍ତ୍ତେତ ବକାରଂସ୍ତସ୍ୟ ଲକ୍ଷଣମ୍‌ ।

ଧୂଳିଧୂସର-ଗାତ୍ରାଣି ଧୂତଚିତ୍ତୋ ନିରାମୟଃ ।

ଧାରଣାଧ୍ୟାନ-ନିର୍ମୁକ୍ତୋ ଧୂକାର ସ୍ତସ୍ୟଲକ୍ଷଣମ୍‌ ।

 

ତତ୍ତ୍ୱଚିନ୍ତା ଧୃତା ଯେନ ଚିନ୍ତା ଚେଷ୍ଟା-ବିବର୍ଜ୍ଜିତଃ ।

ତମେଽହଂକାର ନିର୍ମ୍ମୁକ୍ତ ସ୍ତକାର ସ୍ତସ୍ୟ ଲକ୍ଷଣମ୍‌ ।

       ଅବଧୂତଗୀତା ୮ । ୫ ।୯ ।

 

ବର୍ତ୍ତମାନ ବେଦବର୍ଣ୍ଣାର୍ଥ ତତ୍ତ୍ୱଜ୍ଞ ବେଦବାଦିମାନେ ବର୍ଣ୍ଣେ ବର୍ଣ୍ଣେ ଅବଧୂତର ଯେ ଲକ୍ଷଣ କହିଅଛନ୍ତି ତାହା ଜାଣିବା ଉଚିତ । ଅବଧୂତ ଶବ୍ଦର ଅକାର ଅର୍ଥ :- ଆଶା ପାପ ବିନିର୍ମୁକ୍ତ, ଆଦିମଧ୍ୟାତ୍ମ ନିର୍ମଳ, ଏବଂ ନିତ୍ୟ ଆନନ୍ଦ ବର୍ତ୍ତମାନକୁ ବୁଝାଏ । ବକାର ଅର୍ଥ:- ବାସନା ବର୍ଜ୍ଜିତ ଓ ଯାହାର ବଚନ ନିର୍ମଳ, ବର୍ତ୍ତମାନରେ ବର୍ତ୍ତିତ ଅର୍ଥାତ୍‌ ଶରୀର ନିର୍ବ୍ବାହ କରିବାକୁ ବୁଝାଏ । ଧୂକାରାର୍ଥ:- ଧୂଳିଧୂସର ଗାତ୍ର, ଧୂତଚିତ୍ତ ( ନିର୍ମଳଚିତ୍ତ ) ନିରାମୟ ଓ ଧାରଣା ଧ୍ୟାନ ନିର୍ମୁକ୍ତକୁ ବୁଝାଏ-। ତକାରାର୍ଥ :- ତତ୍ତ୍ୱଚିନ୍ତା କରି ଚିନ୍ତା ଚେଷ୍ଟା ବିବର୍ଜ୍ଜିତ, ତମ ବା ଅହଂକାର ନିର୍ମୁକ୍ତକୁ ବୁଝାଏ-

 

ପୁନଶ୍ଚ ଶ୍ରେଷ୍ଠ ସାଧୁର ଲକ୍ଷଣ ଭଗବାନ ଉଦ୍ଧବଙ୍କୁ କହିଅଛନ୍ତି :-

କୃପାଳୁଚକୃତ ଦ୍ରୋହସ୍ତିତିକ୍ଷୁଃ ସର୍ବ୍ବଦେହିନାମ୍‌ ।

ସତ୍ୟସାରୋଽନବଦ୍ୟାତ୍ମା ସମଃ ସର୍ବ୍ବୋପକାରକଃ ।

କାମୈରହତଧୀ ର୍ଦାନ୍ତୋ ମୃଦୁଃ ଶୁଚିରକିଞ୍ଚନଃ ।

ଅନୀହୋ ମିତଭୁକ୍‌ଶାନ୍ତଃ ସ୍ଥିରୋ ମଚ୍ଛରଣୋ ମୁନିଃ ।

ଅପ୍ରମତ୍ତୋ ଗଭୀରାତ୍ମା ଧୃତିମାନ୍‌ ଜିତଷଡ଼୍‌ଗୁଣଃ ।

ଅମାନୀମାନଦଃକଳ୍ପୋ ମୈତ୍ରଃ କାରୁଣିକଃ କବିଃ ।

            ଭା ୧୧ । ୧୧ । ୨୯। ୩୧।

 

ଭଗବାନ କହିଲେ ହେ ଉଦ୍ଧବ ! ଯେ ସକଳ ଶରୀର ପ୍ରତି କୃପାଳୁ, ଅହିଂସକ ଓ କ୍ଷମାଶୀଳ; ସତ୍ୟ ଯାହାର ବଳ, ଯେ ନିର୍ଦ୍ଦୋଷ, ସମଦର୍ଶୀ ଓ ସର୍ବ୍ବୋପକାରୀ ଯାହାର ଚିତ୍ତ କାମନା ସମୂହ ଦ୍ୱାରା ଅନଭିଭୂତ, ଯେ ଜିତେନ୍ଦ୍ରିୟ, ଯେ କୋମଳଚିତ୍ତ, ସଦାଚାର, ସଙ୍ଗହୀନ, ନିରୀହ, ମିତଭୋଜୀ, ଜତଚିତ୍ତ; ସ୍ୱଧର୍ମନିରତ; ମଦେକାବଲମ୍ବୀ ଓ ଚିନ୍ତାଶୀଳ, ଯେ ସାବଧାନ, ନିର୍ବିକାର ଚିତ୍ତ, ଧୈର୍ଯ୍ୟଶୀଳ, ଷଡ଼ଗୁଣ ବିଜୟୀ, ମାନବିଷୟେ ଅପ୍ରତ୍ୟାଶୀ, ମାନପ୍ରଦ-ପରକୁ ବୁଝାଇବାକୁ ଦକ୍ଷ, ଅପ୍ରତାରକ, କାରୁଣିକ ଓ ସମ୍ୟକ୍‌ଜ୍ଞାନୀ ସେହି ସାଧୁ ଶ୍ରେଷ୍ଠ ।

 

ଗୀତାରେ ପ୍ରିୟଭକ୍ତଙ୍କ ଲକ୍ଷଣସ୍ଥଳରେ ଏହିରୂପ ଉକ୍ତ ଅଛି :-

 

ଅଦ୍ୱେଷ୍ଟା ସର୍ବ୍ବଭୂତାନାଂ ମୈତ୍ରକରୁଣ ଏବ ଚ ।

ନର୍ମ୍ମମୋ ନିରହଂକାରଃ ସମଦୁଃଖସୁଖଃ କ୍ଷମୀ ।

                   ଗୀ ୧୨ । ୧୩ ।

 

ଯେ ସମସ୍ତ ପ୍ରାଣିଙ୍କପ୍ରତି ଦ୍ୱେଷଶୂନ୍ୟ, ହିତୈଷୀ ଓ ଦୟାଳୁ ଏବଂ ଯେ ମମତାଶୂନ୍ୟ, ଅହଙ୍କାର ବର୍ଜ୍ଜିତ ଓ ସୁଖଦୁଃଖରେ ସମାନ ଜ୍ଞାନୀ ଏବଂ କ୍ଷମାଶୀଳ ଅଟନ୍ତି ( ସେ ଆମ୍ଭର ପ୍ରିୟ ଅଟନ୍ତି ) ।

 

ଯୋ ନ ହୃଷ୍ୟତି ନ ଦ୍ୱେଷ୍ଟି, ନ ଶୋଚତି ନ କାଂକ୍ଷତି ।

ଶୁଭାଶୁଭପରିତ୍ୟାଗୀ, ଭକ୍ତିମାନ ଯଃ ସ ମେ ପ୍ରିୟଃ ।

                  ଗୀ ୧୨ । ୧୭ ।

 

ଯେ ହର୍ଷପାପ୍ତ ହୁଅନ୍ତି ନାହିଁ, ଦ୍ୱେଷ, ଶୋକ ଓ କାମନା କରନ୍ତି ନାହିଁ ଓ ପାପ ପୁଣ୍ୟ ପରିତ୍ୟାଗୀ ଏବଂ ଭକ୍ତିମାନ ହୁଅନ୍ତି; ସେ ଆମ୍ଭର ପ୍ରିୟ ଅଟନ୍ତି ।

 

ପୁନଶ୍ଚ ସ୍ଥିତପ୍ରଜ୍ଞ ସ୍ଥଳେ ଉକ୍ତ ଅଛି :-

 

ପ୍ରଜହାତି ଯଦା କାମାନ୍‌, ସର୍ବ୍ବାନ୍‌ ପାର୍ଥ ମନୋଗତାନ୍‌ ।

ଆତ୍ମନ୍ୟେବାତ୍ମନାତୁଷ୍ଟଃ ସ୍ଥିତପ୍ରଜ୍ଞ ସ୍ତଦୋଚ୍ୟତେ ।

ଦୁଃଖଷ୍ୱନୁବ୍ଦିଗ୍ନମନାଃ, ସୁଖେଷୁ ବିଗତସ୍ପୃହଃ ।

ବିତ୍ତରାଗ-ଭୟକ୍ରୋଧଃ ସ୍ଥିତଧୀର୍ମୁନିରୁଚ୍ୟତେ ।

                  ଗୀ ୨ । ୫୫ । ୫୬ ।

 

ଶ୍ରୀଭଗବାନ କହିଲେ ହେ ଅର୍ଜ୍ଜୁନ ! ଯେତେବେଳେ ପ୍ରାଣୀ ମନୋଗତ ସମସ୍ତ କାମନା ପରିପୂର୍ଣ୍ଣରୂପେ ତ୍ୟାଗ କରନ୍ତି ଓ ପରମାନନ୍ଦଦ୍ୱାରା ଆପଣା ଆତ୍ମାରେ ତୃପ୍ତ ହୁଅନ୍ତି ତେତେବେଳେ ତାହାଙ୍କୁ ସ୍ଥିତପ୍ରଜ୍ଞ ବୋଲାଯାଏ ।

 

ଯାହାଙ୍କ ମନ ଦୁଃଖରେ କାତର ନ ହୁଏ ଓ ଯେ ସୁଖର ଇଚ୍ଛା କରନ୍ତି ନାହିଁ ଏବଂ ଯାହାଙ୍କର ସ୍ନେହ, ଭୟ ଓ କ୍ରୋଧ ବିଗତ ହୋଇଅଛି, ସେହି ମୁନିଙ୍କୁ ସ୍ଥିରବୁଦ୍ଧି କୁହାଯାଏ ।

 

ସନ୍ନ୍ୟାସିର ଉପଦେଶ ସ୍ୱାମୀ ବିବେକାନନ୍ଦ କହିଅଛନ୍ତି :-

 

‘‘କୃତ-କର୍ମ-ଫଲ ଭୁଞ୍ଜିତେ ହଇବେ’’

ବଲେ ଲୋକେ; ‘‘ହେତୁ କାର୍ଯ୍ୟ ପ୍ରସବିବେ,

ଶୁଭକର୍ମ୍ମେ-ଶୁଭ, ମନ୍ଦେ-ମନ୍ଦ ଫଲ,

ଏ ନିୟମ ରୋଧେ ନାହିଁ କାର ବଲ ।

 

ଏ ମର-ଜଗତେ ସାକାର ଯେ ଜନ,

ଶୃଙ୍ଖଲ ତାର ଅଙ୍ଗେର ଭୂଷଣ ।’’

ସତ୍ୟ ସବ, କିନ୍ତୁ ନାମରୂପ-ପାରେ

ନିତ୍ୟ ମୁକ୍ତ ଆତ୍ମା ଆନନ୍ଦେ ବିହରେ ।

 

ଜାନୋ ‘ତତ୍ତ୍ୱମସି’ କରୋନା ଭାବନା-

କରହ ସନ୍ନ୍ୟାସୀ ସଦାଇ ଘୋଷଣା-

                  ସନ୍ନ୍ୟାସୀରଗୀତି ।

 

ଉପରୋକ୍ତ ଶ୍ରୁତି ଅନୂସାରେ ଯାହାକି ସନ୍ନ୍ୟାସୀ ସାଧୁମାନଙ୍କର ଲକ୍ଷଣ ବର୍ଣ୍ଣିତ ହେଲା ତାହା ଅବଧୂତ ସନ୍ନ୍ୟାସୀମାନଙ୍କର ପାଳନୀୟ ଅଟେ ।

 

କେବଳ କଳିଯୁଗରେ ମହିମାଗୋସାଇଁ ବିଜେ ହୋଇ ଅବଧୂତ ସନ୍ନ୍ୟାସ ପନ୍ଥା ସ୍ଥାପନା କଲେ ଏମନ୍ତ ନୁହେଁ, ଏହା ଆବହମାନ କାଳରୁ ବେଦ ବେଦାନ୍ତରେ ନିହିତ ହୋଇ ରହିଅଛି :-

 

ଏଷ ପନ୍ଥା ବ୍ରହ୍ମଣାହାନୁଚିତ୍ତଃ

ତେନୈ ବୈତି ସନ୍ନ୍ୟାସୋ ବ୍ରହ୍ମ-

ବିଦିତ୍ୟେବମେବୈଷ ଭଗବାନୁ ଯାଜ୍ଞବଲ୍କ୍ୟଃ । ୧୬ ।

 

ତତ୍ର ପରମହଂସା ନାମ ସଂବର୍ତ୍ତ-

କାରୁଣି-ଶ୍ୱେତକେତୁ-ଦୁର୍ବ୍ବାସା-

ରୁଭୂ ନିଦାଘ-ଜଡ଼ଭରତ-ଦତ୍ତାତ୍ରେୟ-

ରୈବତକ-ପ୍ରଭୃତୟୋ ।

                  ଜାବାଲୋପନିଷତ୍‌ । ୧୭ ।

 

ସନ୍ନ୍ୟାସ ପନ୍ଥା କଳ୍ପିତ କି ନା ? ଏହି ଆଶଙ୍କା ନିବାରଣ ହେଉଅଛି,-ଏହି ସନ୍ନ୍ୟାସ ପନ୍ଥା ବ୍ରହ୍ମାଙ୍କ କର୍ତ୍ତୃକ ବୋଧିତ ହୋଇଅଛି, ଆଉ ଏହି ସନ୍ନ୍ୟାସ ଆଶ୍ରମ ଗ୍ରହଣ କରି ସନ୍ନ୍ୟାସୀମାନେ ସଚ୍ଚିଦାନନ୍ଦ ବ୍ରହ୍ମଙ୍କୁ ଲାଭ କରିନ୍ତି ଏବଂ ସର୍ବ୍ବବେତ୍ତା ହୋଇପାରନ୍ତି । ଅତଏବ ଜଣାଯାଏ ଯେ ଏହି ସନ୍ନ୍ୟାସ ପନ୍ଥା ପରିକଳ୍ପିତ ନୁହେଁ । ଅତ୍ରିମୁନି ଯାଜ୍ଞବଲ୍କ୍ୟର ଏହିରୂପ ସମ୍ବୋଧନଦ୍ଵାରା ଉକ୍ତ ଉପଦେଶ ସ୍ଵୀକାର କରିଲେ । ପୁନର୍ବ୍ବାର ସନ୍ନ୍ୟାସୀର କଲ୍ପିତତ୍ଵଶଙ୍କା ନିବାରାଣାର୍ଥ ପରିମହଂସ ସମ୍ପ୍ରଦାୟ ପ୍ରଦର୍ଶନ କରିଅଛନ୍ତି ।-ସମ୍ବର୍ତ୍ତକ, ଅରୁଣତନୟ, ଶ୍ଵେତକେତୁ, ଦୁର୍ବ୍ବାସା, ରୁଭୂ, ନିଦାଘ, ଜଡ଼ଭରତ, ଦତ୍ତାତ୍ରୟ ଏବଂ ରୈବତକ ଏହି ଅଷ୍ଟ ପରମହଂସ ପୁରାଣ ପ୍ରସିଦ୍ଧ ।

 

ଗୁରୁ ଆଜ୍ଞା କରିଅଛନ୍ତି ଯେ, ଉପରୋକ୍ତ ପୂଜନୀୟ ବ୍ରହ୍ମନିଷ୍ଠ ସନ୍ନ୍ୟସୀମାନେ ଶରୀର ତ୍ୟାଗକଲେ ଉକ୍ତ ଶରୀରକୁ ଅଗ୍ନିରେ ଦଗ୍ଧ ନ କରି ଭୂଗର୍ଭେ ସମାଧି ଦେବେ । ଆଉ ତାହାଙ୍କର କୌଣସି ଅନ୍ତ୍ୟେଷ୍ଟିକ କ୍ରିୟା ଆଦି କରିବେ ନାହିଁ । ଯେହେତୁ ନିସ୍କାମମାନେ ନିର୍ଗୁଣ ପରଂହ୍ରହ୍ମଙ୍କୁ ପ୍ରାପ୍ତହୁଅନ୍ତି । ପ୍ରମାଣ :-

 

ଦଗ୍ଧସ୍ୟ ଦହନଂ ନାସ୍ତି ପକ୍ଵସ୍ୟ ପଚନଂ ଯଥା ।

ଜ୍ଞାନାଗ୍ନି-ଦଗ୍ଧ-ଦେହସ୍ୟ ନ ଚ ଶ୍ରାଦ୍ଧଂ ନ ଚ କ୍ରିୟା ।

                              ପୈଙ୍ଗଳୋପନିଷତ୍‌ ।

 

ବ୍ରହ୍ମଜ୍ଞାନ ଅଗ୍ନିଦ୍ୱାରା ଯାହାର ଶରୀର ଦଗ୍ଧ ହୋଇଅଛି, ତାହାର ଶ୍ରାଦ୍ଧ ଅନ୍ତ୍ୟେଷ୍ଟିକ କ୍ରିୟା ପ୍ରଭୃତି ସମ୍ପାଦନ କରିବା ବିହିତ ନୁହେ । କାହିଁକି ନା ଦଗ୍ଧ ବୀଜକୁ ଦହନ କରିବା ଓ ପକ୍ୱ ପଦାର୍ଥକୁ ପକ୍ୱ କରିବା ଯଦ୍ରୂପ, ଏବଂ ଜ୍ଞାନିମାନଙ୍କର ଶରୀରକୁ ଦହନ କରିବା ମଧ୍ୟ ତଦ୍ରୂପ ।

 

ସନ୍ନ୍ୟାସିନାଂ ମୃତଂକାୟଂ ଦାହୟେନ୍ମ କଦାଚନ ।

ସଂପଜ୍ୟ ଗନ୍ଧପୁଷ୍ପାଦ୍ୟୈଃ ନିଖନେ ଦ୍ୱାପ୍ସୁ ମଜ୍ଜୟେତ୍‌ ।

ମହାନି: ୮। ୨୮୪

 

ସନ୍ନ୍ୟାସୀମାନଙ୍କ ମୃତ ଦେହକୁ କୌଣସିକାଳେହିଁ ଦହନ କରିବେ ନାହିଁ । ପରନ୍ତୁ ଏହି ଦେହକୁ ଗନ୍ଧପୁଷ୍ପଦ୍ୱାରା ଅର୍ଚ୍ଚିତ କରି ଭୂମିରେ ନିଖାତ (ସମାଧି) କରିବେ, ଅଥବା ଜଳରେ ନିମଜ୍ଜିତ କରିବେ ।

 

ଏ ଉଭୟ ବାକ୍ୟ ମଧ୍ୟରୁ ଗୁରୁ ମହିମା ଗୋସାଇଙ୍କ ଆଦେଶାନୁସାରେ ଭୂମିରେ ସମାଧି କରିବେ । ଯେହେତୁ ନିର୍ଗୁଣ ଉପାସକମାନଙ୍କର ଆତ୍ମା ପରଂବ୍ରହ୍ମରେ ବିଲୀନ ହୋଇଯାଏ । ଆଉ ସଗୁଣ ଉପାସକ ବ୍ୟକ୍ତି ସଗୁଣ ବ୍ରହ୍ମଙ୍କୁ ପ୍ରାପ୍ତହୋଇ ଐଶ୍ୱର୍ଯ୍ୟାଦି ଭୋଗକରେ :-

 

ଆତ୍ମାଭାବୋ ନ କର୍ତ୍ତବ୍ୟଂ ଉପାଧି ସର୍ବ୍ବବସ୍ତୁଷୁ ।

ବୁଦ୍ଧେ ବ୍ରହ୍ମୈତୁପାସୀତ ଉପାସନେତି କଥ୍ୟତେ ।

ଏଷ ଜୀବାତ୍ମା ସ୍ୱଶରୀରାତ୍‌ ଉଥ୍ମାୟଂ ପରଂ ଜ୍ୟୋତିରୂପଂ ।

ସଂପଦ୍ୟ ଶ୍ୟେନରୂପେଣାଭିନିଷ୍ପଦ୍ୟତେ ।

ବ୍ରହ୍ମସୁତ୍ର ଅଃ ୪। ପାଃ ୧

 

ମାୟା ଉପାଧି ମିଥ୍ୟା ପଦାର୍ଥମାନଙ୍କରେ ଆତ୍ମାଭାବନା ନ କରି ପରଂବ୍ରହ୍ମରେ ବୁଦ୍ଧି ନିଯୋଗ କରିବାର ନାମ ନିର୍ଗୁଣ ଉପାସନା । ଏହି ଶରୀରରେ ଅବସ୍ଥିତି କରିଥିବା ଜୀବାତ୍ମା ପ୍ରାରବ୍ଧ ଭୋଗାନନ୍ତର ସୁଶରୀର ପରିତ୍ୟାଗ କରି ଅବିନାଶ ଜ୍ୟୋତି ସ୍ଵରୂପରେ ବିଲୀନ ହୁଏ । ଅର୍ଥାତ୍‌ ଜୀବାତ୍ମା ପରଂବ୍ରହ୍ମରେ ଐକ୍ୟ ପ୍ରାପ୍ତିହୁଏ ।

 

ସଗୁଣୋପାସୋକୋ ଯୋ ବୈ ଅଷ୍ଟୈଶ୍ଵର୍ଯ୍ୟାଦି ଲଭ୍ୟତେ

ଈଶ୍ଵରଂ କାରଣୋପାଧି ତତ୍ରଯାତି ଉପାସକଃ ।

ବ୍ରହ୍ମସୂତ୍ର ୪ । ୧ ।

 

କାରଣ ଉପାଧି ବିଶିଷ୍ଟ ଜଗତ୍‌କର୍ତ୍ତା ସହସ୍ର ଶିଷ୍ୟାଦି ରୂପ ନାମ କ୍ରିୟାଦି ସଂଯୁକ୍ତ, ସଗୁଣ ବ୍ରହ୍ମଙ୍କ ଉପାସକ ବ୍ୟକ୍ତି ବ୍ରହ୍ମଲୋକ ଅର୍ଥାତ୍‌ ପ୍ରକୃତି ପୁରୁଷ ମଣ୍ଡଳରେ ପ୍ରବେଶ କରି ଅଷ୍ଟ ଐଶ୍ଵର୍ଯ୍ୟାଦି ( ୭୦ ) ଭୋଗକରେ ।

 

( ୭୦ ) ୧ ଅଣିମା, ୨ ଲଘିଂମା, ୩ ମହିମା, ୪ ପ୍ରାପ୍ତି, ୫ ପ୍ରାକାମ୍ୟ, ୬ ଈଶିତ୍ଵ; ୭ ବିଶିତ୍ଵ, ଯତ୍ରକାମାବସାୟିତ୍ଵ ।

ଅଣିମା- ସୂକ୍ଷ୍ମତ୍ଵର ଚରମତ୍ଵ

ଲଘିଂମା- ଲଘୁତ୍ଵର ଚରମତ୍ଵ

ମହିମା- ବିସ୍ତୃତିଚ ଚରମତ୍ଵ

ପ୍ରାପ୍ତି- ଦୂରସ୍ଥ ବସ୍ତୁକୁ ନିକଟେ ପାଇବାର ସାମର୍ଥ୍ୟ ।

ପ୍ରକାମ୍ୟ- ଇଚ୍ଛାମାତ୍ରେ ସାଫଲ୍ୟ ।

ଈଶିତ୍ଵ- ଭୌତିକପଦାର୍ଥର ପ୍ରତି କର୍ତ୍ତୃତ୍ଵ ଶକ୍ତି ।

ବିଶିତ୍ଵ- ସମସ୍ତଙ୍କୁ ଅଧୀନସ୍ଥ ରଖିବାର ଶକ୍ତି ।

ଯତ୍ରକାମାବସାୟିତ୍ଵ- ଯାହାକୁ ଯେପରି କରିବାର ଇଚ୍ଛା ତାହାକୁ ତଦ୍ରୂପ କରିବାର ଶକ୍ତି ।

 

ଏହି ଐଶ୍ୱର୍ଯ୍ୟାଦି ଭୋଗଦ୍ୱାରା ମୁକ୍ତି ନାହିଁ:-

ନାଣିମାଦିଯୋଗେଽବଶ୍ୟମ୍ଭାବି-

ତ୍ଵାତ୍ତଦୁଚ୍ଛିତ୍ତେରିତରଯୋଗବାତ୍‌ ।

ସାଙ୍ଖ୍ୟ: ପ୍ର: ୫ । ୮୨

 

ଅଣିମାଦି ଐଶ୍ୱର୍ଯ୍ୟ ଲାଭ ହେଲେ ମଧ୍ୟ ମୁକ୍ତି ହୁଏ ନାହିଁ । ଯେପରି ଇତର ଐଶ୍ୱର୍ଯ୍ୟ ଅଚିରସ୍ଥାୟୀ, ସେହିପରି ଯୋଗଜ ଅଣିମାଦି ଐଶ୍ୱର୍ଯ୍ୟ ମଧ୍ୟ ଅଚିରସ୍ଥାୟୀ । ତାହାର ଉଚ୍ଛେଦ ଅବଶ୍ୟମ୍ଭାବୀ । ସେହିନିମିତ୍ତ ତାହା ମୋକ୍ଷ ନୁହେଁ ।

ନେନ୍ଦ୍ରାଦିପଦଯୋଗେଽପିତବ୍ଦତ୍‌ ।

ସାଙ୍ଖ୍ୟ: ପ୍ର: ୫ । ୮୩ ।

 

ଇନ୍ଦ୍ର ତ୍ୱାଦି ପଦ ମୋକ୍ଷ ନୁହେଁ, ତାହା ମଧ୍ୟ ଐଶ୍ୱର୍ଯ୍ୟର ତୁଲ୍ୟ ନଶ୍ୱର ।

ଭବପ୍ରତୟୋ ବିଦେହପ୍ରକୃତିଲୟାନାମ୍‌ ।

ପାତଞ୍ଜଳ: ସମାଧିପାଦ ସୂ ୧୯

 

ଯେ ବସ୍ତୁ ଆତ୍ମାନୁହେଁ ତାହାକୁ ( ଭୂତ, ଇନ୍ଦ୍ରିୟ, ଓ ପ୍ରକୃତିକୁ ) ଆତ୍ମା ବୋଲି ଉପାସନା କରି ସିଦ୍ଧିଲାଭ କରନ୍ତି ବୋଲି ବିଦେହ ଅର୍ଥାତ୍‌ ଦେବଗଣ ଓ ପ୍ରକୃତିଲୀନ ବ୍ୟକ୍ତିମାନଙ୍କର ସମାଧି ଭବପ୍ରତ୍ୟୟ ( ୭୧ ) ଅର୍ଥାତ୍‌ ଅବିଦ୍ୟାମୂଳକ ।

 

(୭୧) ନ କାରଣଲୟାତ୍‌ କୃତକୃତ୍ୟତାମଗ୍ନବଦୁତ୍ଥାନମ୍‌ ।

ସାଙ୍ଖ୍ୟ: ପ୍ର: ୩ । ସୂ ୫୩

 

ବିବେକ ଜ୍ଞାନ ନ ହୋଇ ଅଥଚ ପ୍ରକୃତି ଉପାସନା କରି ମହାଦାଦିତତ୍ତ୍ୱରେ ପ୍ରବଳ ବୈରାଗ୍ୟ ଉତ୍ପାଦନ କରିଅଛି, ଏହପରି ଜୀନ ଚରମ କାରଣରେ ଲୀନ ଅର୍ଥାତ୍‌ ପ୍ରକୃତିରେ ଲୀନ ହୁଏ ।

 

ସେହିରୂପ ପ୍ରକୃତି ଲୟରେ କୃତ୍ୟ-କୃତ୍ୟତା ନାହିଁ ଅର୍ଥାତ୍‌ ମୁକ୍ତ ହୁଏ ନାହିଁ । ତାହା ଜଳମଗ୍ନର ପ୍ରାୟ ପ୍ରକୃତି ମଗ୍ନ ହୁଏ ମାତ୍ର ଯଦ୍ରୂପ ଜଳ ମଗ୍ନ ବ୍ୟକ୍ତି ପୁନର୍ବ୍ବାର ଉତ୍‌ଥିତ ହୁଏ । ସେହିରୂପ ପ୍ରକୃତି ମଗ୍ନ ଜୀବ ପୁନର୍ବ୍ବାର ଉତ୍‍ଥୀତ ‘ଆବିର୍ଭୂତ’ ହୁଏ ।

 

ଆଶ୍ଚର୍ଯ୍ୟର ବିଷୟ ଏହି ଯେ ଚିତ୍ତ ଏତେ ଦୀର୍ଘକାଳ ପ୍ରକୃତିରେ ଲୀନହୋଇ ମଧ୍ୟ ପୁନର୍ବ୍ବାର ଉକ୍ତ ମୁକ୍ତିର ଅବସାନରେ ଠିକ୍‌ ପୂର୍ବ୍ବ ରୂପ ଧାରଣ କରେ ।

 

ଯେପରି ବର୍ଷାକାଳ ପରେ ଶୀତକାଳରେ ଭେକଜାତି ଓ କୌଣସି ବୃକ୍ଷ ଜାତି ମୃତ୍ତିକାରୂପେ ପରିଣତ ହୋଇ ପୂନର୍ବ୍ବାର ବର୍ଷାର ପ୍ରାରମ୍ଭେ ଆପଣାର ଆକାରଧାରଣ କରନ୍ତି । ଚିତ୍ତମଧ୍ୟ ଏହିରୂପ ସମ୍ପୂର୍ଣ୍ଣଭାବେ ପ୍ରକୃତିରେ ଲୀନହୋଇ ପୁନର୍ବ୍ବାର ଆପଣାର ଆକାର ଧାରଣ କରେ ।

 

ପୁନଶ୍ଚ ବାୟୁ ପୁରାଣରେ ଉକ୍ତ ଅଛି ଯେ, ନିର୍ଗୁଣ ଉପାସକମାନଙ୍କର ମୁକ୍ତି, ଅନ୍ୟ ଉପାସକ ବ୍ୟକ୍ତିମାନଙ୍କର ପୁନରାବୃତ୍ତି ହୁଏ:-

 

‘‘ଦଶମନ୍ୱନ୍ତରାଣୀହ ତିଷ୍ଠନ୍ତୀନ୍ଦ୍ରିୟଚିନ୍ତକାଃ ।

ଭୌତିକାସ୍ତୁ ଶତଂ ପୂର୍ଣ୍ଣଂ ସହସ୍ରଂ ତ୍ଵାଭିମାନିକାଃ ।

ବୌଦ୍ଧା ଦଶସହସ୍ରାଣି ତିଷ୍ଠନ୍ତି ବିଗତିଜ୍ୱରାଃ ।

ପୂର୍ଣ୍ଣଂଶତସହସ୍ରନ୍ତୁ ତିଷ୍ଠନ୍ତ୍ୟ ବ୍ୟକ୍ତଚିନ୍ତକାଃ ।

ନିର୍ଗୁଣଂ ପୁରୁଷଂ ପ୍ରାପ୍ୟ କାଳସଂଙ୍ଖ୍ୟା ନ ବିଦ୍ୟତେ ।’’

 

ଇନ୍ଦ୍ରିୟ ଉପାସକମାନଙ୍କର ମୁକ୍ତିକାଳ ଦଶମନ୍ୱନ୍ତର ସୂକ୍ଷ୍ମଭୂତ ଉପାସକମାନଙ୍କର ଶତ ମନ୍ଵନ୍ତର । ଅହଂକାର ଉପାସକମାନଙ୍କର ସହସ୍ର ମନ୍ୱନ୍ତର । ବୁଦ୍ଧି ଉପାସକମାନଙ୍କର (ମହତ୍ତତ୍ତ୍ୱ ଉପାସକମାନଙ୍କର) ଦଶସହସ୍ର ମନ୍ୱନ୍ତର ଏବଂ ପ୍ରକୃତି ଉପାସକମାନଙ୍କର ଲକ୍ଷ ମନ୍ୱନ୍ତର । ନିର୍ଗୁଣପୁରୁଷକୁ ପ୍ରାପ୍ତ ହେଲେ ଅର୍ଥାତ୍‌ ଆତ୍ମାଜ୍ଞାନ ଲାଭ କଲେ କାଳପରିମାଣ ରହେ ନାହିଁ, ପ୍ରତ୍ୟାବୃତ୍ତି ହୁଏନାହିଁ । ପୁନଶ୍ଚ ଗୀତାରେ ଉକ୍ତ ଅଛି:-

 

ତଦୁଦ୍ଧୟସ୍ତଦତ୍ମାନ ସ୍ତନିଷ୍ଠାସ୍ତତ୍ପରାୟଣାଃ ।

ଗଚ୍ଛନ୍ତ୍ୟ ପୁନରାବୃତ୍ତିଂ ଜ୍ଞାନନିର୍ଦ୍ଧୂତକଳ୍ମଷାଃ ।

                              ଗୀ ୫ । ୧୭

 

ଯେଉଁମାନେ ସେହି ପରଂବ୍ରହ୍ମରେ ବୁଦ୍ଧି ଓ ଆତ୍ମ ସମର୍ପଣ କରି ସର୍ବ୍ବଦା ସେହି ପରଂବ୍ରହ୍ମରେ ଅନୁରକ୍ତ ଥାଆନ୍ତି ଏବଂ ସେହି ପରଂବ୍ରହ୍ମଦି ଯେଉଁମାନଙ୍କର ଏକମାତ୍ର ଆଶ୍ରୟ, ସେହିମାନେ ଏହି ସଂସାରରେ ପୁନର୍ବ୍ବାର ଜନ୍ମ ପରିଗ୍ରହ କରନ୍ତି ନାହିଁ, ଏବଂ ଜ୍ଞାନବାରିଦ୍ୱାରା ସେମାନଙ୍କର କଳୁଷ କର୍ଦ୍ଦମ ଧୌତ ହୋଇଯାଏ ।

 

ପୁନଶ୍ଚ ଶାସ୍ତ୍ରରେ ଏହିରୂପ ଉକ୍ତ ଅଛି, ଏତାଦୃଶ ବ୍ରହ୍ମନିଷ୍ଠ ସନ୍ୟାସୀମାନଙ୍କୁ କଦାଚ ଅବମାନନା ବା ନିନ୍ଦା କରିବା ପ୍ରକୃତ ମନୁଷ୍ୟମାନଙ୍କର କର୍ତ୍ତବ୍ୟ ନୁହେଁ:-

 

ନ ତସ୍ୟ ଦୁରିତଂ କିଞ୍ଚିଦ୍‌ବ୍ରହ୍ମନିଷ୍ଠସ୍ୟ ଦେହିନଃ ।

ସତ୍ୟପୂତସ୍ୟ ଶୁଦ୍ଧସ୍ୟ ସର୍ବ୍ବପ୍ରାଣୀହିତସ୍ୟ ଚ ।

କୋ ବୋପଦ୍ରବମନିଚ୍ଛେ-ଦାତ୍ମାପ ଘାତକଂ ବିନା ।

ଯେଦ୍ରୁହ୍ୟନ୍ତି ଖଳାଃପାପଃ ପରବ୍ରହ୍ମୋପଦେଶିନେ ।

ସ୍ୱଦ୍ରୋହଂତେ ପ୍ରକୁର୍ବ୍ବନ୍ତି ନାତିରିକ୍ତା ସତଃ ସତଃ ।

ସତୁସର୍ବ୍ବହିତଃ ସାଧୁଃ ସର୍ବ୍ବେଷାଂ ପ୍ରିୟକାରକଃ ।

ତସ୍ୟାନିଷ୍ଟେ କୃତେଦେବି କୋବାସ୍ୟା ନ୍ନିରୁପଦ୍ରବଃ ।

ମହାନି ୩ । ୨୮ । ୩୦

 

ବ୍ରହ୍ମନିଷ୍ଠ ମାନବ ସର୍ବ୍ବଦା ସତ୍ୟଦ୍ୱାରା ପୁତ, ନିର୍ମଳ ଓ ସର୍ବ୍ବପ୍ରାଣିର ହିତସାଧକ । ସୁତରାଂ କୌଣସି ପାପହିଁ ତାହାଙ୍କୁ ସ୍ପର୍ଶ କରିପାରେ ନାହିଁ । ଆତ୍ମାପଘାତକବ୍ୟକ୍ତି ବ୍ୟତିରେକେ ଆଉ କେଉଁ ବ୍ୟକ୍ତି ଈଦୃଶ ମହାତ୍ମାର ପ୍ରତି ଉପଦ୍ରବ କରିବାକୁ ଇଚ୍ଛକାରେ ? ଯେ ସକଳ ଖଳ, ପାପାତ୍ମାବ୍ୟକ୍ତି ପରଂବ୍ରହ୍ମ ଉପାସକମାନଙ୍କର ଅନିଷ୍ଟାଚରଣେ ପ୍ରବୃତ୍ତ ହୁଅନ୍ତି ସେମାନେ ଆପେ ଆପଣାର ଅନିଷ୍ଟାଚରଣ କରନ୍ତି । କାରଣ ଯେ ବ୍ରହ୍ମସ୍ୱରୂପ ସେ ବ୍ରହ୍ମୋପାସକ ବ୍ୟକ୍ତିଠାରୁ ଭିନ୍ନ ନୁହେଁ । ଦେବୀ ! ବ୍ରହ୍ମୋପାସକ ବ୍ୟକ୍ତି ସମସ୍ତଙ୍କ ହିତାନୁଷ୍ଠାନକାରୀ, ସାଧୁ ଓ ସମସ୍ତଙ୍କର ପ୍ରିୟକାରୀ । ଈଦୃଶ ମହାତ୍ମାଙ୍କର ଅନିଷ୍ଟାଚରଣ କରି କେଉଁ ବ୍ୟକ୍ତ ନିରୁପଦ୍ରବେ ଅବସ୍ଥାନ କରିପାରେ ?

ଉକ୍ତ ଗ୍ରନ୍ଥ ଆରମ୍ଭରୁ ଶେଷପର୍ଯ୍ୟନ୍ତ ଈଶ୍ୱରାଦେଶ ଓ ଶ୍ରୁତିଶାସ୍ତ୍ରନୁଯାୟୀ ଅନୁଭବ ସହ ମହିମାଧର୍ମ୍ମର ସତ୍ୟପ୍ରଣାଳୀଗୁଡ଼ିକ ଗ୍ରଥିତ କରାଗଲା । ଏହାହିଁ ମଙ୍ଗଳାଚରଣ ଅଟେ, ଆଉ ଅନ୍ୟ ମଙ୍ଗଳାଚରଣେ କି ଆବଶ୍ୟକ, ଯେହେତୁ ଗ୍ରନ୍ଥ ଆଦ୍ୟରୁ ପ୍ରାନ୍ତପର୍ଯ୍ୟନ୍ତ ମଙ୍ଗଳାଚରଣ ହୋଇଅଛି । ପ୍ରକୃତପକ୍ଷେ ସତ୍ୟର ଅନୁଷ୍ଠାନ, ସତ୍ୟର ବ୍ୟବହାରହିଁ ମଙ୍ଗଳାଚରଣ:-

‘‘ମଙ୍ଗଳାଚରଣଂ ଶିଷ୍ଟାଚାରାତ୍‌ ଫଳଦର୍ଶନାଚ୍ଛ୍ରୁତିତଶ୍ଚେତି ।’’

ସାଙ୍ଖ୍ୟ ୫ । ସୂ ୧

ଯାହାକି ନ୍ୟାୟ, ପକ୍ଷପାତ ରହିତ, ସତ୍ୟ, ବେଦୋକ୍ତ ଏବଂ ଈଶ୍ୱରାଦେଶ ଅଟେ, ତାହା କରିବାହିଁ ମଙ୍ଗଳାଚରଣ । ଆଉମଧ୍ୟ ଉକ୍ତ ଗ୍ରନ୍ଥରେ ମହିମାଧର୍ମ୍ମର ତତ୍ତ୍ୱ, ଈଶ୍ୱରଙ୍କର ଆଦେଶ ଶାସ୍ତ୍ରବାକ୍ୟସହ ସମ୍ମିଳିତ ହୋଇ ବର୍ଣ୍ଣିତ କରାଗଲା-

‘‘ଚୋଦନା ଲକ୍ଷଣୋଽର୍ଥୋ ଧର୍ମ୍ମଃ ।

ଉପଦିଷ୍ଟ ଧର୍ମ୍ମହିଁ ପ୍ରକୃତ ଧର୍ମ ।

ବେଦାନ୍ତ ଦଂ ୧ । ୧ । ୩ ।

 

‘‘ଶାସ୍ତ୍ରଯୋନିତ୍ୱାଦିତି ।’’

ସକଳ ଧର୍ମ୍ମରହିଁ କାରଣ ଶାସ୍ତ୍ର ।

ଉତ୍ତରଽମିମାଂସ । ୧ । ୧ । ୩

 

ବିଶ୍ୱପୂଜ୍ୟ ଅଲେଖ ବ୍ରହ୍ମାବଧୂତ ଗୁରୁ ମହିମାଗୋସାଇଁ ବ୍ରହ୍ମାବଧୂତାଶ୍ରମ୍‌ ସନ୍ନ୍ୟାସୀମାନଙ୍କର ଯେରୂପ ଧର୍ମ୍ମନୀତି ବ୍ୟବସ୍ଥା ଆଦେଶ ପ୍ରଦାନ କରିଅଛନ୍ତି, ତତ୍‌ ସମସ୍ତ ବହୁ ଗବେଷଣାପୂର୍ବ୍ବକ ଉପରି ଉଲ୍ଲିଖିତ ଶ୍ରୁତିଶାସ୍ତ୍ର ବାକ୍ୟାନୁସାରେ ଅନ୍ୱିତ କରାଗଲା ।

ସତ୍ୟମିତି ଗ୍ରନ୍ଥଃ, ସତ୍ୟମିତି ଗ୍ରନ୍ଥଃ

 

ମହିମାଧର୍ମ୍ମ ପ୍ରତିପାଦକସ୍ୟ

ଅଷ୍ଟମୋଲ୍ଲାସଃ ସମାପ୍ତୋଽୟମ୍‌ ।

———————

 

ମହିମାଧର୍ମ୍ମ ସମାଜର ମୁଖ୍ୟ ନିୟମାବଳୀ

—————————————

୧ ।

ଏହି ଦୃଶ୍ୟମାନ ଜଗତ୍‌ ପରଂବ୍ରହ୍ମଙ୍କ ସତ୍ତା ଓ ମାୟା ସଂଯୋଗରେ ଉତ୍ପନ୍ନ ହୋଇଅଛି, ସେହି ଚେତନାମୟଙ୍କ ଆଭାସରେ ସମସ୍ତ ବିଷୟ ଚେତନାବାନ୍‌, ସେହି ପରଂବ୍ରହ୍ମ ସମସ୍ତଙ୍କ କର୍ତ୍ତା ଅଟନ୍ତି ।

୨ ।

ସେହି ପ୍ରଭୁ ପରଂବ୍ରହ୍ମ ମହିମାଧର୍ମ୍ମୀମାନଙ୍କର ଉପାସ୍ୟ ଦେବତା ଅଟନ୍ତି ।

୩ ।

ବ୍ରହ୍ମ ସଚ୍ଚିଦାନନ୍ଦସ୍ୱରୂପ, ଅଲେଖ, ଅରୂପ, ଅଦୃଶ୍ୟ, ଅନିର୍ଦ୍ଦେଶ୍ୟ, ଅବ୍ୟକ୍ତ, ଅନାମ, ଅଦେହ, ନିରୁପାଧି ନିର୍ବ୍ବିକଳ୍ପ, ନିରଞ୍ଜନ, ନିର୍ବ୍ବିକାର, ବିଭୁ, ପରମେଶ୍ୱର, ଦୟାମୟ, ସର୍ବ୍ବାନ୍ତର୍ଯ୍ୟାମୀ, ଜ୍ଞାନଭକ୍ତି ଦାତା, ସର୍ବ୍ବଠାରେ ନିର୍ଲିପ୍ତ ହୋଇ ରହି ଅଛନ୍ତି ଓ ମଙ୍ଗଳମୟ ଅଟନ୍ତି ।

୪ ।

ଅଲେଖ ପରଂବ୍ରହ୍ମଙ୍କଠାରେ, କାୟମନୋବାକ୍ୟରେ ପିଣ୍ଡପ୍ରାଣ ଅର୍ପଣପୂର୍ବ୍ବକ ଶରଣ ପ୍ରାପ୍ତ ହୋଇ ସମସ୍ତ କର୍ମ୍ମ ତାଙ୍କଠାରେ ସମର୍ପଣ ଓ ସତତ ତାହାଙ୍କଠାରେ ଭକ୍ତି କରଣ ।

୫ ।

ସାକାର ପ୍ରତିମା ଦେବଦେବୀ ପୂଜା ଓ ଅନ୍ୟ ତୀର୍ଥବ୍ରତ ଉପସନା ନ କରିବା-

୬ ।

ବ୍ରାହ୍ମମୂହୁର୍ତ୍ତ ସମୟେ ସ୍ନାନଶୌଚ ହୋଇ ପବିତ୍ର ମନରେ ପ୍ରତିନିତି ବ୍ରହ୍ମଶରଣ ଦର୍ଶନ କରିବା ।

୭ ।

ସର୍ବ୍ବଦା ସାଧୁସଙ୍ଗ କରି ସତ୍‌କାର୍ଯ୍ୟରେ ପ୍ରବର୍ତ୍ତିତ ହେବା ।

୮ ।

ଅସତ୍‌ ସଙ୍ଗ ଓ ଅସତ୍‌ କାର୍ଯ୍ୟରୁ ବିରତ ହେବା ।

୯ ।

କାମ, କ୍ରୋଧ, ଲୋଭ, ମୋହ, ମଦ, ମାତ୍ସର୍ଯ୍ୟ ରିପୁମାନଙ୍କୁ ଦମନ କରିବା ।

୧୦ ।

ସତ୍‌ଶାସ୍ତ୍ର ଅଧ୍ୟୟନ କରି କାଳ୍ପନିକ ଅସତ୍‌ ପାଷାଣ୍ଡ ଶାସ୍ତ୍ର-ସବୁଙ୍କୁ ତ୍ୟାଗ କରିବା ।

୧୧ ।

ଚୋରି, ପରଦାରା, ଜୀବହିଂସା ଏମାନ ନ କରି ଅହିଂସା ଆଶ୍ରୟ ନେବା

୧୨ ।

ଦୂଷିତ ଆହାର ଓ ଦେବଦେବୀ ଉଦ୍ଦେଶେ ସଂକଳ୍ପିତ ଦ୍ରବ୍ୟ ତ୍ୟାଗ କରି ଦିବସରେ ଭୋଜନ କରିବା ଓ ରାତ୍ର ଭୋଜନ ନ କରିବା ।

୧୩ ।

ମିଥ୍ୟା, ଦମ୍ଭ, କୁଟିଳଭାବ ତ୍ୟାଗକରିବା ।

୧୪ ।

ସତ, ଶାନ୍ତି, ଦୟା, କ୍ଷମା, ସରଳତା ପ୍ରଭୃତିକୁ ସର୍ବ୍ବଦା ଆଚରଣ କରିବା ।

୧୫ ।

ଜାତି, ବିଦ୍ୟା, ଧନ ପ୍ରଭୃତିର ଗର୍ବ୍ବ ତ୍ୟାଗ କରିବା ।

୧୬ ।

ବ୍ରହ୍ମନିଷ୍ଠ ସନ୍ନ୍ୟାସ ଗୁରୁଙ୍କଠାରୁ ଉପଦେଶ ଗ୍ରହଣ କରି; ଭଣ୍ଡ ଗୁରୁଙ୍କୁ ତ୍ୟାଗକରିବା ।

୧୭ ।

ବାହ୍ୟଆଡ଼ମ୍ୱର ସ୍ୱର୍ଣ୍ଣ, ରୌପ୍ୟାଦି ଭୂଷଣ ତ୍ୟାଗକରି ଗୌରିକ ବସ୍ତ୍ର ପରିଧାନ କରିବା ।

୧୮ ।

ବ୍ରହ୍ମନିଷ୍ଠ ଗୃହସ୍ଥ-ସନ୍ନ୍ୟାସ ସାଧୁ ଅତିଥିସେବାରେ ନିଯୁକ୍ତ ରହି, କାହାରି ଧନରେ ଲୋଭ ନ କରିବା ।

୧୯ ।

ଦୁଃଖସୁଖରେ ସମଜ୍ଞାନୀ ହେବା ଓ କୌଣସି ଦୁଃଖ ଉପସ୍ଥିତ ହେଲେ ସନ୍ତାପ ତ୍ୟାଗ କରିବା ।

୨୦ ।

କୌଣସିମତେ ସତ୍ୟ ମହିମା ଧର୍ମ୍ମରୁ ବିଚଳିତ ନ ହେବା

୨୧ ।

ସର୍ବ୍ବଦା ଜଗତ ଉପକାର ଓ ଧର୍ମ୍ମସମାଜ ଉନ୍ନତିରେ ଯତ୍ନକରିବା ଓ ସତ୍‌ ପଥରେ ଅର୍ଥବ୍ୟୟ କରି ଅସତ୍‌ ପଥରେ ବ୍ୟୟ ନ କରିବା ।

୨୨ ।

ଚିତ୍ତର ଏକାଗ୍ରତା ନିର୍ମିତ୍ତ ମୈତ୍ରୀ, କରୁଣାଦି ଭାବ ଅବଲମ୍ୱନ କରିବା ।

୨୩ ।

ଗୃହସ୍ଥ ବ୍ରହ୍ମଚର୍ଯ୍ୟ ଅବଲମ୍ୱନ ପୂର୍ବ୍ବକ ୠତୁମତେ ସ୍ତ୍ରୀସଙ୍ଗ କରିବା ଓ ପର ସ୍ତ୍ରୀକୁ ମାତୃବତ ଜ୍ଞାନ କରିବା ।

୨୪ ।

ସଂସାରିକ ବିଷୟରେ ଉଦାର ରହି ପରଂବ୍ରହ୍ମଙ୍କଠାରେ ଚିତ୍ତ ଅର୍ପଣକରି ନିଷ୍କାମଭାବେ କର୍ମକରିବା ।

୨୫ ।

ବୃଥା କର୍ମ ଶକଟାଦି ଖେଳ ଓ ନଟନାଟ୍ୟାଦି ପ୍ରଭୃତି ଏବଂ ଅସଦାଳାପରୁ ବିରତ ହେବା, ଆଉମଧ୍ୟ ବ୍ରହ୍ମସାଧନ ବ୍ୟତୀତ ଅନ୍ୟ ସାଧନ ନ କରିବା ।

୨୬ ।

ସଂସାରର ଅନିତ୍ୟତା ଦର୍ଶନ କରି ନିତ୍ୟ ଆତ୍ମଜ୍ଞାନରେ ନିଯୁକ୍ତ ରହିବା ତତ୍ତ୍ୱଜ୍ଞାନ ବିଷୟ ଆଲୋଚନା କରିବା ।-

୨୭ ।

ତ୍ୟାଗୀ ବ୍ୟକ୍ତି ମଧ୍ୟ ଉପରୋକ୍ତ ନିୟମ ପାଳନକରି କାମିନୀ-କାଞ୍ଚନ ପ୍ରଭୃତିରେ ମୋହିତ ନ ହେବା ଓ ତାହା ସ୍ପର୍ଶ ନ କରିବା ।

୨୮ ।

ବିଧିମତ ଅବଧୂତାଶ୍ରମ ସନ୍ନ୍ୟାସ ମତ ଗ୍ରହଣ କରିବା ।

୨୯ ।

ନିଜ ସନ୍ନ୍ୟାସ ଧର୍ମ୍ମନୀତି ସବୁ ବିଧିମତେ ପାଳନକରି କେଭେଁ ତହିଁରୁ ବିଚଳିତ ନ ହେବା ।

୩୦ ।

ଜଗଜ୍ଜନଙ୍କୁ ପିତୃ ମାତୃମନେ କରି ଭିକ୍ଷାଟନ ଦ୍ୱାରା ଜୀବନଯାତ୍ରା ନିର୍ବ୍ବାହ କରିବା ।

୩୧ ।

ବ୍ରହ୍ମସ୍ୱରଣ ଭଜନ ବ୍ୟତୀତ କ୍ଷଣକାଳ ଅନ୍ୟ ସଂସାରିକ ବିଷୟରେ ରତ ନ ହେବା ଓ ବେଦାନ୍ତାଦି ଶାସ୍ତ୍ର ଆଲୋଚନା କରି ମହାବାକ୍ୟ ଗ୍ରହଣ କରିବା ।

୩୨ ।

ଜଗଜ୍ଜନ ଉପକାରାର୍ଥେ ସତ୍ୟ ସନାତନ ମହିମାଧର୍ମ୍ମର ଉପଦେଶ ପ୍ରଚାର କରିବା ।

————————

 

ମହିମାଧର୍ମ୍ମ ପ୍ରତିପାଦକର ସଂକଳନରେ ଉଦ୍ଧୃତାଂଶ ଶାସ୍ତ୍ରମାନଙ୍କର ନାମ

୧।

ୠଗବେଦ ।

୨।

ଯଜୁର୍ବେଦ ।

୩ ।

ଅଥର୍ବ୍ବବେଦ ।

୪ ।

ସାଙ୍ଖ୍ୟ ଦର୍ଶନ ।

୫ ।

ପାତଞ୍ଜଳ ଦର୍ଶନ ।

୬ ।

ବେଦାନ୍ତ ଦର୍ଶନ ।

୭ ।

ନ୍ୟାୟ ଦର୍ଶନ ।

୮ ।

ମୀମାଂସା ଦର୍ଶନ ।

୯ ।

ଜୈମିନି ଦର୍ଶନ ।

୧୦ ।

ରାମାନୁଜ ଦର୍ଶନ ।

୧୧ ।

ଆର୍ହତ ଦର୍ଶନ ।

୧୨ ।

ପ୍ରତ୍ୟଭିଜ୍ଞା ଦର୍ଶନ ।

୧୩ ।

ଅକ୍ଷପାଦ ଦର୍ଶନ ।

୧୪ ।

କୈବଲ୍ୟ ଉପନିଷତ୍‌ ।

୧୫ ।

ମୁଣ୍ଡକ ଉପନିଷତ୍‌ ।

୧୬ ।

ଗର୍ଭୋପନିଷତ୍‌ ।

୧୭ ।

ମୁକ୍ତିକ ଉପନିଷତ୍‌ ।

୧୮ ।

କଠ ଉପନିଷତ୍‌ ।

୧୯ ।

ବ୍ରହ୍ମବିନ୍ଦୁ ଉପନିଷତ୍‌ ।

୨୦ ।

ନିରାଳମ୍ୱ ଉପନିଷତ୍‌

୨୧ ।

ବହ୍ମୋପନିଷତ୍‌ ।

୨୨ ।

ହଂସୋପନିଷତ୍‌ ।

୨୩ ।

ମାଣ୍ଡୁକୀ ଉପନିଷତ୍‌ ।

୨୪ ।

କଠଶ୍ରୁତି ଉପନିଷତ୍‌ ।

୨୫ ।

ମହାନାରାୟଣୋପନିଷତ୍‌ ।

୨୬ ।

ସର୍ବ୍ବଉପନିଷତ୍‌ସାର ।

୨୭ ।

ଧ୍ୟାନବିନ୍ଦୁ ଉପନିଷତ୍‌ ।

୨୮ ।

ତୈତ୍ତିରୀୟ ଉପନିଷତ୍‌ ।

୨୯ ।

ଯୋଗ ଉପନିଷତ୍‌ ।

୩୦ ।

ମୌତୀକ ଉପନିଷତ୍‌ ।

୩୧ ।

ଈଶ ଉପନିଷତ୍‌ ।

୩୨ ।

ଅରୁଣେୟ ଉପନିଷତ୍‌ ।

୩୩ ।

ତଲବୋଲାରୋପନିଷତ୍‌ ।

୩୪ ।

ଜାବାଳ ଉପନିଷତ୍‌ ।

୩୫ ।

ତଳଶାନ୍ତି ଉପନିଷତ୍‌ ।

୩୬ ।

ପରମହଂସ ଉପନିଷତ୍‌ ।

୩୭ ।

ପୈଙ୍ଗଳ ଉପନିଷତ୍‌ ।

୩୮ ।

ବୃହଦାରଣ୍ୟକ ଉପନିଷତ୍‌ ।

୩୯ ।

ଛାନ୍ଦୋଗ୍ୟ ଉପନିଷତ୍‌ ।

୪୦ ।

ହଂସ ଉପନିଷତ୍‌ ।

୪୧ ।

ଶେତାଶ୍ୱେତରୋପନିଷତ୍‌ ।

୪୨ ।

ବେଦାନ୍ତ ସାର ।

୪୩ ।

ବ୍ରହ୍ମସୂତ୍ର ।

୪୪ ।

ଶାଣ୍ଡିଲ୍ୟ ସୂତ୍ର ।

୪୫ ।

ନାରଦ ଭକ୍ତିସୂତ୍ର ।

୪୬ ।

ଶୈବ ଦର୍ଶନ ।

୪୭ ।

ଆତ୍ମତତ୍ତ୍ୱ ଦର୍ଶନ ।

୪୮ ।

ଷଡ଼୍‌ବିଂଶ ବ୍ରାହ୍ମଣ ।

୪୯ ।

ଅଚଳ ବୋଧାମୃତ ।

୫୦ ।

ପରିପୂର୍ଣ୍ଣ ବୋଧାମୃତ ।

୫୧ ।

ସର୍ବ୍ବବେଦାନ୍ତ ସିଦ୍ଧାନ୍ତ ସାର ସଂଗ୍ରହ ।

୫୨ ।

ବିବେକ ଚୂଡ଼ାମଣି ।

୫୩ ।

ଅପରୋକ୍ଷାନୁଭୂତି ।

୫୪ ।

ତତ୍ତ୍ୱୋପଦେଶ ।

୫୫ ।

ସାରତତ୍ତ୍ୱୋପଦେଶ ।

୫୬ ।

ଅଜ୍ଞାନବୋଧିନୀ ।

୫୭ ।

ଆତ୍ମାନାତ୍ମବିବେକ ।

୫୮ ।

ହସ୍ତାମଳକ ।

୫୯ ।

କୌପୀନପଞ୍ଚକ ।

୬୦ ।

ବ୍ରହ୍ମନାମାବଳୀ ।

୬୧ ।

ବିଷ୍ଣୁଭୁଜଙ୍ଗପ୍ରୟାତ ସ୍ତୋତ୍ର ।

୬୨ ।

ଷଟ୍‌ପଦି ସ୍ତୋତ୍ର ।

୬୩ ।

ପ୍ରାତଃସ୍ମରଣ ସ୍ତୋତ୍ର ।

୬୪ ।

ମୋହମୁଦ୍ଗର ।

୬୫ ।

ମୋହ କୁଠାର ।

୬୬ ।

ନିରଞ୍ଜନାଷ୍ଟକ ।

୬୭ ।

ମଣି ରତ୍ନମାଳା ।

୬୮।

ରତ୍ନମାଳିକା ।

୬୯ ।

ଆତ୍ମପୂଜା ।

୭୦ ।

ଆତ୍ମବୋଧ ।

୭୧ ।

ତତ୍ତ୍ୱବୋଧ ।

୭୨ ।

ପଞ୍ଚରତ୍ନ ।

୭୩ ।

ବେଦାନ୍ତଡିଣ୍ଡିମଃ ।

୭୪ ।

ଗୁର୍ବ୍ବାଷ୍ଟକ ।

୭୫ ।

ଧନ୍ୟାଷ୍ଟକ ।

୭୬ ।

ସାଧନପଞ୍ଚକ ।

୭୭ ।

ପଞ୍ଚଦଶୀ ।

୭୮ ।

ମହାବାକ୍ୟରତ୍ନାବଳି ।

୭୯ ।

ଯୋଗବାଶିଷ୍ଠ ।

୮୦ ।

ଶାତାତପକଳ୍ପଦ୍ରୁମ ।

୮୧ ।

ଶୈବଦର୍ଶନ ।

୮୨ ।

ଆତ୍ମତତ୍ତ୍ୱ ଦର୍ଶନ ।

୮୩ ।

ନିରୁକ୍ତ ।

୮୪ ।

ମହାଭାରତ ।

୮୫ ।

ଭଗବଦ୍‌ଗୀତା ।

୮୬ ।

କପିଳଗୀତା ।

୮୭ ।

ଉତ୍ତରଗୀତା ।

୮୮ ।

ଅବଧୂତଗୀତା ।

୮୯ ।

ଜୀବନ୍ମୁକ୍ତିଗୀତା ।

୯୦ ।

ଗୁରୁଗୀତା ।

୯୧ ।

ମୋକ୍ଷଗୀତା ।

୯୨ ।

ପରାଶରଗୀତା ।

୯୩ ।

ନାରଦଗୀତା ।

୯୪ ।

ପାଣ୍ଡବଗୀତା ।

୯୫ ।

ଗୀତାସାର ।

୯୬ ।

ମନୁସଂହିତା ।

୯୭ ।

ପରାଶର ସଂହିତା ।

୯୮ ।

ନାରାୟଣ ସଂହିତା ।

୯୯ ।

ଅତ୍ରି ସଂହିତା ।

୧୦୦ ।

ଶିବ ସଂହିତା ।

୧୦୧ ।

ଘେରଣ୍ଡ ସଂହିତା ।

୧୦୨ ।

ଅଷ୍ଟବକ୍ର ସଂହିତା ।

୧୦୩ ।

ବ୍ରହ୍ମ ସଂହିତା ।

୧୦୪ ।

ବ୍ୟାସ ସଂହିତା ।

୧୦୫ ।

ବିଷ୍ଣୁ ସଂହିତା ।

୧୦୬ ।

ଉଶନଃ ସଂହିତା ।

୧୦୭ ।

ଦକ୍ଷ ସଂହିତା ।

୧୦୮ ।

ଅପସ୍ତମ୍ୱ ସଂହିତା ।

୧୦୯ ।

ବଶିଷ୍ଠ ସଂହିତା ।

୧୧୦ ।

ଷୌତମ ସଂହିତା ।

୧୧୧ ।

ଅଙ୍ଗିରସ ସଂହିତା ।

୧୧୨ ।

ପ୍ରିଜ୍ଞ୍ୟବଳ୍କ୍ୟ ସଂହିତା ।

୧୧୩ ।

ହାଶତ ସଂହିତା ।

୧୧୪ ।

ସଂବର୍ତ୍ତ ସଂହିତା ।

୧୧୫ ।

ଶଙ୍ଖସଂହିତା ।

୧୧୬ ।

ମହାନିର୍ବ୍ବାଣ ତନ୍ତ୍ର ।

୧୧୭ ।

ଜ୍ଞାନସଂକଳିନୀ ତନ୍ତ୍ର ।

୧୧୮ ।

କୁବ୍ଜିକା ତନ୍ତ୍ର ।

୧୧୯ ।

କୁଳାବତୀ ତନ୍ତ୍ର ।

୧୨୦ ।

କୁଳାର୍ଣ୍ଣବ ତନ୍ତ୍ର ।

୧୨୧ ।

ତନ୍ତ୍ରସାର ।

୧୨୨ ।

ଉପଦେଶ ସାର ।

୧୨୩ ।

ଜପଗାୟତ୍ରୀ ।

୧୨୪ ।

ଯୋଗୀ ଯାଜ୍ଞବଲ୍କ୍ୟ ।

୧୨୫ ।

ପ୍ରାୟଶ୍ଚିତ ମନୋହର ।

୧୨୬ ।

ଶୋକାନୁ ପ୍ରଶ୍ନ ।

୧୨୭ ।

ଅଧ୍ୟାତ୍ନ ରାମାୟଣ ।

୧୨୮ ।

ବକ୍ଷଶ୍ରୁତି ।

୧୨୯ ।

ଶିବସରୋଦୟ ।

୧୩୦ ।

ଯୋଗ ଚର୍ଯ୍ୟା ।

୧୩୧ ।

ମନୁଚନ୍ଦ୍ରିକା ।

୧୩୨ ।

ଜୈମିନି ଭାରତ ।

୧୩୩ ।

ହିତୋପଦେଶ ।

୧୩୪ ।

ପ୍ରଣବ ବ୍ୟହୃତି ।

୧୩୫ ।

ଶ୍ରୀମଦ ଭାଗବତ ।

୧୩୬ ।

ସ୍କନ୍ଦପୁରାଣ ।

୧୩୭ ।

ପଦ୍ମପୁରାଣ ।

୧୩୮ ।

ବ୍ରହ୍ମପୁରାଣ ।

୧୩୯ ।

ବିଷ୍ଣୁପୁରାଣ ।

୧୪୦ ।

ବ୍ରହ୍ମବୈବର୍ତ୍ତ ପୁରାଣ ।

୧୪୧ ।

ବ୍ରହ୍ମାଣ୍ଡ ପୁରାଣ ।

୧୪୨ ।

ଭବ୍ୟଷ୍ୟ ପୁରାଣ ।

୧୪୩ ।

ବୃହନ୍ନାରଦୀୟ ପୁରାଣ ।

୧୪୪ ।

ବାୟୁ ପୁରାଣ ।

୧୪୫ ।

ଶିବ ପୁରାଣ ।

୧୪୬ ।

ଗରୁଡ଼ ପୁରାଣ ।

୧୪୭ ।

କୁସୁମାଞ୍ଜଳି ବୃତ୍ତ ।

୧୪୮ ।

କିରାତାର୍ଜୁନୀୟ ।

୧୪୯ ।

ଲଳିତ ବିସ୍ତର ।

୧୫୦ ।

ଦୋହାଁ ବଳି ।

୧୫୧ ।

ପଲଟୁ ସାହିବ ଦୋଁହା ।

୧୫୨ ।

କବିର ସାହିବ ଦୋଁହା ।

୧୫୩ ।

ବୋଧ ସାଗର ।

୧୫୪ ।

ଶିଖଧର୍ମ ଶାସ୍ତ୍ର ।

୧୫୫ ।

ବ୍ରହ୍ମାନନ୍ଦଭଜନମାଳା ।

୧୫୬ ।

ପାଷାଣ୍ଡ ଦଳନ ।

୧୫୭ ।

ଚୈତନ୍ୟ ଚରିତାମୃତ ।

୧୫୮ ।

ଅମନସ୍କ ବିବରଣ ।

୧୫୯ ।

ରାମକୃଷ୍ଣ ଗୀତା ।

୧୬୦ ।

ସନ୍ନ୍ୟାସୀଗୀତି ।

 

ଓଡ଼ିଆ ପ୍ରାକୃତ ଶାସ୍ତ୍ର ।

୧୬୧ ।

ସ୍ତୁତିଚିନ୍ତାମଣି ।

୧୬୨ ।

ବ୍ରହ୍ମନିରୂପଣ ଗୀତା ।

୧୬୩ ।

ନିର୍ବ୍ବେଦ ସାଧନା ।

୧୬୪ ।

ଭୀମଭୋଇ ଭଜନମାଳା ।

୧୬୫ ।

ବିଷ୍ଣୁଗର୍ଭ ପୁରାଣ ।

୧୬୬ ।

ନିର୍ଗୁଣ ମାହତ୍ମ୍ୟ ।

୧୬୭ ।

ଛତିଶ ଗୁପ୍ତଗୀତା ।

୧୬୮ ।

ସୁଧାସାର ଗୀତା ।

୧୬୯ ।

ବ୍ରହ୍ମଶାକୋଳି ।

୧୭୦ ।

ଅଣାକାର ସଂହିତା ।

୧୭୧ ।

ସାବର ସଂହିତା ।

୧୭୨ ।

ତ୍ରୟଦଶ ସ୍କନ୍ଦ ।

୧୭୩ ।

ବ୍ରହ୍ମଟୀକ ।

୧୭୪ ।

ଯଶୋବନ୍ତ ମାଳିକା ।

୧୭୫ ।

କଳିଯୁଗ ଆଗତ ଭବିଷ୍ୟ ।

୧୭୬ ।

ହରିବଂଶ ।

୧୭୭ ।

ସଭାବିନୋଦ ।

୧୭୮ ।

ଗୋବିନ୍ଦଗୀତା ।

୧୭୯ ।

କଳିଯୁଗ ଗୀତା ।

୧୮୦ ।

ବ୍ରହ୍ମ ସଂହିତା ।

୧୮୧ ।

ବୀରସିଂହ ଚୌତିଶା ।

୧୮୨ ।

ଆଲ କୋରାନ ।

୧୮୩ ।

ଚିଷ୍ଟିୟାନ ସ୍କ୍ରୀପ୍ର୍ୟୟୁରେସ ।

୧୮୪ ।

ଜିଲାସ ସ୍କ୍ରଷ୍ଟୁ ୟୁରେସ୍‌

୧୮୫ ।

ଆଭେଷ୍ଟ୍ର

 

ମୋଟ ୧୮୫       

ମହିମାଧର୍ମ ପ୍ରତିପାଦକର ଶ୍ଳୋକ ସଂଖ୍ୟା-

ତେରଶ ଦୁଇ (୧୩୦୨) ଶ୍ଳୋକ

 

————————